ETV Bharat / bharat

Yogi Adityanath: ସଂସଦୀୟ ବୋର୍ଡ ସଦସ୍ୟ ହେବେ ଯୋଗୀ ! - ପୁନଃର୍ଗଠିତ ହେବ ବିଜେପି ସଂସଦୀୟ ବୋର୍ଡ

ଉତ୍ତର ପ୍ରଦେଶ ନିର୍ବାଚନରେ କ୍ଷମତା ବଜାୟ ରଖିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi Adityanath) ଙ୍କୁ ଆଉ ଏକ ବଡ ଦାୟିତ୍ବ ଦେବାକୁ ଯାଉଛି । ଯାହାକୁ ନେଇ ଆଜି ଯୋଗୀ ଦିଲ୍ଲୀ ଗସ୍ତରେ ଥିବାବେଳେ, ଦଳୀୟ ମୁଖ୍ୟାଳୟରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଅଧିକ ପଢନ୍ତୁ

ସଂସଦୀୟ ବୋର୍ଡ ସଦସ୍ୟ ହେବେ ଯୋଗୀ !
ସଂସଦୀୟ ବୋର୍ଡ ସଦସ୍ୟ ହେବେ ଯୋଗୀ !
author img

By

Published : Apr 11, 2022, 10:01 PM IST

Updated : Apr 11, 2022, 10:34 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନରେ କ୍ଷମତା ବଜାୟ ରଖିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi Adityanath) ଙ୍କୁ ଆଉ ଏକ ବଡ ଦାୟିତ୍ବ ଦେବାକୁ ଯାଉଛି । ଯାହାକୁ ନେଇ ଆଜି ଯୋଗୀ ଦିଲ୍ଲୀ ଗସ୍ତରେ ଥିବାବେଳେ, ଦଳୀୟ ମୁଖ୍ୟାଳୟରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି ।

ବିଜେପି ସୂତ୍ର ଅନୁସାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଖାଲି ଥିବା ଗୁରୁତ୍ବପୂର୍ଣ୍ଣ ସଂସଦୀୟ ବୋର୍ଡର ପୁନଃର୍ଗଠନ କରିବାକୁ ଯାଉଛନ୍ତି । ବିଜେପି ସଂସଦୀୟ ବୋର୍ଡ ହେଉଛି ଦଳର ସର୍ବୋଚ୍ଚ ନୀତିନିର୍ଦ୍ଧାରଣକାରୀ କମିଟି । ହେଲେ ବର୍ତ୍ତମାନ କମିଟିରେ 4 ଟି ସ୍ଥାନ ଖାଲି ପଡିଛି । ଏହାବାଦ ଦଳରେ କିଛି ସାଂଗଠନିକ ପରିବର୍ତ୍ତନ ମଧ୍ୟ ହୋଇପାରେ । ଫଳରେ ଦଳୀୟ ସଂଗଠନରେ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ମିଳିପାରେ ବଡ ଦାୟିତ୍ବ । ଅର୍ଥାତ ସଂସଦୀୟ ବୋର୍ଡରେ ଯୋଗୀଙ୍କୁ ସାମିଲ କରିବା ଏକ ପ୍ରକାର ନିଶ୍ଚିତ ବୋଲି ଆକଳନ କରାଯାଉଛି ।

ବିଜେପି ସଂସଦୀୟ ବୋର୍ଡ ସ୍ଥିତି

ଭାରତୀୟ ଜନତା ପାର୍ଟି ବିଜେପିର ‘ସଂସଦୀୟ ବୋର୍ଡ’ (Parliamentary Board) ହେଉଛି ଏକ ଶକ୍ତିଶାଳୀ ସର୍ବୋଚ୍ଚ ନୀତିନିର୍ଦ୍ଧାରଣକାରୀ କମିଟି । ଏହି କିମିଟି ଦଳର ସମସ୍ତ ନୀତିଗତ ନିଷ୍ପତ୍ତି ନେଇଥାଏ । କେଉଁ ନିର୍ବାଚନ କେଉଁ ରଣନୀତିରେ ଲଢାଯିବ, କାହାକୁ ଦଳ ଟିକେଟ ଦେବ କିଏ ଦଳର ଚେହେରା ହେବେ ସମସ୍ତ ଯୋଜନାର ଚୂଡାନ୍ତ ନିଷ୍ପତ୍ତି ନେଇଥାଏ ସଂସଦୀୟ ବୋର୍ଡ । ସଂସଦୀୟ ବୋର୍ଡରେ ମୋଟ 11 ଜଣ ସଦସ୍ୟ ରହିବାର ନିୟମ ଥିଲେ ମଧ୍ୟ ବର୍ତ୍ତମାନ ବୋର୍ଡରେ 4 ଟି ଆସନ ଖାଲି ପଡିଛି । ପୂର୍ବ ସଂସଦୀୟ ବୋର୍ଡ ସଦସ୍ୟ ଏମ ଭେଙ୍କେୟା ନାଇଡୁ 2017 ରେ ଉପ-ରାଷ୍ଟ୍ରପତି ହେବାପରେ ଦଳର ସମସ୍ତ ପଦ ଛାଡିଥିଲେ । ଅନ୍ୟତମ ସଦସ୍ୟ ଥିବା ଥାବର ଚନ୍ଦ ଗେହଲଟ ରାଜ୍ୟପାଳ ହେବା ପରେ ମଧ୍ୟ ତାଙ୍କ ସ୍ଥାନ ଖାଲି ପଡିଛି । ଏହାବାଦ ଅନ୍ୟ ଦୁଇ ଜଣ ସଦସ୍ୟ ଥିବା ସୁଷମା ସ୍ବରାଜ ଓ ଅରୁଣ ଜେଟଲୀଙ୍କ ନିଧନ ହେବା ପରେ ତାଙ୍କ ସ୍ଥାନରେ ଦଳ ଆଉ କାହାକୁ ନିଯୁକ୍ତି ଦେଇନାହିଁ ।

