ETV Bharat / bharat

ସିଏମ ସସପେନ୍ସ: ଆଜି ଗୁଜୁରାଟ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ନରେନ୍ଦ୍ର ସିଂ ତୋମାର - ବିଧାୟକ ଦଳର ବୈଠକ

ବିଜୟ ରୂପାଣିଙ୍କ ପରେ କିଏ ହେବ ଗୁଜୁରାଟ ମୁଖ୍ୟମନ୍ତ୍ରୀ ? ଆଜି ବସିବ ବିଧାୟକ ଦଳର ବୈଠକ । ଅଧିକ ପଢନ୍ତୁ...

କିଏ ହେବ ଗୁଜୁରାଟ ମୁଖ୍ୟମନ୍ତ୍ରୀ ? ଆଜି ବସିବ ବିଧାୟକ ଦଳର ବୈଠକ

author img

By

Published : Sep 12, 2021, 9:08 AM IST

ଗାନ୍ଧୀନଗର: ଗୁଜୁରାଟ ରାଜନୀତିରେ ଭୂକମ୍ପ । ପାଓ୍ବାର କରିଡରରେ ଚର୍ଚ୍ଚା । ବିଜୟ ରୂପାଣିଙ୍କ ପରେ କିଏ ହେବ ଗୁଜୁରାଟ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ସ୍ପଷ୍ଟ ହେବ ଚିତ୍ର । ମୁଖ୍ୟମନ୍ତ୍ରୀ ହେବା ପାଇଁ ଏବେ ରେସରେ ଅନେକ ହେବିଓ୍ବେଟଙ୍କ ମୁହଁ । କିଏ ହେବ ମୁଖ୍ୟମନ୍ତ୍ରୀ କାହାକୁ ମିଳିବ ନୂଆ ଦାୟିତ୍ବ । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏନେଇ ଆଜି ଅପରାହ୍ନରେ ବସିବ ବିଧାୟକ ଦଳର ଗୁରୁପତ୍ବପୂର୍ଣ୍ଣ ବୈଠକ । ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ଏବଂ କେନ୍ଦ୍ର କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଆଜି ଅପରାହ୍ନ ସୁଦ୍ଧା ଏହି ବୈଠକ ବସିବ । ବୈଠକ ପରେ ଗୁଜୁରାଟକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ ।

ତେବେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଏବେ ରେସରେ ଅଛନ୍ତି ଅନେକ ହେବି ଓ୍ବେଟ । ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ମନ୍ତ୍ରୀ ଆର ସି ଫାଲଦୁ, ରାଜ୍ୟ ବିଜେପି ମୁଖ୍ୟ ସି ଆର ପାଟିଲ ପ୍ରମୁଖ ଆଶାୟୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡରେ ରହିଥିବା ବେଳେ ବୈଠକ ପରେ ଏହି ଚିତ୍ର ସ୍ପଷ୍ଟ ହେବ ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ( ଶନିବାର) ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପଦରୁ ହଠାତ ଇସ୍ତଫା ଦେଇଥିଲେ ବିଜୟ ରୂପାନୀ । ତେବେ ଇସ୍ତଫା ପରେ ସେ କହିଥିଲେ ଯେ ଗୁଜୁରାଟର ବିକାଶଯାତ୍ରାକୁ ଆଗକୁ ନେବାକୁ ମୋତେ ସୁଯୋଗ ମିଳିଥିଲା । ରାଜ୍ୟର ବିକାଶ ଧାରା ଆଗକୁ ବଢିବା ଉଚିତ । ଏହାକୁ ଦୃଷ୍ଟିରେ ରଖି ପଦରୁ ଇ ସ୍ତଫାପା ଦେଇଥିବା କହିଥିଲେ ରୂପାଣି । ମୋତେ ଏହି ଦାୟିତ୍ବ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି ବୋଲି ରୂପାନୀ କହିଥିଲେ । ଗତକାଲି ରୂପାଣି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ରାଜଭବନରେ ସାକ୍ଷାତ କରି ଇସ୍ତଫାପତ୍ର ଦେଇଥିଲେ ।

@ANI

https://aninews.in/news/national/general-news/union-ministers-pralhad-joshi-narendra-tomar-to-visit-gujarat-as-bjp-central-observers20210912080519/

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.