ETV Bharat / bharat

କେନ୍ଦ୍ରମନ୍ତ୍ରୀ RCP ସିଂଙ୍କ ଇସ୍ତଫା, କାଲି ଶେଷ ହେଉଛି ରାଜ୍ୟସଭା କାର୍ଯ୍ୟକାଳ - Rcp singh resign

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ(RCP Singh Resigns) । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ RCP ସିଂଙ୍କ ଇସ୍ତଫା
କେନ୍ଦ୍ରମନ୍ତ୍ରୀ RCP ସିଂଙ୍କ ଇସ୍ତଫା
author img

By

Published : Jul 6, 2022, 8:36 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ(RCP Singh Resigns) ।

ଜାତୀୟ ଗଣତାନ୍ତ୍ରି ମେଣ୍ଟ(ଏନଡିଏ)ର ଜେଡିୟୁ କୋଟାରୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ ଆରସିପି ସିଂ । ଜେଡିୟୁ (Janata Dal United) ର ରାଜ୍ୟସଭା ସାଂସଦ ଥିବା ଆରସିପିଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ତେବେ ଗତ ରାଜ୍ୟସଭା ନିର୍ବାଚନରେ ତାଙ୍କଦଳ ଜେଡିୟୁ ତାଙ୍କୁ ଆଉ ରାଜ୍ୟସଭା ପଠାଇ ନଥିଲା । ଫଳରେ ସାମ୍ବିଧାନିକ ସଂକଟ ସୃଷ୍ଟି ହେବା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ଇସ୍ତଫା ଦେଇଛନ୍ତି ରାମଚନ୍ଦ୍ର ପ୍ରସାଦ ସିଂ ।

କୁହାଯାଉଛି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କ ସହ ତାଙ୍କର ସମ୍ପର୍କ ଆଉ ଭଲ ନଥିବାରୁ ଓ ସେ ବିଜେପି ଆଡକୁ ଢଳୁଥିବାରୁ ନୀତିଶ ତାଙ୍କୁ ଆଉ ରାଜ୍ୟସଭା ପଠାଇ ନଥିଲେ ।

ଫଳରେ ଗତ କିଛି ଦିନ ଧରି ଆରସିପି ସିଂଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଥିଲା । ଏପରିକି ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଜାତୀୟ ରାଜନୀତିରେ ଆଲୋଚନା ଜାରି ରହିଛି । ଏହାରି ମଧ୍ୟରେ ଆଜି ସିଧା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଯୋଗୁଁ ପୁଣି ଥରେ ଆରସିପିଙ୍କୁ ନେଇ ସସ୍ପେନ୍ସ ଲାଗି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.