ETV Bharat / bharat

ବିବାଦ ମଧ୍ୟରେ ପ୍ରଥମ ସମ୍ବୋଧନ: ମଞ୍ଚରେ କବିତା ଶୁଣାଇଲେ, ପ୍ରଧାନମନ୍ତ୍ରୀଙ୍କୁ ବ୍ରିଜଭୂଷଣଙ୍କ ପ୍ରଶଂସା - ବିଜେପି ସାଂସଦ ବ୍ରିଜଭୂଷଣ ସିଂ

ଅଭିଯୋଗ ଓ ବିବାଦ ପରେ ପ୍ରଥମ ଥର ସମାବେଶକୁ ସମ୍ବୋଧିତ କଲେ ବ୍ରିଜଭୂଷଣ ସିଂ । କବିତା ଆବୃତ୍ତି କଲେ । ମୋଦିଙ୍କୁ କଲେ ପ୍ରଶଂସା । ନିଜ ନିର୍ବାଚନ ଲଢିବା ନେଇ ମଧ୍ୟ କଲେ ସ୍ପଷ୍ଟ । ଅଧିକ ପଢନ୍ତୁ

ମଞ୍ଚରେ କବିତା ଶୁଣାଇଲେ ବ୍ରିଜଭୂଷଣ, ପ୍ରଧାନମନ୍ତ୍ରୀଙ୍କୁ କଲେ ପ୍ରଶଂସା

author img

By

Published : Jun 11, 2023, 7:11 PM IST

ଲକ୍ଷ୍ନୌ: କୁସ୍ତିଯୋଦ୍ଧାଙ୍କ ଗମ୍ଭୀର ଅଭିଯୋଗ, ରାଜଧାନୀରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ମଧ୍ୟରେ କୁସ୍ତି ମହାସଂଘ ସଭାପତି ତଥା ବ୍ରିଜଭୂଷଣ ଶରଣ ସିଂଙ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଲାଗି ରହିଛି । ଆଜି ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ଗୋଣ୍ଡାରେ କୌଣସୀ ସମାବେଶକୁ ପ୍ରଥମ ଥର ପାଇଁ ସମ୍ବୋଧିତ କରିଛନ୍ତି କୁସ୍ତିଯୋଦ୍ଧା ମହାସଂଘର ବିବାଦୀୟ ସଭାପତି ବ୍ରିଜଭୂଷଣ ସିଂ । ନିଜ ବିରୋଧରେ ଆସିଥିବା ଅଭିଯୋଗ ନେଇ କିଛି କହିନଥିବା ବ୍ରିଜଭୂଷଣ ନିଜ ସମ୍ବୋଧନରେ କବିତା ଆବୃତ୍ତି କରି ପରୋକ୍ଷରେ ନିଜ ପାଇଁ ଯୁକ୍ତି ବାଢିଛନ୍ତି । ସେହିପରି ସେ 2024 ସାଧାରଣ ନିର୍ବାଚନ ନେଇ ତାଙ୍କ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । କହିଛନ୍ତି, ସେ ଉତ୍ତର ପ୍ରଦେଶରୁ ହିଁ ନିର୍ବାଚନ ଲଢ଼ିବେ ।

  • #WATCH | At the Sanyukt Morcha Sammelan in Gonda, Uttar Pradesh, BJP MP and former WFI chief Brij Bhushan Sharan Singh says, "In 2024, BJP will form the Government with absolute majority. BJP will win all seats in Uttar Pradesh."

    "I will contest the election from Kaiserganj Lok… pic.twitter.com/Dp3OQXTjkp

    — ANI (@ANI) June 11, 2023 " class="align-text-top noRightClick twitterSection" data=" ">

ଉତ୍ତର ପ୍ରଦେଶ ଗୋଣ୍ଡାରେ ମୋଦି ସରକାରର 9 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ମହାସମ୍ପର୍କ ଅଭିଯାନ ସମାବେଶକୁ ସମ୍ବୋଧିତ କରି ବ୍ରିଜଭୂଷଣ ସିଂ କହିଛନ୍ତି, ସେ ଉତ୍ତର ପ୍ରଦେଶର କାଇସରଗଞ୍ଜ ନିର୍ବାଚନ ମଣ୍ଡଳୀରୁ 2024 ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ । କେବଳ ଏତିକି ନୁହେଁ ସେ, କବିତା ଆବୃତ୍ତି କରିବା ଛଳରେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଥିବା ଚର୍ଚ୍ଚା ହେଉଛି । ଏ ମିଲା ମୁଝକୋ ମହୋବତ କା ସିଲା...ବେଓ୍ବଫା କେହେକେ ମେରା ନାମ ଲିୟା ଜାତା ହୈ । ଇସକୋ ରୁସଓ୍ବାଇ କହେଁ କି ସୋହରାତ ଆପନୀ...ଦବେ ହୋଠୋଁ ସେ ମେରା ନାମ ଲିଆ ଯାତା ହୈ... । ସମାବେଶ ମଞ୍ଚରେ ଏମିତି ଥିଲା ବ୍ରିଜଭୂଷଣଙ୍କ କିଛି କବିତାର ଝଲକ ।

ସେହିପରି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କାଶ୍ମୀରରେ ଧାରା-370 ଉଚ୍ଛେଦ ଓ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସଫଳ ହେବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ଶାସନ କାଳରେ ଯେଉଁ ଭାରତର ଯେଉଁ ଭୂଭାଗ ଅକ୍ତିଆର କରାଯାଇଥିଲା, ତାହା ଆଜି ମୋଦିଙ୍କ ନେତୃତ୍ବରେ ଦେଶକୁ ଫେରିଛି । ସେହିପରି 2024ରେ ମଧ୍ୟ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବା ସହ ଉତ୍ତର ପ୍ରଦେଶର ସମସ୍ତ ଲୋକସଭା କ୍ଷେତ୍ରରେ ବିଜେପି ବିଜୟ ଲାଭ କରିବାକୁ ଯାଉଥିବା ମଧ୍ୟ ସେ ଦମ୍ଭୋକ୍ତି ଦେଖାଇଛନ୍ତି ।

ତମାମ ଅଭିଯୋଗ, ବିରୋଧ, ଧାରଣା ପ୍ରତିବାଦ ଓ ରାଜନୈତିକ ଚାପ ସତ୍ତ୍ବେ ମଧ୍ୟ ସେ ପ୍ରଥମରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିସାରିଥିଲେ । କୌଣସି ପରିସ୍ଥିତିରେ ସେ ଇସ୍ତଫା ଦେବେ ନାହିଁ ଓ ତଦନ୍ତର ସାମ୍ନା କରିବ ବୋଲି କହିଥିଲେ ବ୍ରିଜଭୂଷଣ । ଏବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ମୋଡ଼ ମଧ୍ୟ ବଦଳିବାରେ ଲାଗିଲାଣି । କାରଣ ଅଭିଯୋଗକାରୀ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଥିବା ଏକମାତ୍ର ନାବାଳିକା ନିଜର ଅଭିଯୋଗରେ ପରିବର୍ତ୍ତନ କରି ସାରିଛନ୍ତି । ଅନ୍ୟପଟେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରତିଶ୍ରୁତି ପରେ କୁସ୍ତିଯୋଦ୍ଧାଙ୍କ ଧାରଣା 15 ତାରିଖ ପର୍ଯ୍ୟନ୍ତ ସାମୟିକ ସ୍ଥଗିତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.