ଶ୍ରୀନଗର: ଆଜିଠୁ ୨ ଦିନିଆ ଜମ୍ମୁ କାଶ୍ମୀର ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ପହଞ୍ଚିବା ପରେ ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ ଶାହା । ଆସନ୍ତାକାଲି (ଶନିବାର) ମୌଲାନା ଆଜାଦ ଷ୍ଟାଡିୟମରେ CRPF ରାଇଜିଂ ଡେ ପରେଡକୁ ସମ୍ବୋଧିତ କରିବେ । ଏହାପରେ MHA, ଜମ୍ମୁ କାଶ୍ମୀର ପୋଲିସ, CAPFs, ଇଣ୍ଟେଲିଜେନ୍ସ ଏଜେନ୍ସିର ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ସ୍ଥିତିକୁ ନେଇ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ରାଜଭବନରେ ରହିବେ ଗୃହମନ୍ତ୍ରୀ । ଶାହାଙ୍କ ଗସ୍ତରେ କେନ୍ଦ୍ର ଗୃହ ସଚିବ ଏ.କେ ଭାଲା, CAPF ର ଡିଜି ଏବଂ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିର ମୁଖ୍ୟ ସାମିଲ ମଧ୍ୟ ହୋଇପାରନ୍ତି । ଜମ୍ମୁ କାଶ୍ମୀରରେ ତିନିଜଣ ପଞ୍ଚାୟତ ସଦସ୍ୟ ଏବଂ ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା ପରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ଶାହା ।