ETV Bharat / bharat

ସୀମା ସୁରକ୍ଷା ଓ ଭିତ୍ତିଭୂମି ସୁଦୃଢ ଲାଗି ଦିଆଯାଇଛି ୬ ଗୁଣା ଅନୁଦାନ: କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ - ସୀମା ଭିତ୍ତିଭୂମି ଏବଂ ପରିଚାଳନା ଖବର

ଦେଶର ସୁରକ୍ଷା ଓ ଅଖଣ୍ଡତା ରକ୍ଷା କରିବା ଲାଗି କେନ୍ଦ୍ର ସରକାର ଚଳିତ ଆର୍ଥିକ ବଜେଟ୍‌ରେ ଅଧିକ ଟଙ୍କା ବିନିଯୋଗ କରିଛନ୍ତି । ଏଥିସହ ଭାରତୀୟ ସୀମାରେ ସୁରକ୍ଷା ଓ ପ୍ରତିରକ୍ଷା ଭିତ୍ତିଭୂମି ମଜବୁତ କରିବା ଲାଗି କେନ୍ଦ୍ର ସରକାର ପୂର୍ବରୁ ଯେତେ ଟଙ୍କା ବଜେଟ୍‌ରେ ଅନୁଦାନ ଦେଇଥିଲେ, ତାହାର ୬ ଗୁଣା ଏଥର ଅନୁଦାନ ଦେଇଛନ୍ତି । ଅଧିକ ପଢନ୍ତୁ

ସୀମା ଭିତ୍ତିଭୂମି ଏବଂ ପରିଚାଳନା, ୬ଗୁଣା ଅଧିକ ଅନୁଦାନ ଦିଆଯାଇଛି: କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ

author img

By

Published : Apr 6, 2022, 7:22 AM IST

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଓ ଅଖଣ୍ଡତା ରକ୍ଷା କରିବା ଲାଗି କେନ୍ଦ୍ର ସରକାର ଚଳିତ ଆର୍ଥିକ ବଜେଟ୍‌ରେ ଅଧିକ ଟଙ୍କା ବିନିଯୋଗ କରିଛନ୍ତି । ଏଥିସହ ଭାରତୀୟ ସୀମାରେ ସୁରକ୍ଷା ଓ ପ୍ରତିରକ୍ଷା ଭିତ୍ତିଭୂମି ମଜବୁତ କରିବା ଲାଗି କେନ୍ଦ୍ର ସରକାର ପୂର୍ବରୁ ଯେତେ ଟଙ୍କା ବଜେଟ୍‌ରେ ଅନୁଦାନ ଦେଇଥିଲେ, ତାହାର ୬ ଗୁଣା ଏଥର ଅନୁଦାନ ଦେଇଛନ୍ତି । ତେବେ ମଙ୍ଗଳବାର ଏସଂକ୍ରାନ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ତଥ୍ୟ ଲୋକସଭାରେ ଦେଇଛନ୍ତି ।

ସୀମା ଭିତ୍ତିଭୂମି ଏବଂ ପରିଚାଳନା, ୬ଗୁଣା ଅଧିକ ଅନୁଦାନ ଦିଆଯାଇଛି: କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ
ସୀମା ଭିତ୍ତିଭୂମି ଏବଂ ପରିଚାଳନା, ୬ଗୁଣା ଅଧିକ ଅନୁଦାନ ଦିଆଯାଇଛି: କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ

ସେହିପରି ଇଣ୍ଡୋ-ଚାଇନା ବର୍ଡର(Indo-China Border)ର ସୀମା ଭିତ୍ତିଭୂମି ଏବଂ ପରିଚାଳନା ପାଇଁ ଚଳିତ ଆର୍ଥିକ ବର୍ଷରେ ୬ ଗୁଣା ଅଧିକ ଆର୍ଥିକ ବଜେଟ୍‌ ଅନୁଦାନ କରାଯାଇଛି । ତେବେ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷାକୁ ମଜବୁତ କରିବା ପାଇଁ ଭାରତ ସରକାର ଏକ ବହୁମୁଖୀ ଉପାୟ ଅବଲମ୍ବନ କରିଛନ୍ତି ବୋଲି ସେ କହିଛନ୍ତି । ଏଥିସହ ଅନ୍ତର୍ଜାତିୟ ସୀମାରେ ସୀମା ସୁରକ୍ଷା କର୍ମୀ ନିୟୋଜନ, ପାଟ୍ରୋଲିଂ ଦ୍ବାରା ସୀମାରେ ପ୍ରଭାବଶାଳୀ ଶାସନ, ପର୍ଯ୍ୟବେକ୍ଷଣ ପୋଷ୍ଟ ପରିଚାଳନା, ଦୁର୍ବଳତା ମ୍ୟାପିଂ ଅନ୍ତର୍ଭୁକ୍ତ ଏହା ପ୍ରତିହିତ କରିବ ।

