ETV Bharat / bharat

ମୁମ୍ବାଇ ପାୱାର କଟ ପଛରେ ଚୀନ ହ୍ୟାକରଙ୍କ ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ - ମୁମ୍ବାଇ ପାୱାର କଟ

ମୁମ୍ବାଇରେ ବଡ ପାୱାର କଟ ପଛରେ ଚୀନ ସାଇବର ଆକ୍ରମଣ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ । ମନ୍ତ୍ରୀ କହିଛନ୍ତି ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ । ଅଧିକ ପଢନ୍ତୁ...

ମୁମ୍ବାଇ ପାୱାର କଟ ପଛରେ ଚୀନ ହ୍ୟାକରଙ୍କ ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

author img

By

Published : Mar 2, 2021, 9:40 PM IST

ନୂଆଦିଲ୍ଲୀ: ଗତ ବର୍ଷ ଅକ୍ଟୋବରରେ ମୁମ୍ବାଇରେ ବଡ ପାୱାର କଟ ପଛରେ ଚୀନ ସାଇବର ଆକ୍ରମଣ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ । ମନ୍ତ୍ରୀ କହିଛନ୍ତି ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ, ଯାହା ଆଧାରରେ ମୁମ୍ବାଇ ପାୱାର କଟ ପଛରେ ଚୀନର ହାତ ଥିବା କୁହାଯାଇପାରିବ ।

ଦକ୍ଷିଣ ଓ ଉତ୍ତର ସାଇବର ଲୋଡ ଡିସପାଚ ସେଣ୍ଟର ଉପରେ ସାଇବର ଆକ୍ରମଣ ହୋଇଥିବା କଥାକୁ ସ୍ବୀକାର କରିଛନ୍ତି ମନ୍ତ୍ରୀ । ହେଲେ ମୁମ୍ବାଇ ପାୱାର କଟ ପଛରେ ଚୀନର ହାତକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି, କିଛି ଲୋକ କହୁଛନ୍ତି ଏହା ପଛରେ ଚୀନର ସାଇବର ହ୍ୟାକରଙ୍କ ହାତ ରହିଛି ବୋଲି, ଏନେଇ କୌଣସି ପର୍ଯ୍ୟାପ୍ତ ପ୍ରମାଣ ନାହିଁ ।

ଶକ୍ତିମନ୍ତ୍ରୀ କହିଛନ୍ତି, ଦକ୍ଷିଣ ଓ ଉତ୍ତର ସାଇବର ଲୋଡ ଡିସପାଚ ସେଣ୍ଟରରେ ଉପରେ ସାଇବର ଆକ୍ରମଣ ହୋଇଥିଲା । ହେଲେ ଏହି ମାଲୱେୟାର ଅପରେଟିଙ୍ଗ୍‌ ସିଷ୍ଟମ ପର୍ଯ୍ୟନ୍ତ ପହଞ୍ଚି ନଥିଲା । ସେପଟେ ମୁମ୍ବାଇରେ SCADA ସିଷ୍ଟମ ଉପରେ ସାଇବର ଆକ୍ରମଣ ହୋଇଥିବା କହିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ।

ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି, ଦୁଇଟି ପାୱାର କଟ ମାମଲାରେ ଦୁଇଟି ଚିମ ଯାଞ୍ଚ କରିଥିଲା । ତାଙ୍କ କହିବା ଅନୁଯାୟୀ, ପାୱାର କଟ ମନୁଷ୍ୟକୃତ ତ୍ରୁଟି କାରଣରୁ ହୋଇଥିଲା । ହେଲେ ଏଥି ମଧ୍ୟରୁ ଗୋଟିଏ ଟିମ କହିଥିଲା ଯେ ସାଇବର ଆକ୍ରମଣ ହୋଇଥିଲା ସତ ହେଲେ ମୁମ୍ବାଇ ଗ୍ରିଡ ଫେଲ ମାମଲା ସହ ଏହାକୁ ଯୋଡା ଯାଇପାରିବ ନାହିଁ ।

ଦିନକ ପୂର୍ବରୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଥିଲେ ଯେ ମିଡିଆ ରିପୋର୍ଟକୁ ରାଜ୍ୟ ସରକାର ଗମ୍ଭୀରତାର ସହିତ ନେଇଛନ୍ତି । ଏଥିରେ ପାୱାରକଟ ପଛରେ ସାଇବର ଆକ୍ରମଣ ହୋଇଥିବା କଥା କୁହାଯାଇଥିଲା । ଗୃହମନ୍ତ୍ରୀ ସାଇବର ବିଭାଗରୁ ଏହା ମାମଲାରେ ରିପୋର୍ଟ ମାଗିଛନ୍ତି । ସେହିପରି ରାଜ୍ୟପର ଶକ୍ତିମନ୍ତ୍ରୀ ନିତିନ ରାଉତ କହିଛନ୍ତି, ଯେବେ ମୁମ୍ବାଇରେ ପାୱାର କଟ ହୋଇଥିଲା, ସେବେ କିଛି ତ୍ରୁଟି ଥିବା କୁହାଯାଇଥିଲା । ଏହାର ସମୀକ୍ଷା ପାଇଁ 3 ଜଣିଆ କମିଟି ଗଠନ ହୋଇଥିଲା । ତେବେ ମିଡିଆ ରିପୋର୍ଟରେ ସତ୍ୟତା ଥିବା କଥା କହିଛନ୍ତି ରାଜ୍ୟ ଶକ୍ତିମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.