ETV Bharat / bharat

ପେଟରୁ ବାହାରିଲା 56 ଖଣ୍ଡ ବ୍ଲେଡ, ଗିଳି ଦେଇଥିଲେ ଯୁବକ

author img

By

Published : Mar 14, 2023, 9:57 PM IST

ଯୁବକଙ୍କ ପେଟରୁ ବାହାରିଲା 56 ଖଣ୍ଡ ବ୍ଲେଡ । ଅପରେସନ ସଫଳ । ହେଲେ କାହିଁକି ଗିଳିଥିଲେ ମୁହଁ ଖୋଲୁନି ପରିବାର । ଅଧିକ ପଢନ୍ତୁ

Unique Surgery of a young man
Unique Surgery of a young man

ଜୟପୁର: ଆଜିକାଲି ଉନ୍ନତ ଚିକିତ୍ସା ବ୍ୟବସ୍ଥା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ଫଳରେ ବିଭିନ୍ନ ପ୍ରକାର ବିରଳ ଅସ୍ତ୍ରୋପଚାର ସଫଳ ହୋଇଥିବା ଅନେକ ଉଦାହରଣ ସାମ୍ନାକୁ ଆସୁଛି । ହେଲେ ଏମିତି ଏକ ଅସ୍ତ୍ରୋପଚାର ଯାହା ଆପଣକୁ ବିଚଳିତ କରିଦେଇପାରେ । ଯୁବକଙ୍କ ପେଟରୁ ବାହାରିଲା 56 ଖଣ୍ଡ ପାତ । ଏପରି ଏକ ଆଶ୍ଚର୍ଯ୍ୟଚକିତ କରିବା ପରି ଅସ୍ତ୍ରୋପଚାର ରାଜସ୍ଥାନର ସାଞ୍ଚୋର ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ସଫଳ ହୋଇଛି । ତେବେ ଯୁବକଜଣଙ୍କ କାହିଁକି ବ୍ଲେଡ ଗିଳିଥିଲେ ସେ ନେଇ କୌଣସି ସୂଚନା ମିଳନି ।

ବିରଳ ଅସ୍ତ୍ରୋପଚାର: ଯୁବକଙ୍କ ପେଟରୁ ବାହାରିଲା 56 ଖଣ୍ଡ ବ୍ଲେଡ

ସୂଚନା ଅନୁସାରେ, ଯୁବକଙ୍କ ପେଟରୁ 56 ଖଣ୍ଡ ପାତ ଉଦ୍ଧାର କରାଯିବାରେ ଡାକ୍ତରୀ ଟିମ ସଫଳତା ପାଇଛି । ଏବେ ଅପରେସନ ସଫଳତାର ସହ ଶେଷ ହୋଇଛି । ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି । ଏବେ ଡାକ୍ତରୀ ଟିମର ନିରୀକ୍ଷଣରେ ତାଙ୍କୁ ରଖାଯାଇଛି । ଯୁବକଜଣଙ୍କ କାହିଁକି ଏପରି କଲେ ସେ ନେଇ ପରିବାର ପକ୍ଷରୁ ମଧ୍ୟ ସୂଚନା ଦିଆଯାଇନାହିଁ । ସମ୍ପର୍କୀୟମାନେ ମଧ୍ୟ ସୂଚନା ଦେବାକୁ ମନା କରି ଦେଇଛନ୍ତି ।

ମିଳିଥିବା ସୂଚନା ଅନସାରେ ସ୍ଥାନୀୟ ଅଞ୍ଚଳର ୟସପାଲ ସିଂ ନାମକ ଜଣେ ଯୁବକଙ୍କୁ ରବିବାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ରକ୍ତବାନ୍ତି କରୁଥିବା ପରିବାର ସଦସ୍ୟ ସୂଚନା ଦେଇଥିଲେ । ଲକ୍ଷଣ ଅନୁସାରେ ଯୁବକଙ୍କୁ ଏକ୍ସ-ରେଡ୍ କରି ଯାଞ୍ଚ କରାଯାଇଥିଲା । ପରୀକ୍ଷାରୁ ଜଣାପଡିଥିଲା ​​ଯେ ଯୁବକଙ୍କର ପେଟରେ ଅନେକ ବ୍ଲେଡ୍ ବା ପାତ ଅଛି । ତେବେ ପରେ ଏହା ମଧ୍ୟ ଜଣାପଡିଥିଲା, ଯେ ଯୁବକ ଜଣଙ୍କ ଏହି ପାତକୁ ଗିଳିଛନ୍ତି । ପରୀକ୍ଷାରେ ଏପରି ଆଶ୍ଚର୍ଯ୍ୟଚକିତ କରିବା ପରି ସୂଚନା ମିଳିବା ପରେ ଡାକ୍ତରୀ ଟିମ ଅପରେସନର ତୟାରି କରିଥିଲେ । ଦୀର୍ଘ ଘଣ୍ଚାର ଅପରେସନରେ ପରେ ତାଙ୍କ ପେଟରୁ ମୋଟ 56 ଖଣ୍ଡ ପାତ ବାହାର କରିବାରେ ଡାକ୍ତରୀ ଟିମ ସଫଳତା ପାଇଛନ୍ତି । ଯୁବକଙ୍କ ପେଟରେ ଥିବା ସମସ୍ତ ପାତକୁ ବାହାର କରାଯାଇଛି । ବର୍ତ୍ତମାନ ଅପରେସନ ଶେଷ ହେବା ପରେ ସେ ସୁସ୍ଥ ଅଛନ୍ତି । ତାଙ୍କୁ ଆଉ କିଛି ଦିନ ହସ୍ପିଟାଲରେ ଡାକ୍ତରୀ ଟିମ୍‌ର ନିରୀକ୍ଷଣରେ ରହିବାକୁ ପଡିବ ।

କିନ୍ତୁ ଏହି ଅପରେସନର ସଫଳତାକୁ ନେଇ ଯେତିକି ଚର୍ଚ୍ଚା ନାହିଁ ତା ଠାରୁ ଅଧିକ ପ୍ରଶ୍ନବାଚୀ ସମ୍ପୃକ୍ତ ଯୁବକ କାହିଁକି ବ୍ଲେଡ ଗିଳିଥିଲେ ସେ ନେଇ ଚର୍ଚ୍ଚା ହେଉଛି । ଏନେଇ ପରିବାର ପକ୍ଷରୁ କୌଣସି ସୂଚନା ଦେବାକୁ ସେମାନେ ରାଜି ହୋଇନାହାନ୍ତି । ଆତ୍ମହତ୍ୟା ଉଦ୍ୟମ ପାଇଁ ସେ ଏପରି ପାଗଳ ସଦୃଶ୍ୟ କାର୍ଯ୍ୟ କରିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଅବଶ୍ୟକ ପଡିଲେ ପୋଲିସ ମଧ୍ୟ ତଦନ୍ତ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.