ETV Bharat / bharat

Joshimath Sinking: ଆଜିଠୁ ଭଙ୍ଗାଯିବ ଅସୁରକ୍ଷିତ କୋଠା, ଲୋକଙ୍କୁ ସ୍ଥାନାନ୍ତର

author img

By

Published : Jan 10, 2023, 2:24 PM IST

ଧୀରେଧୀରେ ଧ୍ବସଂ ହେବ ଯୋଶୀମଠ ସହର ! ଅସୁରକ୍ଷିତ କୋଠାଗୁଡ଼ିକୁ ମାଟିରେ ମିଶାଯିବ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଦୁଇଟି ହୋଟେଲ ଭଙ୍ଗାଯିବ । ଅଧିକ ପଢ଼ନ୍ତୁ

Joshimath landslide
Joshimath landslide

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଦିନକୁ ଦିନ ବିପଦ ବଢୁଛି । ମାଟି ଦବିବା ଯୋଗୁଁ ଘର ଓ ରାସ୍ତାଘାଟ ଫାଟି ଆଁ କଲାଣି । ଭୂସ୍ଖଳନ ଯୋଗୁଁ ଅନେକ ଘର ଭୁଶୁଡ଼ିଯାଇଛି । ଏବେ ବି ଅନେକ ବଡ଼ବଡ଼ କୋଠା ବିପଦ ସଂକୁଳ ଅବସ୍ଥାରେ ରହିଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି SDRF ଟମ୍‌କୁ ସତର୍କ ହୋଇଛି । SDRFର ମହାନୀରିକ୍ଷକ ରିଦ୍ଧିମ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଯୋଶୀମଠରେ 8ଟି ଟିମ୍‌ ମୁତୟନ ଅଛନ୍ତି । ଦବି ଯାଇଥିବା ସ୍ଥାନର ସ୍ଥିତି ଯାଞ୍ଚ କରିବା ସହ ଲୋକଙ୍କୁ ବିପଦପୂର୍ଣ୍ଣ ଯାଗାରୁ ସ୍ଥାନାନ୍ତର କରାଯାଉଛି । ପ୍ରଶାସନ ପକ୍ଷରୁ କୋଠା ଗୁଡିକୁ ଭାଙ୍ଗିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକଙ୍କ ତତ୍ତ୍ବାବଧାନରେ ଏକ ଟିମ ଦ୍ବାରା ଯୋଶୀମଠ ସହରରେ ଅସୁରକ୍ଷିତ କୋଠା ଗୁଡ଼ିକୁ ଭଙ୍ଗାଯିବ । ଏହି କ୍ରମରେ ଦୁଇଟି ହୋଟେଲକୁ ଭାଙ୍ଗିବା ପାଇଁ ବୁଲଡୋଜର ପହଞ୍ଚିଛି । ଏହି ସ୍ଥାନରେ ପ୍ରାୟ 100ରୁ ଊର୍ଦ୍ଧ୍ବ ଘର ବିପଦ ଅବସ୍ଥାରେ ରହିଛି । ଅସୁରକ୍ଷିତ ଅଟ୍ଟାଳିକା ଭାଙ୍ଗିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କୋଠା ଭଙ୍ଗା ହେବା ପୂର୍ବରୁ ଲୋକଙ୍କ ସୁରକ୍ଷା ନେଇ ସତର୍କ କରାଯାଇଛି । 600ରୁ ଅଧିକ ଘରୁ ପ୍ରାୟ 4ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଲୋକଙ୍କ ଜ୍ଞାତ ପାଇଁ ଅସୁରକ୍ଷିତ କୋଠାରେ ନାଲି ଚିହ୍ନ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Joshimath Subsidence: ଜୁରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ଗତ ସୋମବାର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଏକ ଟିମ ଯୋଶୀମଠରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ । ଏହାପରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଦୁଇଟି ହୋଟେଲ ମାଲାରି ଇନ ଏବଂ ମାଉଣ୍ଟ ଭ୍ୟୁକୁ ପ୍ରଥମେ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । CBRIର ବିଶେଷଜ୍ଞଙ୍କ ନିର୍ଦ୍ଦେଶରେ NDRF ଏବଂ SDRF ଟିମ୍‌ ଉପସ୍ଥିତିରେ ହୋଟେଲ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହେବ । ଏହି କାର୍ଯ୍ୟରେ 60 ଜଣ ଶ୍ରମିକ, ଦୁଇଟି JCB, ଏକ ବଡ଼ କ୍ରେନ୍‌ ଦୁଇଟି ଟିପ୍ପର ଟ୍ରକ୍‌ ନିୟୋଜିତ ହେବ ।

ଏହା ମଧ୍ୟ ପଢ଼ନ୍ତୁ: JOSHIMATH LAND SUBSIDENCE: ବାସ ଅନୁପଯୋଗୀ ସ୍ଥାନ ଚିହ୍ନଟ ଆରମ୍ଭ, ବିପଦରେ ଶଙ୍କରାଚାର୍ଯ୍ୟଙ୍କ ଜୋର୍ତିମଠ

SDRF ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆକଳନ କରୁଛନ୍ତି । କ୍ଷତିଗ୍ରସ୍ତ ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପାଟ୍ରୋଲିଂ କରି ସ୍ଥିତି ଉପରେ ନଜର ରଖାଯାଉଛି । ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ଯାଗାକୁ ନେବାପାଇଁ ସହାୟତା ମଧ୍ୟ ଦିଆଯାଉଛି । ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ ସିହ୍ନା କହିଛନ୍ତି, "ଯେଉଁ ଅଟ୍ଟାଳିକା ଗୁଡ଼ିକ ଫାଟିଛି , କ୍ରମାଗତ ଭାବେ ଭଙ୍ଗାଯିବ । ବିଲ୍ଡିଂ ଭାଙ୍ଗିବା ପାଇଁ ବିସ୍ଫୋରକର ସହାୟତା ନିଆଯିବ ନାହିଁ । CBRI ଦ୍ବାରା ଯାନ୍ତ୍ରିକ କୌଶଳରେ ସମସ୍ତ କୋଠା ଭଙ୍ଗାଯିବ । ଏଥିପାଇଁ ଶ୍ରମିକଙ୍କ ସହାୟତା ନିଆଯିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.