ETV Bharat / bharat

ବିବାହ ପାଇଁ ବାଧକ ସାଜିଲାନି ଉଚ୍ଚତା, ୩୬ ଇଞ୍ଚର ଯୁବକଙ୍କ ହାତ ଧରିଲେ ୩୪ ଇଞ୍ଚର ଯୁବତୀ - ଚର୍ଚ୍ଚାରେ ବିହାରର ବିବାହ ଉତ୍ସବ

କୁହାଯାଏ ଯୋଡି ଉପରବାଲା ବନେଇଥାଏ । ଯାହା ବିହାରର ଭାଗଲପୁର ଜିଲ୍ଲାରେ ସତ ପ୍ରମାଣିତ ହୋଇଛି । ୩୬ଇଞ୍ଚର ଯୁବକଙ୍କ ସହ ୩୪ ଇଞ୍ଚର ଯୁବତୀଙ୍କ ବିବାହ ହୋଇଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ

ବିବାହ ପାଇଁ ବାଧକ ସାଜିଲାନି ଉଚ୍ଚତା, ୩୬ ଇଞ୍ଚର ଯୁବକଙ୍କୁ ବିବାହ କଲେ ୩୪ ଇଞ୍ଚର ଯୁବତୀ

author img

By

Published : May 5, 2022, 1:29 PM IST

ପାଟନା: ଆପଣ ଅନେକ ବାହାଘର ଦେଖିଥିବେ ଓ ଯୋଗ ମଧ୍ୟ ଦେଇଥିବେ । କିନ୍ତୁ ଆମେ ଆପଣଙ୍କୁ ଏବେ ଏପରି ଏକ ବିବାହ ବିଷୟରେ ଜଣାଇବୁ ଯାହା ଟିକେ ଭିନ୍ନ । କୁହାଯାଏ ଯୋଡି ଉପରବାଲା ବନେଇଥାଏ । ଯାହା ବିହାରର ଭାଗଲପୁର ଜିଲ୍ଲାରେ ସତ ପ୍ରମାଣିତ ହୋଇଛି ।

ବିବାହ ପାଇଁ ବାଧକ ସାଜିଲାନି ଉଚ୍ଚତା, ୩୬ ଇଞ୍ଚର ଯୁବକଙ୍କୁ ବିବାହ କଲେ ୩୪ ଇଞ୍ଚର ଯୁବତୀ
ବିବାହ ପାଇଁ ବାଧକ ସାଜିଲାନି ଉଚ୍ଚତା, ୩୬ ଇଞ୍ଚର ଯୁବକଙ୍କୁ ବିବାହ କଲେ ୩୪ ଇଞ୍ଚର ଯୁବତୀ

ବିବାହରେ ବରଯାତ୍ରୀ ଆସିଲେ, ବ୍ୟାଣ୍ଡବାଜା ମଧ୍ୟ ବାଜିଲା ଡିଜେ ସାଉଣ୍ଡରେ ଦୁଲୁକିଲା ଗାଁ ଦାଣ୍ଡ । ଯାହା ସାଧାରଣ ବିବାହରେ ଘଟେ ଠିକ ସବୁ ସେପରି ହେଲା । କିନ୍ତୁ ବିବାହର ବର କନ୍ୟା ଥିଲେ ଟିକେ ଭିନ୍ନ । ଉଭୟଙ୍କ ଉଚ୍ଚତାକୁ ନେଇ ଏବେ ଚର୍ଚ୍ଚାରେ ବିହାରରେ ହୋଇଥିବା ଏହି ବିବାହ । ବରର ଉଚ୍ଚତା ୩୬ଇଞ୍ଚ ହୋଇଥିବା ବେଳେ କନ୍ୟାର ଉଚ୍ଚତା ୩୪ ଇଞ୍ଚ ରହିଥିଲା । ଏହି ବିବାହ ଦେଖିବାକୁ ଲୋକଙ୍କ ଭିଡ ଜମିଥିବା ବେଳେ ବର କନ୍ୟା ମଧ୍ୟ ବେସ ଖୁସିଥିବା ଦେଖିବାକୁ ମିଳିଥିଲା ।

ଭଗଲପୁରର ନବଗଚ୍ଛିଆର ଗୋପାଳପୁର ବ୍ଲକରେ ଏହି ବିବାହର ଆୟୋଜନ କରାଯାଇଥିଲା । ନବଗଚ୍ଛିଆର ନିବାସୀ କିଶୋରୀ ମଣ୍ଡଳଙ୍କ ଝିଅ ମମତାଙ୍ଗ ବିବାହ ମସାରୁ ନିବାସୀ ବିନ୍ଦେଶ୍ବରୀ ମଣ୍ଡଳଙ୍କ ପୁଅ ମୁନ୍ନା ଭାରତୀଙ୍କ ସହ ବିବାହ ହୋଇଥିଲା । ତେବେ ବିବାହରେ ବର କନ୍ୟାଙ୍କ ଉଚ୍ଚତା କମ ଥିଲେ ମଧ୍ୟ ଏହା ଉଭୟଙ୍କ ପାଇଁ ସମସ୍ୟା ହୋଇନଥିଲା । ଏହି ବିବାହରେ ଅନେକ ଲୋକ ସାମିଲ ହୋଇ ବର ସହ ସେଲଫି ନେଉଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଏନେଇ କନ୍ୟା ଜଣଙ୍କର ଭାଇ କହିଛନ୍ତି ଯେ ମୁଁ ଯେତେବେଳେ ମୁନ୍ନାଙ୍କୁ ଦେଖିଲି ମୋ ଭଉଣୀ ସହ ବିବାହ କରିବାକୁ ସ୍ଥିର କରିଥିଲି । ଏନେଇ ମୁନ୍ନାଙ୍କ ପରିବାର ସହ କଥା ହେବା ପରେ ବିବାହ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.