ETV Bharat / bharat

Unique tradition of Holi: ସପ୍ତାହେ ପୂର୍ବରୁ ଏହି ଗାଁରେ ପାଳନ ହୁଏ ହୋଲି, ଜାଣନ୍ତୁ କାରଣ - ନିଆରା ଗାଁ

ଚର୍ଚ୍ଚାରେ ଛତିଶଗଡ଼ କୋରିୟା ଜିଲ୍ଲାର ଏକ ଗାଁ । ଯେଉଁଠି ସପ୍ତାହେ ପୂର୍ବରୁ ପାଳିତ ହୋଇଥାଏ ରଙ୍ଗର ପର୍ବ ହୋଲି । ଗ୍ରାମବାସୀ କାହିଁକି ଏପରି କରିଥାନ୍ତି ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Unique tradition of Holi
Unique tradition of Holi
author img

By

Published : Mar 2, 2023, 8:01 PM IST

Unique tradition of Holi: ସପ୍ତାହେ ପୂର୍ବରୁ ଏହି ଗାଁରେ ପାଳନ ହୁଏ ହୋଲି, ଜାଣନ୍ତୁ କାରଣ

ରାୟପୁର: ରଙ୍ଗର ପର୍ବ 'ହୋଲି'କୁ ସାରା ଦେଶରେ ବେଶ ଆଡମ୍ବରର ସହ ପାଳନ କରାଯାଏ । ହୋଲି ଲାଗି ବଜାରରେ ଭଳିକି ଭଳି ଅବିର ପସରା ମେଲିବା ସହ ଚାରିଆଡେ ଖେଳିଯାଏ ଖୁସିର ଲହରୀ । ବସନ୍ତ ଋତୁର ଆଗମନରେ ଚତୁର୍ଦ୍ଦିଗ ରଙ୍ଗୀନ ହୋଇଉଠେ । ସଭିଏଁ ପରସ୍ପରକୁ ରଙ୍ଗ ଲଗାଇ ସେମାନଙ୍କ ଜୀବନରେ ମଧ୍ୟ ରଙ୍ଗ ଭରିବା ଲାଗି କାମନା କରନ୍ତି । ତେବେ ଯେତେବେଳେ ହୋଲି ପର୍ବ ଆସେ, ସେତେବେଳେ ଚର୍ଚ୍ଚାକୁ ଆସେ ଛତିଶଗଡ଼ କୋରିୟା ଜିଲ୍ଲାର ଅମରପୁର ଗାଁ । ଏଠାରେ ହୋଲିର ସପ୍ତାହେ ପୂର୍ବରୁ ଗ୍ରାମବାସୀ ରଙ୍ଗ ଖେଳନ୍ତି । ଦେଶବାସୀ ଗୋଟିଏ ଦିନରେ ହୋଲି ପର୍ବ ପାଳନ କରୁଥିବା ବେଳେ ଏଠାରେ କିନ୍ତୁ ସପ୍ତାହକ ପୂର୍ବରୁ ହୋଲି ପର୍ବ ପାଳନ ହୋଇଥାଏ । ଏଥିଲାଗି ହୋଲି ପର୍ବ ଲାଗି ଅମରପୁର ଗାଁ ବେଶ ଚର୍ଚ୍ଚାରେ ରହିଛି ।

ସପ୍ତାହେ ପୂର୍ବରୁ ସେହି ଆନନ୍ଦ, ଉଲ୍ଲାସର ସହିତ ଗ୍ରାମବାସୀ ହୋଲି ଖେଳନ୍ତି । ଏଠାରେ ସମସ୍ତ ରୀତିନୀତି ସହିତ 'ହୋଲି କା ଦହନ' ପର୍ବ ପାଳନ ହୁଏ । ଏହାପରେ ଅବିର ସହିତ ରଙ୍ଗ ଖେଳରେ ମସଗୁଲ ହୁଅନ୍ତି ଗ୍ରାମବାସୀ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥାନ୍ତି । ବାୟୁମଣ୍ଡଳ ମଧ୍ୟ ଏହି ଦିନ ରଙ୍ଗୀନ ହୋଇଉଠେ । ସତେ ଯେପରି ହୋଲି ସମସ୍ତଙ୍କ ଜୀବନରୁ ରଙ୍ଗମୟ କରିଦେବା ପରି ମନେ ହୁଏ । ସମସ୍ତଙ୍କ ମୁଖରେ ଏକ ଉଜ୍ଜ୍ବଳତା ଦେଖିବାକୁ ମିଳେ । ଗ୍ରାମବାସୀମାନେ ରଙ୍ଗ ସହିତ ଭାଙ୍ଗର ମଧ୍ୟ ମଜା ନିଅନ୍ତି । ବିଭିନ୍ନ ପ୍ରକାର ପାନୀୟରେ ଭାଙ୍ଗ ମିଶାଇ ରଙ୍ଗ ଖେଳରେ ରଙ୍ଗୀନ ହୋଇପଡ଼ନ୍ତି ଗ୍ରାମବାସୀ । ତେବେ ସପ୍ତାହେ ପୂର୍ବରୁ ହୋଲି ଖେଳ ପଛରେ ଏକ ବଡ଼ ରହସ୍ୟ ରହିଛି ।

