ETV Bharat / bharat

Lakhimpur Violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ - ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ

ଉତ୍ତରପ୍ରଦେଶ ଲଖିମୁପର ଖେରୀ ହିଂସା ମାମଲା । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଛି ଜାମିନ । ଅଧିକ ପଢନ୍ତୁ

Lakhimpur Violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ

author img

By

Published : Feb 10, 2022, 1:42 PM IST

Updated : Feb 10, 2022, 3:53 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମୁପର ଖେରୀ ହିଂସା ମାମଲା । କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ । ଆଲହାବାଦ ହାଇକୋର୍ଟ ତାଙ୍କୁ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି । ଲଖୀମପୁର ଖେରୀରେ ଚାଷୀଙ୍କ ଉପରେ କାର ଚଳାଇଥିବା ଅଭିଯୋଗରେ ସେ ଗିରଫ ହୋଇଥିଲେ ।

ଗତ ଅକ୍ଟୋବର ୩ ତାରିଖ ରେଲଖିମପୁର ଖେରୀ ଜିଲ୍ଲା ତିକୁନାଆରେ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡି ମାଡି ଯାଇଥିଲା । ଫଳରେ ଅକାଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଚାଷୀଙ୍କ ଉପରେ ଚଢିଯାଇଥିବା ଅଭିଯୋଗ ହୋଇଥିଲା । ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଥିଲା । ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିଲେ । ଗତ ୮ ତାରିଖରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ ।

ଘଟଣାକୁ ନେଇ ରାଜନୀତି ଜୋର ଧରିବାକୁ ଲାଗିଲା । ରାଜରାସ୍ତାକୁ ଓହ୍ଲାଇଲେ ବିଭିନ୍ନ ରାଜନୈତିକ ଦଳ । ଘଟଣାରେ ଆଶିଷଙ୍କୁ ଥାନାରେ ହାଜର ହେବା ପାଇଁ କୁହାଯିବା ପରେ ତାଙ୍କୁ ପାଖାପାଖି ୧୨ ଘଣ୍ଟା ଜେରା କରିଥିଲା । ଅକ୍ଟୋବର ୯ ତାରିଖରେ ତାଙ୍କୁ ଗିରଫ କରିଥିଲା ୟୁପି ପୋଲିସ । ସ୍ଥାନୀୟ ଚାଷୀ ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ଓ ପୁଅ ଆଶିଷ ମିଶ୍ରାଙ୍କ ଘଟଣାର ଦୋଷୀ ବୋଲି ଅଭିଯୋଗ କରିଥିଲେ । ମୃତକଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 10, 2022, 3:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.