ETV Bharat / bharat

E-Pension Portal ଉନ୍ମୋଚନ କଲେ ଯୋଗୀ, ଉପକୃତ ହେବେ 11.5 ଲକ୍ଷ ହିତାଧିକାରୀ

author img

By

Published : May 2, 2022, 10:41 AM IST

ଶ୍ରମିକ ଦିବସରେ ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା । ଅବସରପ୍ରାପ୍ତ ସରାକାରୀ କର୍ମଚାରୀଙ୍କ ପାଇଁ ଇ-ପେନସନ(e-pension) ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ପ୍ରାୟ 11.5 ଲକ୍ଷ ପେନସନ ହିତାଧିକାରୀ ଉପକୃତ ହେବେ । ଅଧିକ ପଢ଼ନ୍ତୁ

up cm yogi adityanath inaugurates e-pension portal on labour day
ଇ-ପେନସନ ପୋର୍ଟାଲର ଉନ୍ମୋଚନ କଲେ ଯୋଗୀ, ଉପକୃତ ହେବେ 11.5 ଲକ୍ଷ ହିତାଧିକାରୀ

ଲକ୍ଷ୍ନୌ: ଶ୍ରମିକ ଦିବସରେ ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା । ଅବସରପ୍ରାପ୍ତ ସରାକାରୀ କର୍ମଚାରୀଙ୍କ ପାଇଁ ଇ-ପେନସନ(e-pension) ପୋର୍ଟାଲର ଉନ୍ମୋଚନ କରିଛନ୍ତି । ପେନସନ ଜନିତ ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଯୋଜନା ଘୋଷଣା କରିଛନ୍ତି । ଏହା ପ୍ରକ୍ରିୟା ଏକ ସ୍ବଚ୍ଛ, କାଗଜବିହୀନ ଓ ସରଳୀକୃତ ରହିବ । ପେନସନ ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ ।

ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି,‘ଇ-ପେନସନ ମାଧ୍ୟମରେ ଲୋକଙ୍କ ଅଭିଯୋଗ ଶୁଣାଯିବା ସହ ସମାଧାନ କରାଯିବ । ଯାହା ଫଳରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ । ବରିଷ୍ଠ ଲୋକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଅର୍ଥ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।’ ଯୋଗୀ ଆହୁରି କହିଛନ୍ତି,‘ଗତ 5 ବର୍ଷରେ ଟେକ୍ନୋଲୋଜି 25 କୋଟି ଲୋକଙ୍କ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ଏଥିସହ ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ମାଧ୍ୟମରେ ବିକାଶ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି । ପେନସନ ଗ୍ରହଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏଣ୍ଡ-ଟୁ-ଏଣ୍ଡ ଅନଲାଇନ ପେନସନ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଶ୍ରମିକଙ୍କ ସେବାକୁ ପ୍ରଶଂସା କରି ଯୋଗୀ କହିଛନ୍ତି ପ୍ରତ୍ୟେକ ଶ୍ରମିକଙ୍କ କଠିନ ପରିଶ୍ରମ ରାଜ୍ୟର ବିକାଶରେ ସହାୟକ ହୋଇଛି ।’ ଆପଣ ମାନେ 'କର୍ମଯୋଗୀ' ହୋଇଥିବାରୁ 'ପେନସନ ଭୋଗୀ' ନୁହେଁ ବରଂ 'ପେନସନ ଯୋଗୀ' ମାନ୍ୟତା ଦିଆଯିବ’।

ଏହି ପୋର୍ଟାଲରେ ରାଜ୍ୟର ପ୍ରାୟ 11.5 ଲକ୍ଷ ପେନସନ ହିତାଧିକାରୀ ଉପକୃତ ହେବେ । ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଉକ୍ତ ବ୍ୟବସ୍ଥା ଲାଗୁ କରାଯାଇଛି । ଖୁବଶୀଘ୍ର ଅନ୍ୟ ବିଭାଗ ମଧ୍ୟ ପ୍ରକ୍ରିୟାରେ ସାମିଲ ହେବେ । ଶ୍ରମିକଙ୍କୁ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଯୋଗାଇବା ଦିଗରେ ସରକାରଙ୍କ ଉଦ୍ୟମକୁ ତାଲିକାଭୁକ୍ତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ‘ପ୍ରତ୍ୟେକ ଶ୍ରମିକଙ୍କୁ ( ପ୍ରବାସୀ ଓ ସ୍ଥାନୀୟ) 2 ଲକ୍ଷ ଟଙ୍କାର ବୀମା ଓ 5 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଦିଆଯାଇଛି । ଶ୍ରମିକଙ୍କ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଯୋଗାଇବା ପାଇଁ ସରକାର 'ଅଟଳ ଆବାସିକ ବିଦ୍ୟାଳୟ' ବ୍ୟବସ୍ଥା କରିଛନ୍ତି ।’ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.