ସେହିଭଳି ପର୍ଯ୍ୟାୟକ୍ରମେ ନିୟୋଜନର ସାମଗ୍ରିକ ସମୀକ୍ଷା, ନୂତନ ସୀମା ଆଉଟପୋଷ୍ଟ (BOP) ପ୍ରତିଷ୍ଠା, ନୀରିକ୍ଷଣ ଉପକରଣର ନିୟୋଜନ, ଗୁପ୍ତଚର ନେଟୱାର୍କର ଦୃଢତା, ବନ୍ୟାଜଳ ପ୍ରବାହିତ ହେବା ଏବଂ ନଦୀବନ୍ଧର ପରିଚାଳନା ପରି ବୈଷୟିକ ସମାଧାନ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି ବୋଲି ନିତ୍ୟାନନ୍ଦ ରାୟ କହିଛନ୍ତି । ଏପଟେ ମଙ୍ଗଳବାର ଏନେଇ ଲୋକସଭାରେ ସାଂସଦ ଦିଲ୍ଲୀପ ସାଇକିଆ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ ହୋଇଥିବା ଅର୍ଥ ଉପରେ ପ୍ରଶ୍ନ କରିଥିଲେ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସହିତ ଆସାମର ସୁରାକ୍ଷା ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଉପରେ ସାଇକିଆ ଏହି ପ୍ରଶ୍ନ କରିଥିଲେ ।

ତେବେ ଏହି ପ୍ରଶ୍ନର ଉତ୍ତର ଦେବା ସହ କେଉଁ କେଉଁ ରାଜ୍ୟ ଏବଂ କେଉଁ ବାହିନୀ ସହ ସୀମା ସୁରକ୍ଷାରେ କେତେ ଖର୍ଚ୍ଚ ହୋଇଛି ତାହାର ତଥ୍ୟ ପ୍ରଦାନ କରିଛନ୍ତି । ଏପଟେ ଇଣ୍ଡୋ-ଚାଇନା ବର୍ଡର(Indo-China Border)ରେ ସୀମା ଭିତ୍ତିଭୂମି ଏବଂ ପରିଚାଳନା ପାଇଁ ୨୦୨୦-୨୧ରେ ୪୨.୮୭ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ(୨୦୨୧-୨୨) ୨୪୯.୧୨ କୋଟି ଟଙ୍କା ଅନୁଦାନ ପ୍ରଦାନ ହୋଇଛି ବୋଲି ସେ କହିଛନ୍ତି । ଏଥିସହ ୨୦୧୯-୨୦ରେ ୭୨.୨୦ କୋଟି ପ୍ରଦାନ କରାଯାଇଥିଲା ।

ଅନ୍ୟପଟେ ୨୦୧୯-୨୦ରେ ଭାରତ ଓ ମିଆଁମାର ସୀମା ଭିତ୍ତିଭୂମି ଏବଂ ପରିଚାଳନା ଲାଗି ୨୦ କୋଟି ଦିଆଯାଇଥିବା ବେଳେ ୨୦୨୦-୨୧ରେ ଏହାକୁ କମାଇ ୧୭କୋଟି ଦିଆଯାଇଥିଲା । ମାତ୍ର ଏଥର ୫୦ କୋଟି ପ୍ରଦାନ କରାଯାଇଛି । ଏଥିସହ ଭାରତ ଓ ବାଲାଂଦେଶ ସୀମା ଭିତ୍ତିଭୂମି ଏବଂ ପରିଚାଳନା ପାଇଁ ୨୦୧୯-୨୦ରେ ୪୦୭ କୋଟି ଦିଆଯାଇଥିବା ବେଳେ ୨୦୨୦-୨୧ରେ ୨୯୪ କୋଟି ଅନୁଦାନ ଦିଆଯାଇଥିଲା । ଏହା ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ସମାନ ଭାବରେ ୩୦୩ କୋଟି ଟଙ୍କା ଅଧିକ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.