ETV Bharat / bharat

ଟାଗୋରଙ୍କ ରଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ - ବିଜେପି

ରବୀନ୍ଦ୍ରନାଥ ଟାଗୋରଙ୍କ ରଙ୍ଗକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସୁବାଷ ସରକାର । ଟାଗୋର ପିଲାଦିନେ କଳା ଥିବାରୁ ତାଙ୍କ ମାଆ ତାଙ୍କୁ କୋଳରେ ଧରି ନଥିବା କହିଛନ୍ତି ସୁବାଷ ସରକାର । ଅଧିକ ପଢନ୍ତୁ...

ଟାଗୋରଙ୍କ ରଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

author img

By

Published : Aug 19, 2021, 2:21 PM IST

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ଥମୁନି ବିବାଦ । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ପରସ୍ପର କାଦୁଅ ଫିଙ୍ଗାଫିଙ୍ଗି ହେବାରେ ବ୍ୟସ୍ତ । ନିକଟରେ ରବୀନ୍ଦ୍ରନାଥ ଟାଗୋରଙ୍କ ରଙ୍ଗକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସୁବାଷ ସରକାର । ଟାଗୋର ପିଲାଦିନେ କଳା ଥିବାରୁ ତାଙ୍କ ମାଆ ତାଙ୍କୁ କୋଳରେ ଧରି ନଥିବା କହିଛନ୍ତି ସୁବାଷ ସରକାର ।

ଏହି ମନ୍ତବ୍ୟ ପାଇଁ ବିବାଦ ଘେରକୁ ଆସିଛନ୍ତି ସୁବାଷ ସରକାର । ବିଶ୍ବ-ଭାରତୀ ବିଶ୍ବ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ସୁବାଷ । ବିଜେପି-ଟିଏମସି ପରସ୍ପରକୁ ଟାର୍ଗେଟ କରୁଥିବାବେଳେ ଏପରି ବୟାନ ଦେଇ ଟିଏମସିକୁ ସୁଯୋଗ ଦେଇଛନ୍ତି ସୁବାଷ । ଏହି ବୟାନକୁ ନେଇ ଟିଏମସି ଅସନ୍ତୋଷ ପ୍ରକାଶ କରି କହିଛି ରାଜ୍ୟର ବ୍ୟକ୍ତିତ୍ବ ଓ ନୋବେଲ ପୁରସ୍କାର ବିଜେତାଙ୍କ ପ୍ରତି ଏହା ଅପମାନ । ଏପଟେ ମନ୍ତ୍ରୀ ସୁବାଷଙ୍କୁ ସୁରକ୍ଷା ଦେବାକୁ ଯାଇ ବିଜେପି କହିଛି ତାଙ୍କର ମନ୍ତବ୍ୟ ବର୍ଣ୍ଣବୈଷମ୍ୟ ନୁହେଁ ‘ଜାତିବାଦ’ ବିରୋଧରେ ଥିଲା ।

ଏପଟେ ସୁବାଷଙ୍କର ମନ୍ତବ୍ୟକୁ ନେଇ ଅନେକ ରାଜନେତା ଓ ଶିକ୍ଷାବିତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟାଗୋର ତାଙ୍କର ଅନେକ ବହିରେ ତାଙ୍କ ରଙ୍ଗକୁ ନେଇ ଲେଖିଛନ୍ତି ସତ ହେଲେ ତାହା ମାନେ ନୁହେଁ ଯେ ତାଙ୍କ ମାଆ ତାଙ୍କୁ ଆଲିଙ୍ଗନ କରିବାକୁ ମନା କରି ଦେଇଥିଲେ । ରବିନ୍ଦ୍ରନାଥ ଭାରତୀ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପବିତ୍ର ସରକାର କହିଛନ୍ତି ମନ୍ତ୍ରୀ କାହିଁକି ଏପରି ମନ୍ତବ୍ୟ ଦେଇଛନ୍ତି ସେ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ ଏବଂ ସେ ଟାଗୋରଙ୍କ ଜୀବନୀକୁ ପୁଙ୍ଖାନୁପୁଙ୍ଖ ଭାବରେ ପଢିଛନ୍ତି କି ବୋଲି ପଚାରିଛନ୍ତି ପବିତ୍ର ।

ଅନ୍ୟପଟେ ଟାଗୋରଙ୍କ ପରିବାରର ଜଣେ ସଦସ୍ୟ ସୁପ୍ରିଓ ଟାଗୋର କହିଛନ୍ତି, ଟାଗୋରଙ୍କୁ ନେଇ ଅନେକ କାହାଣୀ ଜଡିତ ରହିଛି । କିନ୍ତୁ ତାଙ୍କ ମା ତାଙ୍କୁ ଆଲିଙ୍ଗନ କରିବାକୁ ମନା କରି ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ । କେନ୍ଦ୍ରମନ୍ତ୍ରୀ ଏପରି ମନ୍ତବ୍ୟ ଦେଇ ତାଙ୍କୁ ଅପମାନ କରିଥିବା କହିଛନ୍ତି ସୁପ୍ରିଓ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.