ବର୍ତ୍ତମାନ 7 ଜଣ ସଦସ୍ୟ ଅଛନ୍ତି ବୋର୍ଡରେ

ବିଜେପି ସଂସଦୀୟ ବୋର୍ଡରେ ବର୍ତ୍ତମାନ 7 ଜଣ ସଦସ୍ୟ ଅଛନ୍ତି । ପ୍ରଥମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦ୍ବିତୀୟରେ ପ୍ରଧାନମନ୍ତ୍ରୀ ମୋଦି, ତୃତୀୟରେ ଗୃହମନ୍ତ୍ରୀ ଅମିତ ଶାହା, ଚତୁର୍ଥରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପଞ୍ଚମରେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଷଷ୍ଠରେ ଦଳର ରାଷ୍ଟ୍ରୀୟ ମହାମନ୍ତ୍ରୀ (ସଂଗଠନ) ବିଏଲ ସନ୍ତୋଷ ଓ ସପ୍ତମରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଅଛନ୍ତି ।

ନୂଆ ସଦସ୍ୟ ହେବେ ସାମିଲ

ସଂସଦୀୟ ବୋର୍ଡରେ ଖାଲି ଥିବା 4 ଟି ସ୍ଥାନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ବିଜେପି ନେତୃତ୍ବ ନୂଆ ସଦସ୍ୟଙ୍କୁ ସାମିଲ କରିବେ । ତେବେ ଗୁରୁତ୍ବପୂର୍ଣ୍ଣ ସଂସଦୀୟ ବୋର୍ଡରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରବେଶ ନିଶ୍ଚିତ ବୋଲି ଆକଳନ କରାଯାଉଛି । କାରଣ ବିଜେପିରେ ବର୍ତ୍ତମାନ ଯୋଗୀଙ୍କ ସ୍ଥାନ ତୃତୀୟରେ ଦେଖିବାକୁ ଲାଗିଲେଣି ରାଜନୀତି ପଣ୍ଡିତ ମାନେ । ମୋଦି ଶାହାଙ୍କ ପରେ ତୃତୀୟ ବ୍ୟକ୍ତି ହେଉଛନ୍ତି ଯୋଗୀ ଯିଏ ବିଜେପିରେ ଅନ୍ୟତମ ପ୍ରଭାବୀ ନେତା ଭାବେ ଉଦ୍ଭା ହୋଇଛନ୍ତି । ତେଣୁ ଯୋଗୀଙ୍କୁ ସଂସଦୀୟ ବୋର୍ଡ ଜରିଆରେ ଜାତୀୟ ରାଜନୀତିରେ ପ୍ରବେଶ କରେଇବାକୁ ରଣନୀତି ପ୍ରସ୍ତୁତି କରୁଛନ୍ତି ମୋଦି ଶାହା । ଏହାବାଦ ଅନ୍ୟ 3 ଟି ସ୍ଥାନ ପାଇଁ ଅନେକ ନେତା ଦାବିଦାର ଥିଲେ ମଧ୍ୟ ବିଜେପି ନେତୃତ୍ବ କାହାକୁ ସୁଯୋଗ ଦେବେ ଏବେ ତାହାକୁ ଅପେକ୍ଷା ।

ତେବେ ଚର୍ଚ୍ଚା ଅନୁସାରେ ଉତ୍ତର ପ୍ରଦେଶ ନିର୍ବାଚନ ବେଳେ ନିର୍ବାଚନୀ ପ୍ରଭାରୀ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣସ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପ୍ରମୁଖ ଦାବିଦାର ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 11, 2022, 10:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.