ଗ୍ବାଲିଅର(ମଧ୍ୟପ୍ରଦେଶ): ବିବାହକୁ ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିବାକୁ ଲୋକମାନେ ଭିନ୍ନଭିନ୍ନ ପଦ୍ଧତି ଅବଲମ୍ବନ କରୁଛନ୍ତି । କେହି ମଣ୍ଡପକୁ ନିଆରା ଢ଼ଙ୍ଗରେ ପ୍ରବେଶ କରୁଛନ୍ତି ତ ଆଉ କେହି ନିଜ ବାହାଘରର କାର୍ଡକୁ ଏକ ସ୍ବତନ୍ତ୍ର ଏବଂ ଷ୍ଟାଇଲିଷ୍ଟ ଭାବରେ ଛପାଉଛନ୍ତି । ଏହିଭଳି ଭାବେ କଂଗ୍ରେସର ପୂର୍ବତନ ବିଧାୟକ ଫୁଲସିଂ ବାରାୟା ମଧ୍ୟ ତାଙ୍କ ଝିଅର ବିବାହ କାର୍ଡରେ ଭାରତର ସମ୍ବିଧାନ ବଞ୍ଚାଅ ନେଇ ଏକ ବାର୍ତ୍ତା ଲେଖିଛନ୍ତି। ଏହି ଅନନ୍ୟ ବିବାହ କାର୍ଡ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।
ଦେଶର 140 କୋଟି ନାଗରିକଙ୍କ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବାକୁ ହେବ । କାର୍ଡରେ ଆହୁରି ଲେଖାଯାଇଛି ଯେ, ଭାରତର 140 କୋଟି ନାଗରିକଙ୍କ ଅଧିକାର ବଞ୍ଚାଇବାକୁ ପଡିବ, ସେତେବେଳେ ଭାରତ ବଞ୍ଚିବ । ଗ୍ବାଲିଅର ଚମ୍ବଲ ଜୋନର ସବୁଠାରୁ ବଡ ଦଳିତ ନେତା ଫୁଲସିଂ ବାରିଆ କହିଛନ୍ତି ଯେ, ବିବାହ ଉତ୍ସବରେ ଏକ ସମ୍ବିଧାନର ଏକ ନକଲ ଉପହାର ସ୍ବରୂପ ଦିଆଯିବ । ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତ ଲୋକଙ୍କୁ ସମ୍ବିଧାନ ବଞ୍ଚାଇବାକୁ ଉତ୍ସାହିତ କରିବା । ସେ ସମ୍ବିଧାନର ପ୍ରାୟ 400 କପି ଛପା କରିସାରିଛନ୍ତି ।
ଏହି ବିବାହ 11 ଏପ୍ରିଲରେ ଗ୍ବାଲିଅରରେ ହେବାକୁ ଯାଉଛି । ଏହାସହିତ ଉପହାର ନଆଣିବା ପାଇଁ କାର୍ଡରେ ମଧ୍ୟ ଲେଖାଯାଇଛି । ସିଧାସଳଖ ଭାବେ କାର୍ଡରେ ଲେଖାଯାଇଛି "ଉପହାର ଗ୍ରହଣ କରାଯିବ ନାହିଁ" । ବିଧାୟକ ଫୁଲସିଂ ବାରାୟାଙ୍କ ଝିଅର ବାହାଘରରେ ରାଜ୍ୟ ସଭାପତି କମଲ ନାଥ, ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେବାର ଯୋଜନା ରହିଛି । ଫୁଲସିଂ ବାରାୟା ଦେଶର ସମ୍ବିଧାନକୁ ବଞ୍ଚାଇବା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