ETV Bharat / bharat

UP Assembly polls: Phir Se BJP ଗାଇ ୟୁପିରେ ଫାଇଟ କରିବ ବିଜେପି

author img

By

Published : Jan 22, 2022, 12:27 PM IST

Updated : Jan 22, 2022, 1:21 PM IST

ଉତ୍ତର ପ୍ରଦେଶ ଟକ୍କର ପାଇଁ ନିର୍ବାଚନୀ ଗୀତ ଲଞ୍ଚ କରିଛି ଭାରତୀୟ ଜନତା ପାର୍ଟ । ଏହି ଗୀତର ଟାଇଟେଲ ରହିଛି 'ଫିରସେ ବିଜେପି' (Phir Se BJP) । ଅଧିକ ପଢନ୍ତୁ

UP Assembly polls:  ଲଞ୍ଚ ହେଲା ବିଜେପିର ନିର୍ବାଚନୀ ଗୀତ 'Phir Se BJP'

ଲକ୍ଷ୍ନୌ: ଫେବୃଆରୀରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ହାଇପ୍ରୋଫାଇଲ ଟକ୍କର ପୂର୍ବରୁ ନିର୍ବାଚନୀ ଗୀତ ଲଞ୍ଚ କରିଛି ଭାରତୀୟ ଜନତା ପାର୍ଟି । ଏହି ଗୀତର ଟାଇଟେଲ ରହିଛି 'ଫିରସେ ବିଜେପି' (Phir Se BJP) । ଗତକାଲି ଏହି ଗୀତଟି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଲଞ୍ଚ ହୋଇଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ ବିଜେପି ମୁଖ୍ୟ ଯୋଗ ଦେଇଥିଲେ ।

ଏହି ଗୀତରେ ବିଜେପି ସରକାର ରାଜ୍ୟ ପାଇଁ କଣ କରିଛି ତାହା ଦର୍ଶାଯାଇଥିବା ବେଳେ ପୁଣି ଥରେ ୟୁପିରେ ବିଜେପି ସରକାର ଗଢିବାକୁ କୁହାଯାଇଛି । ଉଦଘାଟନୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ବିଜେପି ହେଉଛି ୟୁପିର ଆବଶ୍ୟକତା । ଅପରାଧୀମାନେ ସରକାର ଚଳାଇବା ଉଚିତ ନୁହେଁ, ଦୁର୍ନୀତିରୁ ନିବୃତ୍ତ ରହିବା ଉଚିତ୍, ଗରିବ ଲୋକ ଭିକ୍ଷା ମାଗିବେ ନାହିଁ, ରାଜ୍ୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ରହିବା ଉଚିତ, ଝିଅ ଏବଂ ଭଉଣୀମାନେ ସୁରକ୍ଷିତ ରହିବା ଆବଶ୍ୟକ, କୃଷକମାନଙ୍କୁ ସମ୍ମାନ ଦିଆଯିବା ଉଚିତ ବୋଲି ସେ କହିଛନ୍ତି।

ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନ ପାଇଁ ଫେବୃଆରୀ ୧୦ ରୁ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରପ୍ରଦେଶରେ ସାତୋଟି ପର୍ଯ୍ୟାୟରେ ମତଦାନ ହେବ। ଭୋଟ ଗଣନା ମାର୍ଚ୍ଚ ୧୦ ରେ ହେବ ।

@ANI

Last Updated : Jan 22, 2022, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.