ETV Bharat / bharat

ବିହାରରେ ପ୍ରମୁଖ ହିନ୍ଦୁପର୍ବ ଛୁଟିରୁ ବାଦ, ଇସଲାମିକ ପର୍ବରୁ ଅତିରିକ୍ତ ଛୁଟି : ବିଜେପି କହିଲା ‘ଇସଲାମିକ ରିପବ୍ଲିକ ଅଫ ବିହାର’

author img

By ETV Bharat Odisha Team

Published : Nov 28, 2023, 6:53 PM IST

ପ୍ରମୁଖ ହିନ୍ଦୁ ପର୍ବକୁ ସ୍କୁଲ ଛୁଟି କ୍ୟାଲେଣ୍ଡରରୁ କାଟିଲେ, ଇସଲାମିକ ପର୍ବରେ ଛୁଟି ବଢାଇଲା ନୀତିଶ ସରକାର । ରାମ ନବମୀ, ମହାଶିବରାତ୍ରୀ, ଜନ୍ମାଷ୍ଟମୀ ପରି ପ୍ରମୁଖ ପର୍ବ ଛୁଟିରୁ ବାଦ । ବିଜେପି କହିଲା 'ମହମ୍ମଦ ନୀତିଶ, ମହମ୍ମଦ ଲାଲୁ' । ଅଧିକ ପଢନ୍ତୁ

ବିହାରରେ ହିନ୍ଦୁ ପର୍ବରେ କମିଲା, ଇସଲାମ ପର୍ବରେ ବଢିଲା ଛୁଟି:

ପାଟନା: ବିହାର ସରକାର ଜାରି କରିଥିବା ଶିକ୍ଷାବର୍ଷ ଛୁଟି କ୍ୟାଲେଣ୍ଡର-2024 ପୁଣି ଥରେ ରାଜ୍ୟରେ ସାମ୍ପ୍ରଦାୟିକ ରାଜନୀତିକୁ ଉଷ୍ମ କରିଛି । କାରଣ ରାଜ୍ୟ ଶିକ୍ଷା ବିଭାଗ ଜାରି କରିଥିବା ଏହି ନୂଆ ଶିକ୍ଷା କ୍ୟାଲେଣ୍ଡରରେ ଅନେକ ପ୍ରମୁଖ ହିନ୍ଦୁ ପର୍ବ ପର୍ବାଣୀକୁ ଛୁଟିରୁ ବାଦ ଦିଆଯାଇଛି । ରାମନବମୀ, ମହାଶିବରାତ୍ରୀ, ଜନ୍ମାଷ୍ଟମୀ ଓ ମକର ସଂକ୍ରାନ୍ତି, ସରସ୍ବତୀ ପୁଜା, ରକ୍ଷା ବନ୍ଧନ, ଭାଇଦୂଜ ପରି ପ୍ରମୁଖ ପର୍ବକୁ ଛୁଟିରୁ ବାଦ ଦିଆଯାଇଛି ।

