ETV Bharat / bharat

ମାତୃ ଦିବସ ପରି ପତ୍ନୀ ଦିବସ ପାଳନ ହେବା ଉଚିତ୍‌: ରାମଦାସ ଅଠୱାଲେ - ମାତୃ ଦିବସ ପରି ପତ୍ନୀ ଦିବସ ହେବା ଆବଶ୍ୟକ

ମାତୃ ଦିବସ ପରି ପତ୍ନୀ ଦିବସ ମଧ୍ୟ ପାଳନ ହେବା ଆବଶ୍ୟକ ବୋଲି ଦାବି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ । ଅଧିକ ପଢନ୍ତୁ

'ମାତୃ ଦିବସ' ପରି 'ପତ୍ନୀ ଦିବସ' ପାଳନ ହେବା ଆବଶ୍ୟକ: କେନ୍ଦ୍ରମନ୍ତ୍ରୀ ଅଠୱାଲେ

author img

By

Published : May 16, 2022, 12:09 PM IST

ମୁମ୍ବାଇ: ମାତୃ ଦିବସ ପରି ପତ୍ନୀ ଦିବସ ପାଳନ ହେବା ଆବଶ୍ୟକ । ଏଭଳି ଦାବି ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ । ସଂସଦ ଭିତରେ ଓ ବାହାରେ ନିଜର ମଜାଦାର ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଠୱାଲେ ଏହି ଦାବି କରିବା ପରେ ପୁଣି ଚର୍ଚ୍ଚାରେ । ପତ୍ନୀ ଦିବସ ପାଳନ ଦାବି କରି ସେ ଯୁକ୍ତି ବାଢିଛନ୍ତି ଯେ, "ପତ୍ନୀ ମଧ୍ୟ ଜଣେ ମାତା ଏବଂ ଆମକୁ ଗଢିବାରେ ପତ୍ନୀଙ୍କର ବହୁତ ଅବଦାନ ରହିଛି, ତେଣୁ 'ପତ୍ନୀ ଦିବସ' ପାଳନ କରାଯିବ ଉଚିତ ।" ମହାରାଷ୍ଟ୍ରର ସାଙ୍ଗଲିରେ ଆୟୋଜିତ ରାଜମାତା ଜିଜାମାତା ଆଦର୍ଶ ପୁରସ୍କାର ସମାରୋହରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇନମ ଧାମନୀରେ ରାଜଶ୍ରୀ ଶାହ ଶିଖନ୍ ସନ୍ଥାରେ ପ୍ରତିବର୍ଷ ରାଜମାତା ଜିଜୁଆଙ୍କ ଜନ୍ମ ବାର୍ଷିକୀ ଅବସରରେ "ରାଜମାତା ଜିଜୁଆ ଆଦର୍ଶ ମାତା" ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରାଯାଇଥାଏ । ରବିବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାପରେ ସେଠାରେ ଅନେକ ଆଦର୍ଶ ମାତାଙ୍କୁ ସମ୍ମାନିତ କରିଥିଲେ ରାମଦାସ ଅଠୱାଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.