ETV Bharat / bharat

ଅଜୟ ଭଲ୍ଲାଙ୍କ କାର୍ଯ୍ୟକାଳ ପୁଣି ବର୍ଷେ ବୃଦ୍ଧି

author img

By

Published : Aug 20, 2022, 9:09 AM IST

କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ କାର୍ଯ୍ୟକାଳ ପୁଣି ବର୍ଷେ ବୃଦ୍ଧି କଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ଅଜୟ ଭଲ୍ଲାଙ୍କ କାର୍ଯ୍ୟକାଳ ପୁଣି ବର୍ଷେ ବୃଦ୍ଧି
ଅଜୟ ଭଲ୍ଲାଙ୍କ କାର୍ଯ୍ୟକାଳ ପୁଣି ବର୍ଷେ ବୃଦ୍ଧି

ନୂଆଦିଲ୍ଲୀ: ପୁଣିଥରେ ବଢିଲା କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ କାର୍ଯ୍ୟକାଳ(Union Home Secretary Ajay Kumar Bhalla) । ତୃତୀୟ ଥର ପାଇଁ ଭଲ୍ଲାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ୨୨ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଏହାକୁ ଆଉ ଗୋଟିଏ ବର୍ଷ ବଢାଇ ଦିଆଯାଇଛି । ୨୦୨୩ ଅଗଷ୍ଟ ୨୨ ତାରିଖ ଯାଏଁ ସେ କାର୍ଯ୍ୟ କରିବେ । ଏନେଇ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।

କେନ୍ଦ୍ରୀୟ କ୍ୟାବିନେଟର ନିଯୁକ୍ତି କମିଟି(Appointments Committee of Cabinet) ଅଜୟ ଭଲ୍ଲାଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ଉପରେ ମୋହର ମାରିଛି । ପ୍ରକାଶଥାଉ କି, ଭଲ୍ଲା ୧୯୮୪ ବ୍ୟାଚର ଆସାମ-ମେଘାଳୟ କ୍ୟାଡର ଆଇଏଏସ ଅଫିସର ଅଟନ୍ତି । ସେ ୨୦୧୯ରେ ଗୃହ ସଚିବ ଭାବେ ନିଯୁକ୍ତି ପାଇଥିଲେ । ୨୦୨୦ ନଭେମ୍ବରରେ ସେ ଅବସର ନେବା କଥା । କିନ୍ତୁ ପ୍ରଥମେ ୨୦୨୧ ଯାଏଁ ତାଙ୍କର କାର୍ଯ୍ୟକାଳ ବଢାଯାଇଥିଲା । ଦ୍ବିତୀୟ ଥର ପାଇଁ ୨୦୨୨ ଅଗଷ୍ଟ ୨୨ ତାରିଖ ଯାଏଁ ଆଉ ବର୍ଷ କାର୍ଯ୍ୟକାଳ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.