ETV Bharat / bharat

ସଂସଦ ଶୀତ ଅଧିବେଶନରେ ଐତିହାସିକ ନିଷ୍ପତ୍ତି, 19 ବିଲ୍ ପାସ୍: ପ୍ରହ୍ଲାଦ ଯୋଶୀ

author img

By ETV Bharat Odisha Team

Published : Dec 22, 2023, 1:09 PM IST

Union Minister Pralhad Joshi briefs about monsoon sessions of Parliament: ଶେଷ ହୋଇଛି ସଂସଦର ଶୀତ ଅଧିବେଶନ । ଏଥିରେ 19ଟି ବିଲ୍ ପାସ୍ ହୋଇଛି । ଅଧିକ ପଢ଼ନ୍ତୁ,

ସଂସଦ ଶୀତ ଅଧିବେଶନରେ ଐତିହାସିକ ନିଷ୍ପତ୍ତି, 19 ବିଲ୍ ପାସ୍: ପ୍ରହ୍ଲାଦ ଯୋଶୀ
ସଂସଦ ଶୀତ ଅଧିବେଶନରେ ଐତିହାସିକ ନିଷ୍ପତ୍ତି, 19 ବିଲ୍ ପାସ୍: ପ୍ରହ୍ଲାଦ ଯୋଶୀ
ସଂସଦ ଶୀତ ଅଧିବେଶନରେ ଐତିହାସିକ ନିଷ୍ପତ୍ତି, 19 ବିଲ୍ ପାସ୍: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଶେଷ ହୋଇଛି । ଅଧିବେଶନ ଆଜି ଶେଷ ହେବାକୁ ଥିବା ବେଳେ, ଦିନକ ପୂର୍ବରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା । ଶୀତ ଅଧିବେଶନ ଶେଷ ହେବା ପରେ, ଅଧିବେଶନ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଚଳିତ ଶୀତ ଅଧିବେଶନକୁ ଐତିହାସିକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସଂସଦର ଶୀତକାଳୀନ ଅଧିବେଶନ ସଂପର୍କରେ ସୂଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ତିନିଟି ଐତିହାସିକ ବିଲ୍ ସଂସଦର ଅନୁମୋଦନ ଲାଭ କରିଛି । ସଗୁଡ଼ିକ ହେଲା - ଭାରତୀୟ ନାଗରିକ ସୁରକ୍ଷା ସଂହିତା- 2023, ଭାରତୀୟ ନ୍ୟାୟ ସଂହିତା- 2023 ଏବଂ ଭାରତୀୟ ସାକ୍ଷ ଅଧିନିୟମ -2023 । କ୍ରିମିନାଲ ଲ ସଂପର୍କିତ ଏହି ତିନିଟି ବିଲ୍ ଗତକାଲି ରାଜ୍ୟସଭାରେ ପାସ୍ ହୋଇଥିଲା । ପୂର୍ବରୁ ଏସବୁ ବିଲ୍ ଲୋକସଭାରେ ପାସ୍ ହୋଇ ସାରିଥିଲା । ଏହି ବିଲଗୁଡ଼ିକ ସଂସଦରେ ପାସ୍ ହୋଇସାରିଥିବା ବେଳେ, ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପାଠାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୋହର ଲଗାଇବା ପରେ, ଆଇନରେ ପରିଣତ ହେବ ।

ଏହା ମଧ୍ୟ ପଢ଼ନ୍ତୁ: ସାଂସଦଙ୍କ ସସପେଣ୍ଡକୁ ନେଇ ବିରୋଧୀଙ୍କ ଗର୍ଜନ, ପାର୍ଲାମେଣ୍ଟରୁ ବିଜୟଚୌକ ମାର୍ଚ୍ଚ

ସଂସଦର ଶୀତ ଅଧିବେଶରେ ସୁରକ୍ଷା ଭଙ୍ଗକୁ ମୁଖ୍ଯ ପ୍ରସଙ୍ଗ କରିଥିଲେ ବିରୋଧୀ। ଡିସେମ୍ବର 13ରେ ଲୋକସଭାରେ ପଶି ଆତଙ୍କ ସୃଷ୍ଟି କରିଥିଲେ ଦୁଇ ଜଣ ବ୍ୟକ୍ତି। ଏହାକୁ ନେଇ ବିରୋଧୀ ଦଳ ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ସହ ଗୃହ କାର୍ଯ୍ଯରେ ବ୍ୟାଘାତ ସୃଷ୍ଟି କରିଥିଲେ। ବିରୋଧୀ ସଂଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ ଏବଂ ହଲ୍ଲାବୋଲ ଯୋଗୁଁ , ଅଧାରୁ ଅଧିକ ଦିନ ଗୃହ ଚାଲି ପାରିନଥିଲା। ବିରୋଧୀ ସାଂସଦଙ୍କ ଅଶୋଭନୀୟ ଆଚରଣ ପାଇଁ ଶୀତଅଧିବେଶନରୁ ମୋଟ 146 ଜଣ ସାଂସଦଙ୍କ ନିଲମ୍ବନ କରାଯାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ: ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଶଙ୍କରାଚାର୍ଯ୍ୟଙ୍କୁ ନିୟୁତା ଦେବାକୁ ପରିଚାଳନା କମିଟିର ଉଜ୍ଜୈନ ଗସ୍ତ

ଡିସେମ୍ବର 4 ତାରିଖରୁ ଆରମ୍ଭ ହୋଇଥିଲା ସଂସଦର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର 22ରେ ଶେଷ ହେବାକୁ ଥିବା ବେଳେ, ଦିନକ ପୂର୍ବରୁ ଅର୍ଥାତ ଡିସେମ୍ବର 21ରେ ଶେଷ ହୋଇଥିଲା । 18 ଦିନିଆ ଅଧିବେଶରେ 14 ଦିନ ଗୃହ ଚାଲିଥିଲା । ଏହି ଅଧିବେଶନରେ ମୋଟ 19ଟି ବିଲ୍ ପାସ୍ ହୋଇଛି । ଲୋକସଭାରେ 18ଟି ବିଲ୍ ପାସ ହୋଇଥିବା ବେଳେ, ରାଜ୍ୟସଭାରେ ପାସ୍ ହୋଇଛି 17ଟି ବିଲ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.