ଏହା ବି ପଢନ୍ତୁ- ଖାଇସାରି ଟ୍ରେନରେ ଶୋଇପଡିଲେ ପୋଲିସ ବାବୁ, ବନ୍ଧୁକ ନେଇଗଲା ଚୋର

ଗ୍ରାମବାସୀମାନେ ବିଶ୍ବାସ କରନ୍ତି ଯେ ଯଦି ସେମାନେ ଗୋଟିଏ ସପ୍ତାହ ପୂର୍ବରୁ ଏପରି ହୋଲି ନ ଖେଳନ୍ତି ତେବେ ଗାଁ ଉପରକୁ ବିପଦ ମାଡ଼ି ଆସିବ । ଗ୍ରାମ ଉପରେ ଦେବୀ ମା' କୋପ କରିବେ ନଚେତ ସାରା ଗାଁର ବିଲୋପ ଘଟିବ । ଚାଷଜମିରେ ଭଲ ଫସଲ ହେବ ନାହିଁ । ମାଟି ପାଣି ଶୁଖି ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେବ । ଗୃହ ପାଳିତ ପଶୁମାନେ ବିନା କାରଣରେ ମୃତ୍ୟୁବରଣ କରିବେ । ଏହାସହ ଗ୍ରାମବାସୀ ଭୋକ ଉପାସରେ ପ୍ରାଣ ତ୍ୟାଗ କରିବେ । ଏପରି କଥା ନିଜ ପୂର୍ବଜଙ୍କଠାରୁ ଶୁଣି ଆସୁଛନ୍ତି ଗ୍ରାମବାସୀ । ଏଣୁ ଭୟରେ ଏପରି ବିପଦକୁ ଏଡ଼ାଇବା ଲାଗି ଗ୍ରାମବାସୀମାନେ ଏକ ସପ୍ତାହ ପୂର୍ବରୁ ହୋଲି ଖେଳି ନିଜକୁ ଓ ପରିବାରକୁ ବିପଦରୁ ରକ୍ଷା କରନ୍ତି ।

ଖାଲି ହୋଲି ନୁହେଁ, ଏହି ଗ୍ରାମରେ ଅନ୍ୟ ପର୍ବପର୍ବାଣି ମଧ୍ୟ ଆଗୁଆ ପାଳନ ହୋଇଥାଏ । ଗ୍ରାମବାସୀଙ୍କ କହିବାନୁଯାୟୀ ସେମାନଙ୍କ ପୂର୍ବଜ କହିଥାନ୍ତି ଯେ ଯଦି ହୋଲି ଦିନ ଗାଁରେ ରଙ୍ଗ ଖେଳ ହୁଏ, ତେବେ ଅଜବ ଘଟଣାମାନ ଘଟିଥାଏ । ଏପରି ଅନେକ ଥର ଘଟିବା ପରେ ଗ୍ରାମବାସୀମାନେ ହୋଲି ଦିନ ହୋଲି ଖେଳିବା ବନ୍ଦ କରିଥିଲେ । ଏହାପରେ ଗ୍ରାମବାସୀମାନେ କୌଣସି ପଣ୍ଡିତଙ୍କ ଉପଦେଶକୁ ମାନି ହୋଲି ପୂର୍ବରୁ ହିଁ ଏହି ପର୍ବକୁ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଏହାପରେ ହୋଲି ସହିତ ଅନ୍ୟ ପର୍ବପର୍ବାଣିକୁ ବି ମଧ୍ୟ ଭିନ୍ନ ଦିନରେ ପାଳନ କରିବା ଆରମ୍ଭ କରିଥିଲେ । ଏହାପରେ ଗାଁକୁ କୌଣସି ବିପଦ ଆସିନଥିଲା । ସେହି ଦିନଠୁ ଅମରପୁର ଗାଁରେ ଏପରି ପାଳିତ ହୋଇଆସୁଛି ରଙ୍ଗର ପର୍ବ ହୋଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.