ETV Bharat / bharat

ଉତ୍ତର ପ୍ରଦେଶରେ ବ୍ୟାନ ହେଲା ହଲାଲ ସାର୍ଟିଫାଏଡ ପ୍ରଡକ୍ଟ

author img

By ETV Bharat Odisha Team

Published : Nov 18, 2023, 10:52 PM IST

ଉତ୍ତର ପ୍ରଦେଶରେ ବ୍ୟାନ ହେଲା ହଲାଲ ସାର୍ଟିଫାଏଡ ପ୍ରଡକ୍ଟ । ତୁରନ୍ତ ଉତ୍ପାଦନ, ଷ୍ଟୋରେଜ, ବଣ୍ଟନ ଓ ବିକ୍ରିକୁ ବନ୍ଦ କରିବା ପାଇଁ ଯୋଗୀ ସରକାରଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ବ୍ୟାନ ହେଲା ହଲାଲ ସାର୍ଟିଫାଏଡ ପ୍ରଡକ୍ଟ
ଉତ୍ତର ପ୍ରଦେଶରେ ବ୍ୟାନ ହେଲା ହଲାଲ ସାର୍ଟିଫାଏଡ ପ୍ରଡକ୍ଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ସରକାର ଆଜି ଏକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜିଠାରୁ ରାଜ୍ୟରେ ବିକ୍ରି ହେବନି କୌଣସି ପ୍ରକାର ହଲାଲ ସାର୍ଟିଫାଏଡ ପ୍ରଡକ୍ଟ । ହଲାଲ ଟ୍ୟାଗ୍ ସହିତ ବଜାରରେ ଉପଲବ୍ଧ ହେଉଥିବା ଯେକୌଣସି ପ୍ରକାରର ଦ୍ରବ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ହଲାଲ ପ୍ରମାଣପତ୍ର ଥିବା ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଦ୍ରବ୍ୟର ଉତ୍ପାଦନ, ଷ୍ଟୋରେଜ, ବଣ୍ଟନ ଓ ବିକ୍ରିକୁ ତୁରନ୍ତ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ସରକାରଙ୍କ ନିୟମ ଅନୁସାରେ, ରପ୍ତାନି ପାଇଁ ଉତ୍ପାଦିତ ଦ୍ରବ୍ୟଗୁଡିକ ଏହି ପ୍ରତିବନ୍ଧିତ ନିୟମର ଅଧୀନ ହେବ ନାହିଁ ।

ଜଣେ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ହଲାଲ ପ୍ରମାଣିତ ଔଷଧ, ଚିକିତ୍ସା ଉପକରଣ ଓ ଅନ୍ୟ ସାମଗ୍ରୀର ଉତ୍ପାଦନ, ସଂରକ୍ଷଣ, ବଣ୍ଟନ, କ୍ରୟ ଓ ବିକ୍ରୟ ସହିତ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଜଡିତ ଥିଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକାଧିକ ଟିମ ମଧ୍ୟ ବଜାରରେ ଏହି ସବୁ ଦ୍ରବ୍ୟର ଉପଲବ୍ଧତା କିମ୍ବା ବେଆଇନ ଗଚ୍ଛିତ ରଖିବା ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ରାଜ୍ୟର କୌଣସି ସ୍ଥାନରେ ଏହି ସରକାରୀ ନିୟମର ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିୟମରେ ବ୍ୟବସ୍ଥା ରହିଛି ।

ଏହା ମଧ୍ୟ ପଢନ୍ତୁ:- ତାମିଲନାଡୁ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ 10 ବିଲ୍‌ ପୁନଃ ପାରିତ, ଗୁରୁବାର ଫେରାଇ ଦେଇଥିଲେ ରାଜ୍ୟପାଳ

ଖାଦ୍ୟ ସାମଗ୍ରୀର ହଲାଲ୍ ସାର୍ଟିଫିକେଟ୍ ହେଉଛି ଖାଦ୍ୟ ସାମଗ୍ରୀର ଗୁଣବତ୍ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଏକ ସମାନ୍ତରଳ ବ୍ୟବସ୍ଥା । ଏହା ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ । ଯାହା ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମର ଧାରା-89 ଅନୁଯାୟୀ ବେଆଇନ ବୋଲି ଉତ୍ତର ପ୍ରଦେଶ ସରକାର ଜାରି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ବଜାରରେ ଉପଲବ୍ଧ ହେଉଥିବା ଯେକୌଣସି ପ୍ରକାରର ଖାଦ୍ୟ ସାମଗ୍ରୀର ଗୁଣବତ୍ତା ନିର୍ଣ୍ଣୟ କରିବାର ଅଧିକାର କେବଳ ଉକ୍ତ ଆଇନର ଧାରା-29 ଅନୁସାରେ ସରକାରୀ କର୍ତ୍ତୃପକ୍ଷ ଓ ସଂସ୍ଥା ଉପରେ ନିର୍ଭର କରେ । ଏହି ଅଧିକୃତ ସଂସ୍ଥା କିମ୍ବା ଅନୁଷ୍ଠାନ ଆବଶ୍ୟକ ପଦ୍ଧତି ଅବଲମ୍ବନ କରି ଖାଦ୍ୟ ସାମଗ୍ରୀର ମାନଦଣ୍ଡ ଓ ଗୁଣବତ୍ତା ଯାଞ୍ଚ କରନ୍ତି । ଏହାକୁ ବଜାରରେ ଉପଲବ୍ଧ ତଥା ଗ୍ରାହକଙ୍କ ବ୍ୟବହାରଯୋଗ୍ୟ ବୋଲି ପ୍ରମାଣିତ କରନ୍ତି । ଏବେ ଉତ୍ତର ପ୍ରଦେଶ ବଜାରରେ କୌଣସି ହଲାଲ ମାର୍କିଂ ସାମଗ୍ରୀ ଦେଖିବାକୁ ମିଳିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.