ETV Bharat / bharat

ପୁଣି ଚର୍ଚ୍ଚାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଚଳନ୍ତା ରେଳ ଇଞ୍ଜିନରୁ କଲେ ପ୍ରକଳ୍ପ ସମୀକ୍ଷା - ପୁଣି ଚର୍ଚ୍ଚାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଗତ କିଛି ଦିନ ତଳେ ବିଳମ୍ବିତ ରାତ୍ରିରେ ଓଡିଶା କ୍ଷେତ୍ରରେ ଚାଲିଥିବା ରେଳବାଇର ସମସ୍ତ ପ୍ରକଳ୍ପକୁ ନେଇ ସମୀକ୍ଷା କରିବା ପରେ ପୁଣିଥରେ ରେଳ ଇଞ୍ଜିନରେ ରହି ପ୍ରକଳ୍ପ ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ । ଅଧିକ ପଢନ୍ତୁ:

Ashwini Vaishnaw
Ashwini Vaishnaw
author img

By

Published : Jul 17, 2021, 12:33 PM IST

ଗାନ୍ଧୀନଗର: କେନ୍ଦ୍ର ରେଳମନ୍ତ୍ରୀ ଭାବେ ଦାୟିତ୍ବ ନେଉ ନେଉ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି ଅଶ୍ବିନୀ ବୈଷ୍ଣବ ।

ପୁଣି ଚର୍ଚ୍ଚାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଜଣେ ବ୍ୟୁରୋକ୍ରାଟରୁ ରାଜନେତା ହେବା ପୁଣି ଗୁରୁତ୍ବପୂର୍ଣ୍ଣ ରେଳ ମନ୍ତ୍ରଣାଳୟ ପାଇବା ଚର୍ଚ୍ଚା ଥମିନଥିବା ବେଳେ ଏବେ ନିଜ କାମ କରିବାର ଶୈଳୀକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଦାୟିତ୍ବ ନେଉନେଉ ନିଜ କାର୍ଯ୍ୟାଳୟର କର୍ମଚାରୀଙ୍କୁ ୨ ଟି ସିଫ୍ଟରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଣି କିଛି ସ୍ବଚ୍ଛତା ଆଣିବା ପାଇଁ ଉଦ୍ୟମ କରୁଛନ୍ତି ।

ସେହିପରି ପରେ ଗତ କିଛି ଦିନ ତଳେ ବିଳମ୍ବିତ ରାତ୍ରିରେ ଓଡିଶା କ୍ଷେତ୍ରରେ ଚାଲିଥିବା ରେଳବାଇର ସମସ୍ତ ପ୍ରକଳ୍ପକୁ ନେଇ ସମୀକ୍ଷା କରିବା ପରେ ସବୁଠୁ ପାଇଥିଲେ ପ୍ରଂଶସା ।

ଗତକାଲି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ମୋଦି ନିଜ ଗୃହରାଜ୍ୟ ଗୁଜୁରାଟ ପାଇଁ ଅନେକ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁଜୁରାଟ ଗସ୍ତରେ ଅଛନ୍ତି । ତେବେ ଗତକାଲି ଉଦଘାଟିତ ହୋଇଥିବା ବଡ ନଗର ରେଳ ଷ୍ଟେସନ ଯାଇଥିଲେ ସ୍ଥିତି ପରଖିବା ପାଇଁ । ସେହି ସମୟରେ ଅଶ୍ବିନୀ ବୈଷ୍ଣବ ଏକ ରେଳ ଇଞ୍ଜିନରେ ଛିଡା ହୋଇ କିଛି ଦୂର ଯାତ୍ରା କରିଥିଲେ । ଏହାବାଦ ରେଳବାଇ ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ଲୋକପାଇଲଟଙ୍କ ବିଭିନ୍ନ ସମସ୍ୟା ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ । ଏହି ନୀରିକ୍ଷଣ ବେଳେ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟଯେ ଗତକାଲି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ଗୁଜୁରାଟର ବିଭିନ୍ନ ରେଳ ପ୍ରକଳ୍ପ ଉଦଘାଟନ କରିବା ଅବସରରେ ନିଜେ ପିଲା ବେଳେ ଚା’ ବିକୁଥିବା ବଡ ନଗର ଷ୍ଟେସନର ମଧ୍ୟ ଉଦଘାଟନ କରିଥିଲେ । ଏହି ଚର୍ଚ୍ଚିତ ଷ୍ଟେସନର ଏବେ ସମ୍ପୂର୍ଣ୍ଣ ନବକଲେବର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.