ହାଇଦ୍ରାବାଦ: ପ୍ରତିବର୍ଷ ମାର୍ଚ୍ଚ 10 ତାରିଖକୁ ସିଆଇଏସଏଫ ରାଇଜିଂ ଡେ ଭାବେ ପାଳନ କରାଯାଏ । ଏହି ଅବସରରେ ହାଇଦ୍ରାବାଦର ନ୍ୟାସନାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଏକାଡେମୀରେ ଅନୁଷ୍ଠିତ ସମାରୋହରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସିଆଇଏସଏଫ 54ତମ ସ୍ଥାପନା ଦିବସରେ ଯୋଗ ଦେଇ ସୌଭାଗ୍ୟ ମନେ କରିଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । 53 ବର୍ଷ ଧରି ଏହି ଯାତ୍ରା ଇତିହାସରେ ଦେଶର ଆର୍ଥିକ ପ୍ରଗତିରେ ସିଆଇଏସଏଫର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ସମାରୋହରେ ସାମିଲ ହୋଇ କହିଛନ୍ତି ଶାହ ।
-
Hyderabad | Union Home Minister Amit Shah attends the 54th CISF Raising Day parade pic.twitter.com/d6Z7p3DArW
— ANI (@ANI) March 12, 2023 " class="align-text-top noRightClick twitterSection" data="
">Hyderabad | Union Home Minister Amit Shah attends the 54th CISF Raising Day parade pic.twitter.com/d6Z7p3DArW
— ANI (@ANI) March 12, 2023Hyderabad | Union Home Minister Amit Shah attends the 54th CISF Raising Day parade pic.twitter.com/d6Z7p3DArW
— ANI (@ANI) March 12, 2023
ଗୃହମନ୍ତ୍ରୀ ଆହୁରି କହିଛନ୍ତି କହିଛନ୍ତି, ''ଦେଶ ସେତେବେଳେ ପ୍ରଗତି ପଥରେ ବଢିଥାଏ, ନିଜ ଅର୍ଥତନ୍ତ୍ରକୁ ଅନ୍ୟ ଅର୍ଥତନ୍ତ୍ର ସହିତ ଦ୍ରୁତ ଗତିରେ ବୃ୍ଦ୍ଧି କରିଥାଏ ଯେବେ ତାର ପରମାଣୁ ଶକ୍ତି କେନ୍ଦ୍ର, ବନ୍ଦର, ବିମାନବନ୍ଦର ଏବଂ ମେଟ୍ରୋ ରେଳରେ ସୁରକ୍ଷା ସୁନିଶ୍ଚିତ ରହିଥାଏ । ସିଆଏସଏଫ ଦେଶର ଆଭ୍ୟନ୍ତରୀଣ ନିରାପତ୍ତାର ଅନ୍ୟତମ ସ୍ତମ୍ଭ । CISFର ସମସ୍ତ ସିପାହୀ 53 ବର୍ଷ ଯାତ୍ରାରେ ଜୀବନ ସମର୍ପିତ କରି ଦେଶର ଅମୂଲ୍ୟ ସେବା କରିଛନ୍ତି ।''
'' ଆଗାମୀ ଦିନରେ ସିଆଇଏସଏଫର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ 5 ମିଲିୟନ ଡଲାର ଅର୍ଥନୈତିକ ଲକ୍ଷ୍ୟ ରଖିଛନ୍ତି । ସେହି ଲକ୍ଷ୍ୟ ପୂରଣ କରିବାକୁ ହେଲେ ଆମ ରେଳଲାଇନ, ବନ୍ଦର, ମେଟ୍ରୋ ଆଦିର ସୁରକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ । ମୋର ଆଶା ଆଗାମୀ ସମସ୍ତ ଚ୍ୟାଲେଞ୍ଜର ମୁକାବିଲା ସିଆଇଏସଏଫ ନିଶ୍ଚୟ କରିବ । 53 ବର୍ଷ ଯାତ୍ରା ଭଳି ଆଗକୁ ଦେଶର ଅର୍ଥ ବ୍ୟବସ୍ଥାର ସୁରକ୍ଷା ପାଇଁ ସିଆଇଏସଏଫର ଯୋଗଦାନ ରହିବ'' ବୋଲି ଅମିତ ଶାହ କହିଛନ୍ତି ।
1969ରୁ ପାଖାପାଖି 3 ହଜାର ସଦସ୍ୟଙ୍କୁ ନେଇ ସିଆଇଏସଏଫର ସ୍ଥାପନା ହୋଇଥିଲା । ସେବେଠୁ ନେଇ 53 ବର୍ଷ ଯାତ୍ରାରେ CISFଙ୍କ ସଂଖ୍ୟା 1 ଲକ୍ଷ 17 ହଜାରରେ ପହଞ୍ଚିଛି । ଆଗାମୀ 10ବର୍ଷ ମଧ୍ୟରେ ସିଆଇଏସଏଫ ବିକାଶ ଦିଗରେ ମହତ୍ତ୍ବପୂର୍ଣ୍ଣ ସୁଯୋଗ ଉପଲବ୍ଧ ହେବ । ଦେଶର ସମ୍ପତ୍ତି ଓ ଜନୀବନ ସୁରକ୍ଷା ପାଇଁ ସିଆଇଏସଏଫ ପ୍ରତିଶ୍ରୁତିବଦ୍ଧ । ବର୍ତ୍ତମାନ ସୁଦ୍ଧା ସିଆଇଏସଏଫ ଏକ ଉଜ୍ବଳ ଇତିହାସ ନିର୍ମାଣ କରି ଦେଶକୁ ସୁରକ୍ଷା ପ୍ରଦାନ କରିଛନ୍ତି । ଯେ ପର୍ଯ୍ୟନ୍ତ CISF ଯବାନ ରହିଛନ୍ତି ସେ ପର୍ଯ୍ୟନ୍ତ ଦେଶର ସୁରକ୍ଷାକୁ ନେଇ କୌଣସି ଚିନ୍ତା ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଏହା ବି ପଢନ୍ତୁ...100 ପ୍ରତିଶତ ବିଦ୍ୟୁତ୍କରଣ ହେଲା କେନ୍ଦ୍ରୀୟ ରେଳ ଜୋନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଏହି କାର୍ଯ୍ୟକ୍ରମରେ ଡିଜି ଶେଲ ବର୍ଦ୍ଧନ ସିଂ, ତେଲେଙ୍ଗାନା ରାଜ୍ୟପାଳ, କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡୀ, ସାଂସଦ ବଣ୍ଡି ସଞ୍ଜୟ କୁମାରଙ୍କ ସମେତ ସିଆଇଏସଏଫ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସିଆଇଏସଏଫ 54ତମ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ସିଆଇଏସଏଫ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କାରିଥାଏ । ଏହା ଦେଶର ଏକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଏବଂ ଭାରତର 6ଟି ପାରାମିଲିଟାରୀ ଫୋର୍ସ ମଧ୍ୟରୁ ଅନ୍ୟତମ । 1969 ମାର୍ଚ୍ଚ 10 ତାରିଖରେ ଭାରତ ସଂସଦର ଅଧିନିୟମ ଅନୁଯାୟୀ CISF ପ୍ରତିଷ୍ଠା କରାଯାଇଥିଲା । ସେହିଦିନଠୁ ପ୍ରତିବର୍ଷ ମାର୍ଚ୍ଚ 10 ତାରିଖରେ CISF ରାଇଜିଂ ଦିବସ ଭାବେ ପାଳନ କରାଯାଉଛି ।