ETV Bharat / bharat

ପଶ୍ଚିମବଙ୍ଗରେ ISI ଏଜେଣ୍ଟ, ବଡ ପଦକ୍ଷେପ ନେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ପଶ୍ଚିମବଙ୍ଗ ସିଲିଗୁଡ଼ିରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏଜେଣ୍ଟ ଲୁଚିଥିବା ନେଇ ରାଜ୍ୟ ପୋଲିସ ସତର୍କ କରାଇଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Union Home Ministry alerted state about ISI agents) । ଅଧିକ ପଢନ୍ତୁ

Union Home Ministry
କେନ୍ଦ୍ର ଗୃହ ମନ୍ତ୍ରଣାଳୟ
author img

By

Published : Dec 22, 2022, 4:29 PM IST

କୋଲକାତା: ପଶ୍ଚିମବଙ୍ଗ ପୋଲିସ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ (ISI)ର ଜଣେ ଏଜେଣ୍ଟ ମହମ୍ମଦ ସାକିଲ ଓରଫ ଗୁଡୁକୁ ଗିରଫ କରିଛି । ଗୁଡୁ ରାଜ୍ୟରେ ଏକ ଟୋଟୋ ଡ୍ରାଇଭର ଭାବେ ରହି ସଂସ୍ଥାକୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଥିଲା । ଏହି ଏଜେଣ୍ଟକୁ ଗିରଫ କରିବା ପରେ ସିଲିଗୁଡିରେ ଅନ୍ୟ ଗୁଇନ୍ଦା ସଂସ୍ଥାର ଏଜେଣ୍ଟ ଲୁଚି ରହିଥିବା ନେଇ ସତର୍କ କରାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Union Home Ministry alerted state about ISI agents) । ଏହାପରେ ରାଜ୍ୟ ପୋଲିସ ସତର୍କ ରହିବା ସହ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି(ISI agents presence in Siliguri)।

ବୁଧବାର ଗୁଡୁକୁ ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ସନ୍ଦିଗ୍ଧ ଭାବେ ଗିରଫ କରିଥିଲା । ପୋଲିସର କହିବାନୁସାରେ ତାକୁ ପଚରାଉଚୁରା ସମୟରେ ଅନେକ ତଥ୍ୟ ସାମନାକୁ ଆସିଛି । ଗୁଡୁ ସହରର ବିଭିନ୍ନ ଗଳିକନ୍ଦି ଉପରେ ନଜର ରଖୁଥିଲା । ଏହାସହିତ ସିଲିଗୁଡ଼ିରେ ଥିବା ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସୀମା ଉପରେ ମଧ୍ୟ ନଜର ରଖୁଥିଲା । କିପରି ସୀମାକୁ ପାର କରାଯାଇପାରିବ ଓ ସହରରେ କେଉଁ କେଉଁ ସ୍ଥାନରେ ଆର୍ମି କ୍ୟାମ୍ପ ରହିଛି ସେ ନେଇ ମଧ୍ୟ ତଥ୍ୟ ସଂଗ୍ରହ କରୁଥିଲା ଗୁଡୁ । ଏସଟିଏଫ ତଦନ୍ତ କରିବା ବେଳେ ଏଭଳି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି ।

ଏହା ବି ପଢନ୍ତୁ- Shraddha murder case: ଜାମିନ ଆବେଦନ ଫେରାଇ ନେଲା ଅଫତାବ

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ଟୋଟୋ ଡ୍ରାଇଭର ଭାବେ ସହରର ଗଳିକନ୍ଦି ସହଜରେ ଭ୍ରମଣ କରିପାରୁଥିଲା । ଫଳରେ ସହଜରେ ତା' ଉପରେ କେହି ସନ୍ଦେହ କରିପାରିବେ ନାହିଁ । ସେପଟେ ଭାରତୀୟ ଯବାନଙ୍କଠୁ ସୂଚନା ପାଇବା ପରେ ଆଇଏସଆଇ ଏଜେଣ୍ଟମାନେ ସହରରେ ରହିଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟକୁ ସୂଚିତ କରିଛି । ଏହାସହିତ ଆଲର୍ଟ ରହିବା ନେଇ ମଧ୍ୟ କହିଛି । ଗିରଫ ହେବା ପରେ ଅଭିଯୁକ୍ତ ଗୁଡୁଠାରୁ ପୋଲିସ ଅନେକ ମ୍ୟାପ୍‌ ଓ ଡକ୍ୟୁମେଣ୍ଟକୁ ଜବତ କରିଛି । ତେବେ ଏହି ମ୍ୟାପଗୁଡିକ କେଉଁ କାର୍ଯ୍ୟ ଲାଗି ବ୍ୟବହାର ହେଉଥିଲା ସେ ନେଇ ପୋଲିସ ଅପରେସନ ଆରମ୍ଭ କରିଛି ।

ସେପଟେ ଅଭିଯୁକ୍ତ ରହୁଥିବା ଘର ମାଲିକ ସଞ୍ଜୟ କୁମାର ସୁଶୀଲ କହିଛନ୍ତି ଯେ ଗୁଡୁର ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରିବା ପରେ ସେ ତାକୁ ଘରେ ରହିବା ଲାଗି ଅନୁମତି ଦେଇଥିଲେ । ଗୁଡୁ ବିଜ୍ଞାନରେ ଗ୍ରାଜୁଏଟ ଥିବାରୁ ନିଜ ପିଲାକୁ ମଧ୍ୟ ପାଠ ପଢାଇବା ଲାଗି ସେ କହିଥିଲେ । ମାତ୍ର ଗୁଡ଼ୁକୁ ଘର ଭଡ଼ାରେ ମିଳିବା ପରେ ତା ନିକଟକୁ କେହି ଆସିନାହାନ୍ତି । ଏହାସହିତ ଗୁଡ଼ୁ କାହା ସହିତ ଅଧିକ କଥାବାର୍ତ୍ତା କରେ ନାହିଁ । ଏ ନେଇ ଉଭୟ ଘର ମାଲିକ ଓ ପଡ଼ୋଶୀ ସୂଚନା ଦେଇଛନ୍ତି । ଗୁଡ଼ୁ ସିଲିଗୁଡ଼ିରେ ଏକାଧିକ ମାର୍କେଟର ବୁଲୁଥିଲା ବୋଲି ଏ ନେଇ ଉତ୍ତର ବଙ୍ଗ ଏସଟିଏଫ ଡିଏସପି ସୁଦୀପ ଭଟ୍ଟାଚାର୍ଯ୍ୟ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.