ଲକ୍ଷ୍ନୌ: ଉତ୍ତରପ୍ରଦେଶ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି କୌଣସି ପିଲା ଅର୍ଥ ଅଭାବ ଯୋଗୁଁ ପ୍ରତିଯୋଗିତା ପରୀକ୍ଷା ପ୍ରସ୍ତୁତିରୁ ବଞ୍ଚିତ ହେବେ ନାହିଁ । ତାଛଡା ପରୀକ୍ଷା ପ୍ରସ୍ତୁତି ପାଇଁ ଘର ଛାଡି ବାହାକୁ ମଧ୍ୟ ଯିବାକୁ ପଡିବନି । କାରଣ ଉତ୍ତରପ୍ରଦେଶ ସରକାର ପିଲାଙ୍କ ପ୍ରତିଯୋଗିତା ପରୀକ୍ଷା ପ୍ରସ୍ତୁତି (କମ୍ପିଟେଟିଭ ପରୀକ୍ଷା ପ୍ରସ୍ତୁତି) ପାଇଁ କୋଚିଂ ସୁବିଧା ଉପଲବ୍ଧ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ମୁଖ୍ୟମନ୍ତ୍ରୀ ଅଭ୍ୟୁଦୟ ଯୋଜନା’ ର ଶୁଭାରମ୍ଭ କରିଛନ୍ତି ।
ସୂଚନା ଅନୁସାରେ ଯୋଗୀ ଆଦିତ୍ୟନାଥ ଆଜି (ଶୁକ୍ରବାର) ସକାଳ 9.30ରେ ଅଭ୍ୟୁଦୟ ଫ୍ରି କୋଚିଂର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ଅନ୍ତର୍ଗତ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରଖିଛନ୍ତି ।
ଏହି ଯୋଜାନାର ଶୁଭାରମ୍ଭ ହେବା ପର ଠାରୁ ଅର୍ଥାତ ମଙ୍ଗଳବାର ଠାରୁ ଛାତ୍ରଛାତ୍ରୀଙ୍କ କୋଚିଂ ଆରମ୍ଭ ହୋଇଯିବ । ଆଉ ସମସ୍ତ ଛାତ୍ରଛାତ୍ରୀ ଉକ୍ତ କୋଚିଂ ସେଣ୍ଟରରେ ମାଗଣାରେ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ । ଏଠାରେ ଆଇଏଏସ ଏବଂ ପିସିଏସ ଅଧିକାରୀମାନେ ମଧ୍ୟ ଗାଇଡ କରିବେ ବୋଲି ସୂଚନା ରହିଛି ।