ETV Bharat / bharat

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଦୋଷୀ ସାବ୍ୟସ୍ତ, ଜୋରିମାନା ନଦେଲେ ଯିବେ ଜେଲ୍‌

author img

By

Published : Apr 28, 2023, 8:08 PM IST

Updated : Apr 28, 2023, 9:35 PM IST

ଆଚରଣ ବିଧି ଉଲ୍ଲଘଂନ ମାମଲା । ଦୋଷୀ ସାବ୍ୟସ୍ତ ହେଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ । ଅଧିକ ପଢନ୍ତୁ

Annapurna Devi
Annapurna Devi

ରାଞ୍ଚି: କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଦୋଷୀ ସାବ୍ୟସ୍ତ କଲେ ହଜାରିବାଗ କୋର୍ଟ । ତେବେ ଆଚରଣ ବିଧି ଉଲ୍ଲଘଂନ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି । ଦଣ୍ଡ ସ୍ବରୂପ କୋର୍ଟ ତାଙ୍କୁ ୨୦୦ ଟଙ୍କା ଜୋରିମାନା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେ ଜୋରିମାନା ଦେବାରେ ବିଫଳ ହୁଅନ୍ତି ତେବେ ଗୋଟିଏ ଦିନ ସର୍ବସାଧାରଣ ଜେଲ୍‌ ଯିବେ ବୋଲି କହିଛନ୍ତି କୋର୍ଟ । ଏହି ମାମଲା ୨୦୧୯ ମସିହା ମେ ୧୩ ତାରିଖର ହୋଇଥିବା ବେଳେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ଜେଭିଏମ ନେତା ମହେଶ ରାମ ମାମଲା ରୁଜୁ କରିଥିଲେ ।

ମହେଶ ରାମ ଅଭିଯୋଗ କରିଥିଲେ ଯେ ଅନ୍ନପୂର୍ଣ୍ଣା ଦେବୀ ପାର୍ଟି ଚିହ୍ନ ଲଗାଇ ମତଦାନ ଲାଗି ଭୋଟିଂ ସେଣ୍ଟରରେ ପହଞ୍ଚିଥିଲେ । ଏହି ମାମଲାକୁ ନେଇ କୋର୍ଟରେ ପିପୁଲ୍ସ ରିପ୍ରେଜେଣ୍ଟେସନ ଆକ୍ଟ ଧାରା ୧୩୦E ଆଧାରରେ ଶୁଣାଣି ହୋଇଥିଲା । ପରେ ଅଭିଯୋଗ ପତ୍ର ଦାଖଲ ହେବା ପରେ ୧୧ ଜଣଙ୍କ ସାକ୍ଷ ଗ୍ରହଣ କରାଯାଇଥିଲା । ଶୁଣାଣି ଶେଷ ହେବା ପରେ ବିଚାରପତି ମିରୟମ ହେମ୍ବ୍ରମ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାସହିତ ୨୦୦ ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି ।

ଏହା ବି ପଢନ୍ତୁ- Dantewada Blast: ୨ମାସ ପୂର୍ବରୁ IED ଖଞ୍ଜିଥିଲେ ନକ୍ସଲ, ଘାସରେ ଲୁଚାଇଥିଲେ ତାର

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଯଦି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଜୋରିମାନା ଦେବାରେ ବିଫଳ ହୁଅନ୍ତି, ତେବେ ସେ ଗୋଟିଏ ଦିନ ଲାଗି ସର୍ବସାଧାରଣ ଜେଲ ଦଣ୍ଡ ଭୋଗିବେ । ମନ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କ ଆଇନଜୀବୀ ଅବନିଶ ସିହ୍ନା କହିଛନ୍ତି ସେ ଏହି ରାୟକୁ ଚ୍ୟାଲଞ୍ଜ କରି ଉପର କୋର୍ଟରେ ଆବେଦନ କରିବେ । ସୂଚନା ଥାଉ କି ଅନ୍ନପୂର୍ଣ୍ଣା ଦେବୀ ଝାଡ଼ଖଣ୍ଡ ଆର୍‌ଜେଡିର ଶୀର୍ଷ ନେତ୍ରୀ ଥିଲେ । ସେ ଆରଜେଡିର ରାଜ୍ୟ ସଭାପତି ଥିଲେ । ସେ ଲାଲୁ ପ୍ରସାଦଙ୍କ ବିଶ୍ବସ୍ତ ଥିଲେ ବୋଲି କୁହାଯାଉଥିଲା ।

ଏହା ବି ପଢନ୍ତୁ- କର୍ଣ୍ଣାଟକ ଜନସଭାରେ କଂଗ୍ରେସକୁ ଟାର୍ଗେଟ, ନଡ୍ଡା କହିଲେ UPA ସମୟରେ ହୋଇଛି ୮୦ରୁ ଅଧିକ ସାମ୍ପ୍ରଦାୟିକ ଦଙ୍ଗା

ମାତ୍ର ୨୦୧୯ ମସିହାରେ ଲୋକସଭା ନିର୍ବାଚନ ସମୟରେ ସେ ଆରଜେଡିକୁ ବାଏ ବାଏ କରି ବିଜେପିରେ ସାମିଲ ହୋଇଥିଲେ । ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲା । ଏହାପରେ ମୋଦି କ୍ୟାବିନେଟ ପୁଣି ସମ୍ପ୍ରସାରଣ ହୋଇଥିଲା । ଏହାପରେ ତାଙ୍କୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ରୀମନ୍ତ୍ରୀ ହୋଇଥିଲେ ।

Last Updated : Apr 28, 2023, 9:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.