ସେହିପରି ପୂର୍ବରୁ ଦଶହାରରେ 6 ଦିନ ଛୁଟି ମିଳୁଥିବା ବେଳେ ଏବେ ନୂତନ କ୍ୟାଲେଣ୍ଡରରେ ଏହାକୁ 3 ଦିନକୁ ହ୍ରାସ କରାଯାଇଛି । ଅନ୍ୟପଟେ ଇସାଲାମ ଧର୍ମର ଏକାଧିକ ପର୍ବରେ ପୂର୍ବରୁ ମିଳୁଥିବା ଛୁଟି ସଂଖ୍ୟାକୁ ବଢାଯାଇଛି । ଏକାଧିକ ଇସଲାମିକ ପର୍ବରେ ପୂର୍ବାପେକ୍ଷା ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ଯାହାକୁ ନେଇ ବିଜେପି ନୀତିଶ ସରକାର ଉପରେ ବର୍ଷିବା ସହ ନୀତିଶ କୁମାର ବିହାରକୁ ‘ଇସଲାମିକ ରିପବ୍ଲିକ ଅଫ ବିହାର’ କରିବାକୁ ଯାଉଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଇସଲାମ ଧର୍ମର ଛାତ୍ରାଛାତ୍ରୀଙ୍କ ପ୍ରତି ଏଥିରେ ଅହେତୁକ ଅନୁକମ୍ପା ଦେଖାଯିବା ପରି ଛୁଟି ପ୍ରଦାନ କରାଯାଇଛି । ଇସଲାମୀୟ ପର୍ବରେ ଗୋଟିଏ ଦିନ ପରିବର୍ତ୍ତେ ଏକାଧିକ ଦିନ ଛୁଟି ପ୍ରଦାନ କରାଯାଇଛି । ଇସଲାମ ଧର୍ମ ପାଇଁ ମୋଟ ବାର୍ଷିକ ଛୁଟି ସଂଖ୍ୟା 10 ରଖାଯାଇଛି, ଯାହା ପୂର୍ବାପେକ୍ଷା ଅଧିକ । ଇଦ୍‌, ବକରିଦ ଓ ମହରମ ପରି ଇସଲାମିକ ପର୍ବରେ ପୂର୍ବାପେକ୍ଷା ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି । ଏହାକୁ ବିଜେପି ପକ୍ଷରୁ କଡା ନିନ୍ଦା କରାଯାଇଛି । ବିଜେପି ନେତା ନୀତିଶ କୁମାରଙ୍କ ଉପରେ ସାମ୍ପ୍ରଦାୟିକ ତୁଷ୍ଟୀକରଣ ଓ ହିନ୍ଦୁ ବିରୋଧୀ ମାନସିକତାର ଅଭିଯୋଗ ଆଣିଛନ୍ତି ।

ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ସିଧା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଶାସକ ମେଣ୍ଟରେ ଅନ୍ୟତମ ମୁଖ୍ୟ ସହଯୋଗୀ ଦଳ ‘ଆରଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ହିନ୍ଦୁ ବିରୋଧୀ ନୀତି ପାଇଁ ଉଭୟ ନେତା ମହମ୍ମଦ ନୀତିଶ ଓ ମହମ୍ମଦ ଲାଲୁ ନାମରେ ପରିଚିତ ହେବେ ବୋଲି ଗିରିରାଜ କହିଛନ୍ତି । ଅନ୍ୟପଟେ ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି ମଧ୍ୟ ନୀତିଶ ସରକାରର ଏହି ନିର୍ଣ୍ଣୟ ହିନ୍ଦୁ ବିରୋଧୀ ମାନସିକତା ଓ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ କଠୋର ଆଘାତ ପହଞ୍ଚାଇଛି ବୋଲି କହିଛନ୍ତି । ଏହାକୁ କେବେହେଲେ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଥି ସୁଶୀଲ ।

ଏହା ମଧ୍ୟ ପଢନ୍ତୁ:- ଆନ୍ଧ୍ର ସରକାରଙ୍କ ବେଲ ଚ୍ୟାଲେଞ୍ଜ ପିଟିସନ: ଚନ୍ଦ୍ରବାବୁଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ନୋଟିସ

ତେବେ ଏବେ ରାଜନୀତି ଜୋର ଧରିଥିବା ବେଳେ ଏହା କ୍ୟାଲେଣ୍ଡର ପ୍ରସ୍ତୁତିରେ କୌଣସି ମୁଦ୍ରଣଗତ ତ୍ରୁଟି ନା ଏହା ସରକାରଙ୍କ ସଠିକ୍‌ ନିଷ୍ପତ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କିମ୍ବା ସରକାରୀ ମେଣ୍ଟର କୌଣସି ଦଳ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଓବିସିଙ୍କ ଅଧିକାରର କଥା କହି ଜାତିଭିତ୍ତିକ ଜନଗଣନା କରିଥିବା ନୀତିଶଙ୍କ ବିରୋଧରେ ବିଜେପି ଏବେ ହିନ୍ଦୁ ବିରୋଧୀ କାର୍ଡ ଖେଳିବାକୁ ଯାଉଛି । ଏହାକୁ ନେଇ ବିହାର ରାଜନୀତି ଆହୁରି ଜଟିଳ ହେବା ପରି ଦୃଶ୍ଯମାନ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.