ନୂଆଦିଲ୍ଲୀ: କୋଭିଡ ରୋଗୀଙ୍କ ସୁବିଧା ପାଇଁ ଜାତୀୟ ସ୍ବାସ୍ଥ୍ୟନୀତିରେ ସଂଶୋଧନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । କୋରୋନା ଆକ୍ରାନ୍ତ ହସପିଟାଲରେ ଆଡମିସନ ପାଇଁ କୋଭିଡ ପଜିଟିଭ ରିପୋର୍ଟ ବାଧ୍ୟତାମୂଳକ ହେବନାହିଁ । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସ୍ବାସ୍ଥ୍ୟ ନୀତିରେ ସଂଶୋଧନ କରାଯାଇଛି ।
-
Union Health Ministry revises national policy for admission of COVID patients to COVID facilities; requirement of a positive test for COVID-19 virus is not mandatory for admission to a COVID health facility pic.twitter.com/odbcXo8iI4
— ANI (@ANI) May 8, 2021 " class="align-text-top noRightClick twitterSection" data="
">Union Health Ministry revises national policy for admission of COVID patients to COVID facilities; requirement of a positive test for COVID-19 virus is not mandatory for admission to a COVID health facility pic.twitter.com/odbcXo8iI4
— ANI (@ANI) May 8, 2021Union Health Ministry revises national policy for admission of COVID patients to COVID facilities; requirement of a positive test for COVID-19 virus is not mandatory for admission to a COVID health facility pic.twitter.com/odbcXo8iI4
— ANI (@ANI) May 8, 2021
ଦେଶରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ ରୋଗୀଙ୍କ ପାଇଁ ଜାତୀୟ ସ୍ବାସ୍ଥ୍ୟ ନୀତିରେ ସଂଶୋଧନ କରିଛନ୍ତି । ମେଡିକାଲରେ ଆଡମିସନ ପାଇଁ କୋଭିଡ ରୋଗୀଙ୍କୁ ପିଜିଟିଭ ରିପୋର୍ଟ ବାଧ୍ୟତାମୂଳକ ହେବନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏନେଇ ଦେଶର ସମସ୍ତ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ । ଏହା ଦେଶର ସମସ୍ତ ସରକାରୀ ବେସରକାରୀ ମେଡିକାଲରେ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉକି ଗତ 24 ଘଣ୍ଟାରେ ଦେଶରେ 4ଲକ୍ଷ 1 ହଜାର 78 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 4 ହଜାର 187 ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ଏହା ସହ 3 ଲକ୍ଷ 18 ହଜାର 609 ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
@ANI