ETV Bharat / bharat

UP boat capsize, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି - ଯମୁନା ନଦୀ ବୋଟ୍‌ ବୁଡି ମୃତ୍ୟୁ ସଂଖ୍ୟା

ଯମୁନା ନଦୀରେ ଡଙ୍ଗା ବୁଡି ଘଟଣା, ଆଜି ୮ଜଣଙ୍କ ମୃତଦେହ ଉଦ୍ଧାର କଲା ଉଦ୍ଧାରକାରୀ ଟିମ୍ । ମୋଟ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି । ଅଧିକ ପଢନ୍ତୁ

UP Banda boat capsize, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

author img

By

Published : Aug 13, 2022, 12:51 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାର ଯମୁନା ନଦୀରେ ଦୁଃଖଦ ଡଙ୍ଗା ବୁଡି ଘଟଣାରେ(UP Banda Boat Capsize) ବଢୁଛି ମୃତ୍ୟୁ ସଂଖ୍ୟା । ପୂର୍ବରୁ ୪ଜଣଙ୍କ ମୃତଦେହ ଉଦ୍ଧାର ହେଇଥିବାବେଳେ, ଆଜି (ଶନିବାର) ଫତେପୁର ନାରୁଲି ଘାଟରୁ ଆଉ ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫଳରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି । ଆଜି ଉଦ୍ଧାର ହୋଇଥିବା ମୃତକଙ୍କ ମଧ୍ୟରେ ୫ଜଣ ପୁରୁଷ ଓ ୩ଜଣ ମହିଳା ରହିଥିବା ପୋଲିସ ତରଫରୁ ସୂଚନା ମିଳିଛି । ଅନ୍ୟ ନିଖୋଜମାନଙ୍କୁ ଉଦ୍ଧାର ପାଇଁ ବର୍ତ୍ତମାନ NDRF ଓ SDRF ଟିମ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଯମୁନା ନଦୀରେ ଡଙ୍ଗା ବୁଡି ଘଟଣା, ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ଗୁରୁବାର( ଅଗଷ୍ଟ ୧୧) ଏକ ଡଙ୍ଗାରେ ପ୍ରାୟ ୩୦ରୁ ୪୦ଜଣ ଯାତ୍ରୀ ଫତେହପୁର ଜିଲ୍ଲାର ମାର୍କାରୁ ଜାରାଉଲି ଘାଟ ଅଭିମୁଖେ ଯମୁନା ନଦୀରେ ଯାତ୍ରା କରୁଥିଲେ । କୌଣସି କାରଣବଶତଃ ଡଙ୍ଗାଟି ମଝି ନଦୀରେ ଓଲଟି ପଡିବା ସହ ବୁଡି ଯାଇଥିଲା । ରକ୍ଷା ବନ୍ଧନ ଅବସରରେ ସଂପର୍କୀୟଙ୍କ ଘରକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଦୁଃଖ ପ୍ରକାଶକରିବା ସହ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ସମସ୍ତ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୫ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।

ଏନେଇ ସ୍ଥାନୀୟ ଜିଲ୍ଲାପାଳ ଅନୁରାଗ ପଟ୍ଟେଲ କହିଛନ୍ତି ଯେ, ବୁଡିଥିବା ଡଙ୍ଗାଟି ପଞ୍ଜିକୃତ ହୋଇନାହିଁ, ବର୍ତ୍ତମାନ NDRF ଓ SDRF ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି, ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।" ତେବେ ଯମୁନା ନଦୀ କୂଳରେ ଏକ ଡାକ୍ତରୀ ଟିମ୍ ଓ ତିନିଟି ଆମ୍ବୁଲାନ୍ସ ରହିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏନେଇ ସେଠାକାର ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ''ଦୀର୍ଘ ଦିନ ଧରି ମାର୍କା ଘାଟରେ ଏକ ସେତୁ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା । ବିଏସପି ଶାସନ ସମୟରେ ଏହି ସେତୁ ପ୍ରକଳ୍ପ ପାରିତ ହୋଇଥିଲା । ତେବେ ସେତୁ ନିର୍ମାଣ ହୋଇଥିଲେ ମଧ୍ୟ କାମ ଆଜି ଅସମ୍ପୂର୍ଣ୍ଣ ରହିଛି । ଯଦି ସେତୁଟି ସମ୍ପର୍ଣ୍ଣ ହୋଇଯାଇଥାନ୍ତା, ହୁଏତ ଆଜି ଏହି ଘଟଣା ଘଟିନଥାନ୍ତା ।" ବାନ୍ଦା ଜିଲ୍ଲା ଦେଇ ପ୍ରବାହିତ କେନ୍ ଏବଂ ଯମୁନା ନଦୀ ପାର ହୋଇ ଶହ ଶହ ଲୋକ ପ୍ରତିଦିନ ଯାତାୟତ କରନ୍ତି । ୧୯୯୫ରେ ମାର୍କା ଅଞ୍ଚଳର ଯମୁନା ନଦୀରେ ଏକ ଡଙ୍ଗା ବୁଡ଼ିଯାଇଥିଲା ଯେଉଁଥିରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୨୦୧୯ ରେ, କେନ୍ ନଦୀରେ ଏକ ଡଙ୍ଗା ଓଲଟି ପଡ଼ିବା ପରେ ତିନି ଜଣ ଲୋକ ବୁଡ଼ି ଯାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.