ନୂଆଦିଲ୍ଲୀ: ଭାରତୀୟ ସେନା ନିଯୁକ୍ତି କ୍ଷେତ୍ରରେ ବଡ ସଂସ୍କାର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବିଶେଷ କରି ସେନା ନିଯୁକ୍ତି କ୍ଷେତ୍ରରେ ଥିବା ବୟସ ସୀମାକୁ ନେଇ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସମସ୍ତ ପ୍ରକ୍ରିୟା ସରିଥିବା ବେଳେ ଏହି ଯୋଜନାର ନାଁ ରଖାଯାଇଛି ଅଗ୍ନିପଥ । ଆଉ ଅଗ୍ନିପଥ ପ୍ରକ୍ରିୟାରେ ସେନାରେ ସାମିଲ ହେବେ ଅଗ୍ନିବୀର ।
ତେବେ ଏଥିରେ ଯୁବକମାନେ ସେନାରେ ତନି ବର୍ଷ ପାଇଁ ନାମ ଲେଖାଇ ପାରିବେ । ଏଥିସହ ଅଗ୍ନିପଥ ହେଉଛି ଭାରତୀୟ ସେନାର ‘ଟୁର୍ ଅଫ୍ ଡ୍ୟୁଟି ଏଣ୍ଟ୍ରି ସ୍କିମ୍ର ନୂତନ ନାମ ଏବଂ ଏହି ତିନି ବାହିନୀ କେନ୍ଦ୍ର ସରକାରଙ୍କୁ ଉପସ୍ଥାପନା କରୁଛନ୍ତି । ଏହି ଯୋଜନା ଅନୁଯାୟୀ, ସୈନ୍ୟ ସ୍ବଳ୍ପ ମିଆଦି ଚୁକ୍ତିରେ ନିୟୋଜିତ କରାଯିବ ।
ସେହିପରି ତାଲିମ ମଧ୍ୟ ପ୍ରଦାନ କରାଯିବ ସହ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯିବ ବୋଲି କେନ୍ଦ୍ର ସରକାର ଏହି ଯୋଜନା ଆଣିବାକୁ ଯାଉଛନ୍ତି । ନିର୍ଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ ପାଇଁ ବିଶେଷଜ୍ଞ ନିଯୁକ୍ତ କରିବାର ବିକଳ୍ପ ମଧ୍ୟ ରହିବ । ତେବେ କୋଭିଡ ମହାମାରୀ ସମୟରେ ସଶସ୍ତ୍ର ବାହିନୀରେ ସୈନ୍ୟ ନିଯୁକ୍ତି କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପଡିଥିଲା ।
ଅନ୍ୟପଟେ ତିନି ସେନାରେ ୧.୨୫ ଲକ୍ଷରୁ ଅଧିକ ପଦବୀ ଖାଲି ପଡିଛି । ଏଥିସହ ଆଉ କିଛି ବୈଠକ ପରେ ସରକାର ଏହି ଯୋଜନାର ସମସ୍ତ ବିଷୟବସ୍ତୁ ଚୂଡାନ୍ତ କରିବେ ବୋଲି ଜଣାପଡିଛି । ଏହା ସହିତ ପ୍ରାରମ୍ଭିକ ଯୋଜନା ଅନୁଯାୟୀ, ସୈନ୍ୟ ବାହିନୀରୁ ଅବସର ଅବା ସ୍ବଇଚ୍ଛାରେ ଚାକିରି ଛାଡିଥିବା ସୈନ୍ୟଙ୍କ ସ୍ଥାନରେ ସାଧାରଣ ନାଗରିକ ଚାକିରିରେ ସାମିଲ କରିବାରେ ସହାୟତା ଯୋଗାଇ ଦିଆଯିବ ।
@ANI