ETV Bharat / bharat

ଆଞ୍ଚଳିକ ଭାଷାରେ ପାଠ୍ୟ ପୁସ୍ତକ ଅନୁବାଦ କରିବାକୁ ବିଶ୍ବବିଦ୍ୟାଳୟକୁ ଚିଠି - ବିଶ୍ବବିଦ୍ୟାଳୟକୁ କେନ୍ଦ୍ର ସରକାରଙ୍କ ଚିଠି

ପାଠ୍ୟ ପୁସ୍ତକ ବିଷୟ ବସ୍ତୁକୁ ସମସ୍ତ ଆଞ୍ଚଳିକ ଭାଷାରେ ଅନୁବାଦ କରିବାକୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟକୁ ଚିଠି । ଅଧିକ ପଢନ୍ତୁ...

ଆଞ୍ଚଳିକ ବାଷାରେ ପାଠ୍ୟ ପୁସ୍ତକ ଅନୁବାଦ କରିବାକୁ ବିଶ୍ବବିଦ୍ୟାଳୟକୁ ଚିଠି

author img

By

Published : Nov 4, 2021, 9:24 AM IST

Updated : Nov 4, 2021, 2:18 PM IST

ନୂଆଦିଲ୍ଲୀ:ପାଠ୍ୟ ପୁସ୍ତକ ବିଷୟ ବସ୍ତୁକୁ ସମସ୍ତ ଆଞ୍ଚଳିକ ଭାଷାରେ ଅନୁବାଦ କରିବାକୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଆଜାଦୀ କା ଅମୃତ ମହୋତ୍ସବ ଉତ୍ସବରେ ଏହାକୁ ଏକ ଅଂଶ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ତେବେ ଏନେଇ ବିଶ୍ବବିଦ୍ୟାଳୟଗୁଡ଼ିକୁ ନଭେମ୍ବର 20 ସୁଦ୍ଧା ସମୟସୀମା ସହିତ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଅଗଷ୍ଟ ୩୧ ରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଏହି ବୈଠକ ବସିଥିଲା । ଜାତୀୟ ଶିକ୍ଷା ନୀତି (NEP) 2020 ଦ୍ୱାରା ଏହା ମଧ୍ୟ ସୁପାରିଶ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

କେନ୍ଦ୍ରୀୟ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଏକ ଚିଠା ପ୍ରସ୍ତୁତ କରି 20 ସୁଦ୍ଧା କମିଶନଙ୍କ ନିକଟକୁ ପଠାଇବାକୁ କୁହାଯାଇଛି । ଜାତୀୟ ଶିକ୍ଷା ନୀତି (NEP) 2020 ମଧ୍ୟ ବିଭିନ୍ନ ଭାରତୀୟ ଭାଷାରେ ଉଚ୍ଚମାନର ଶିକ୍ଷଣ ସାମଗ୍ରୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଲିଖିତ ଏବଂ କଥିତ ସାମଗ୍ରୀକୁ ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଇବା ପାଇଁ ଭାରତର ଅନୁବାଦ ଏବଂ ବ୍ୟାଖ୍ୟା ପ୍ରୟାସକୁ ବିସ୍ତାର କରିବାକୁ ଗୁରୁତ୍ୱ ଦେଇଥାଏ । ଏଭଳି କାର୍ଯ୍ୟକଳାପ ଛାତ୍ର ଓ ଅଧ୍ୟାପକଙ୍କୁ ଉଭୟ ଏକତା ଏବଂ ସୁନ୍ଦର ସାଂସ୍କୃତିକ ଐତିହ୍ୟ ଏବଂ ଭାରତର ବିବିଧତା ପ୍ରଦାନ କରିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 4, 2021, 2:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.