ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହର ଉତ୍ସବରେ ଉଠା ଯାଇଥିବା ଏକ ଫଟୋକୁ ନେଇ ଏବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଓ ଅନେକ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆରମ୍ଭ ହୋଇଛି କ୍ରେଡିଟ ୱାର (Credit War) ।
ଘଟଣାଟି ଏପରି । ଗତକାଲି (ଶୁକ୍ରବାର) ଯୋଗୀ ଆଦିତ୍ୟନାଥ ଓ ତାଙ୍କ ଟିମ ଲକ୍ଷ୍ନୌ ସ୍ଥିତ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଶପଥ ଗ୍ରହଣ କରିଥିଲେ । ଏହି ଭବ୍ୟ ଆଡମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମରେ ବିଜେପିର ସମସ୍ତ ଶୀର୍ଷ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ମଧ୍ୟ ସାମିଲ ହୋଇଥିଲେ । ଯେଉଁ ଥିରେ କେନ୍ଦ୍ର ବାଳ ବିକାଶ ଓ ମହିଳା କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସାମିଲ ହୋଇଥିଲେ ।
-
photo maine kheenchi credit @ANI ko gaya 😔 pic.twitter.com/gYW3u8mGSA
— Smriti Z Irani (@smritiirani) March 26, 2022 " class="align-text-top noRightClick twitterSection" data="
">photo maine kheenchi credit @ANI ko gaya 😔 pic.twitter.com/gYW3u8mGSA
— Smriti Z Irani (@smritiirani) March 26, 2022photo maine kheenchi credit @ANI ko gaya 😔 pic.twitter.com/gYW3u8mGSA
— Smriti Z Irani (@smritiirani) March 26, 2022
ତେବେ ଶପଥ ଗ୍ରହଣ ଉତ୍ସବ ଚାଲିଥିବା ସମୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ମୋବାଇଲ ଫୋନରେ ଗୋଟିଏ ଫଟୋ ଉତ୍ତୋଳନ କରିଥିଲେ। ଯେଉଁ ଫଟୋ ଟି ଉତ୍ତୋଳନ କରିଥିଲେ ସେହି ଫଟୋ ଫ୍ରେମରେ ପୁରା ବିଜେପିର ଶୀର୍ଷ ନେତା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ ଗୃହମନ୍ତ୍ରୀ ଅମିତ ଶାହା ଥିଲେ ।
-
मेरा परिवार #भाजपापरिवार 🙏 pic.twitter.com/AapXyh0iCf
— Smriti Z Irani (@smritiirani) March 25, 2022 " class="align-text-top noRightClick twitterSection" data="
">मेरा परिवार #भाजपापरिवार 🙏 pic.twitter.com/AapXyh0iCf
— Smriti Z Irani (@smritiirani) March 25, 2022मेरा परिवार #भाजपापरिवार 🙏 pic.twitter.com/AapXyh0iCf
— Smriti Z Irani (@smritiirani) March 25, 2022
ଏହି ଫଟୋକୁ ମନ୍ତ୍ରୀ ସ୍ମୃତି ଇରାନୀ ଟ୍ବିଟ କରି ଲେଖିଥିଲେ ‘ମୋର ପରିବାର ଭାଜପା ପରିବାର’ । ଯାହା କିଛି କ୍ଷଣ ମଧ୍ୟରେ ଭାଇରାଲ ହେବାରେ ଲାଗିଲା । ଅନେକ ଲୋକ ଏହାକୁ ନେଇ ମଜାଦାର ମନ୍ତବ୍ୟ ଦେବା ସହ ଅନେକ ଲୋକ ଏହାର ରାଜନୀତି ରଙ୍ଗ ମଧ୍ୟ ବାହାର କରିଥିଲେ । କିଭଳି ଏହି ନେତା ମାନେ ଅଣରାଜନୈତିକ ପରିବାରରୁ ଆସି ମଧ୍ୟ ଆଜି ରାଜନୀତିରେ ପ୍ରତିଷ୍ଠିତ ହୋଇପାରିଛନ୍ତି ତାହା ଦର୍ଶାଇଥିଲେ । ଏହାକୁ ଆଧାର କରି ଆଜି ବିଭିନ୍ନ ଖବର କାଗଜର ପ୍ରଥମ ପୃଷ୍ଠାରେ ଏହି ଫଟୋ ଟି ସ୍ଥାନ ପାଇଥିଲା । ଆଉ ଖବର କାଗଜ ସଂସ୍ଥା ଗୁଡିକ ଫଟୋର ଶ୍ରେୟ(Credit) ଖବର ସରାବହ ସଂସ୍ଥା(ANI) କୁ ଦେଇଥିଲେ ।
ଫଳରେ ଏହାକୁ ଦେଖି ସ୍ମୃତି ଇରାନୀ ଖବର କାଗଜର ସେହି ଅଂଶ ସହିତ ପୁଣି ଆଜି ଟ୍ବିଟ କରି ମଜାଳିଆ ଭାବେ କହିଛନ୍ତି ଫଟୋ ମୁଁ ଉଠାଇଲି ଶ୍ରେୟ ANI କୁ ଗଲା । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାସହ ଅନେକ ଲୋକ ମଜାଳିଆ କମେଣ୍ଟ ଦେବାରେ ଲାଗିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