ETV Bharat / bharat

India Bullet Train: ରେଳବାଇ ସହ ଯୋଡ଼ି ହେଲା ନୂତନ ନିର୍ମାଣ ପ୍ରଯୁକ୍ତିବିଦ୍ୟା - ବୁଲେଟ ଟ୍ରେନ

ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ନିର୍ମିତ ହେବାକୁ ଥିବା ପ୍ରଥମ ବୁଲେଟ ଟ୍ରେନର କାର୍ଯ୍ୟ ଚାଲୁରହିଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ବୁଲେଟ ଟ୍ରେନ ଉପରେ ଗିର୍ଡର ଲଞ୍ଚର ରଖାଯାଇଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ

union minister mentions new construction technologies in railways
India's bullet train: ରେଳବାଇ ସହ ଯୋଡ଼ି ହେଲା ନୂତନ ନିର୍ମାଣ ପ୍ରଯୁକ୍ତିବିଦ୍ୟା
author img

By

Published : Apr 8, 2022, 1:12 PM IST

ନୂଆଦିଲ୍ଲୀ: ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ନିର୍ମିତ ହେବାକୁ ଥିବା ପ୍ରଥମ ବୁଲେଟ ଟ୍ରେନର କାର୍ଯ୍ୟ ଚାଲୁରହିଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ବୁଲେଟ ଟ୍ରେନ ଉପରେ ଗିର୍ଡର ଲଞ୍ଚର ରଖାଯାଇଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ବୁଲେଟ ଟ୍ରେନ ପାଇଁ ନିର୍ମିତ ହେଉଥିବା ପୋଲରେ ଗିର୍ଡର ଲଞ୍ଚର ରଖାଯାଇଛି। ଯାହା ରେଳବାଇ ପାଇଁ ନୂତନ ନିର୍ମିତ ପ୍ରଯୁକ୍ତିବିଦ୍ୟା ବୋଲି କେନ୍ଦ୍ରମନ୍ତ୍ରୀ ଟ୍ବିଟ କରି ଜଣାଇଛନ୍ତି। ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡର ହେଉଛି ଏକ ନିର୍ମାଣାଧୀନ ହାଇସ୍ପିଡ ରେଳ ଲାଇନ ଯାହାକି ଭାରତର ଅର୍ଥନୈତିକ ହବ୍ ମୁମ୍ବାଇକୁ ଅହମ୍ମଦାବାଦ ସହର ସହିତ ସଂଯୋଗ କରିବ | ଏହାର କାର୍ଯ୍ୟ ସମାପ୍ତ ହେଲେ ଭାରତର ପ୍ରଥମ ହାଇସ୍ପିଡ ରେଳ ଲାଇନ ଭାବେ ବିବେଚିତ ହେବ। ଜାତୀୟ ହାଇସ୍ପିଡ ରେଳ ନିଗମ ଲିମିଟେଡ (NHSRCL) ଉକ୍ତ ପ୍ରକଳ୍ପର ଦାୟିତ୍ବ ନେଇଛି।

କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏବଂ ଦୁଇ ରାଜ୍ୟ ସରକାରଙ୍କ (ଗୁଜୁରାଟ ଏବଂ ମହାରାଷ୍ଟ୍ର) ମିଳିତ ସହଯୋଗରେ ସ୍ବତନ୍ତ୍ର ଉଦ୍ଦେଶ୍ୟ ଯାନ ( Special purpose vehicle) ଭାବେ ମଡେଲଟି ତିଆରି କରାଯାଇଛି। ହାଇସ୍ପିଡ ରେଳ ପ୍ରକଳ୍ପ ଦେଶର ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ହେବାରେ ସହାୟକ ହେବ। ଯାତ୍ରୀଙ୍କ ସମୟ ବଞ୍ଚିବା ସହ ଯାନବାହନ ଚଳାଚଳ ମୂଲ୍ୟ, ପ୍ରଦୂଷଣ ହ୍ରାସ, ନିଯୁକ୍ତି ସୃଷ୍ଟି, ଦୁର୍ଘଟଣା ହ୍ରାସ ତଥା ଆମଦାନୀ ହେଉଥିବା ଇନ୍ଧନ ପ୍ରତିସ୍ଥାପନ ଭଳି ଅନେକ ଲାଭପ୍ରଦ ହେବ |

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.