ETV Bharat / bharat

ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି: ଧର୍ମେନ୍ଦ୍ର ପ୍ରଧାନ

author img

By

Published : May 30, 2023, 7:59 PM IST

Updated : May 30, 2023, 8:29 PM IST

ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଙ୍ଗାପୁର ଗସ୍ତର ଦ୍ବିତୀୟ ଦିନରେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଜ୍ଞାନର ସହଭାଗୀତାକୁ ସୁଦୃଢ କରିବା ପାଇଁ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିଆନ ବାଲାକ୍ରିଷ୍ଣନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି । ଏକବିଂଶ ଶତାବ୍ଦୀକୁ ପ୍ରେରଣା ଦେବା ପାଇଁ ଏହାକୁ ଏକ ନୂଆ ମଡେଲ ଭାବେ ସୃଷ୍ଟି କରିବା ପାଇଁ ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟି ଏବଂ ଭାରତୀୟ ବିଶ୍ବବିଦ୍ୟାଳୟ ପରି ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ଗୁଡିକ ସହଯୋଗ କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • Visited Institute of Technical Education @ITESpore, a post-secondary institution under @MOEsg.

    With a focus on holistic learning by doing and experiencing, ITE is creating opportunities for students and adult learners to acquire skills, knowledge and values for employability… pic.twitter.com/69m4ovgZk1

    — Dharmendra Pradhan (@dpradhanbjp) May 30, 2023 " class="align-text-top noRightClick twitterSection" data=" ">

ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଙ୍ଗାପୁର ଗସ୍ତର ଦ୍ବିତୀୟ ଦିନରେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଜ୍ଞାନର ସହଭାଗୀତାକୁ ସୁଦୃଢ କରିବା ପାଇଁ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିଆନ ବାଲାକ୍ରିଷ୍ଣନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହାସହ ଦକ୍ଷତା ବିକାଶ ଏବଂ ଶିକ୍ଷା କ୍ଷେତ୍ରରେ ବହୁମୁଖୀ ଦ୍ବିପାକ୍ଷିକ ସହଯୋଗକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

  • Fruitful conversations on fortifying India 🇮🇳- 🇸🇬 Singapore Knowledge Partnership and taking our multifaceted bilateral cooperation in skill development and education to greater heights with Singaporean Minister for Foreign Affairs and a dear friend @VivianBala. pic.twitter.com/9xO324evCc

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଦୃଢ ଐତିହାସିକ, ସାଂସ୍କୃତିକ ଏବଂ ସଭ୍ୟତାର ସମ୍ପର୍କ ରହିଛି । ଆମର ବନ୍ଧୁତା ଆଜି ପରସ୍ପରର ବିଶ୍ବାସ ଏବଂ ସମ୍ମାନର ମୂଳଦୁଆ ପକାଇଛି । ଜ୍ଞାନ, କୌଶଳ ଏବଂ ସୀମାନ୍ତ କ୍ଷେତ୍ରରେ ସହଭାଗିତାକୁ ଆମର ଦୀର୍ଘ ଦିନର ବନ୍ଧୁତା ପାଇଁ ନୂତନ ଦିଗ ଦେବ ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ରଣନୀତିଜ୍ଞ ସହଭାଗିତା ଏବଂ ଆମ ଦେଶ ମଧ୍ୟରେ ସ୍ଥିର ବନ୍ଧୁତାକୁ ଦୃଷ୍ଟିରେ ରଖି ଉଭୟ ମନ୍ତ୍ରୀ ପାରସ୍ପରିକ ଲାଭ ପାଇଁ ଶିକ୍ଷା ତଥା ଦକ୍ଷତା ବିକାଶରେ ଆମର ଦ୍ବିପାକ୍ଷିକ ସହଯୋଗକୁ ମଜବୁତ କରିବା ସହିତ ବିଶ୍ବର ଚାହିଦା ଓ ଚ୍ୟାଲେଞ୍ଜ ଗୁଡିକୁ ସମାଧାନ କରିବାକୁ ସହମତ ହୋଇଥିବା କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସିଙ୍ଗାପୁରର ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟିରେ ଆଜିର ଦିନ ମୋ ପାଇଁ ଏକ ସ୍ମରଣୀୟ ଦିନ । ଏଠାରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା, ଅନୁସନ୍ଧାନ, ନବସୃଜନ, ଉଦ୍ୟୋଗୀତା ଏବଂ ଶ୍ରେଣୀଗୃହର ଚାରି କାନ୍ଥ ବାହାରେ କିପରି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ ସେଥିପାଇଁ ରୋଡମ୍ୟାପ ବିଷୟରେ ନିଜର ମତାମତ ଦେଇଛନ୍ତି।

  • A memorable day at Nanyang Technological University @NTUsg.

    Interacted with Indian students and also got good insights on the roadmap to higher education, research, innovation, entrepreneurship and taking learning beyond the four walls of the classroom. pic.twitter.com/MYBqwTRtsk

ସେମାନଙ୍କ ସହ ଜାତୀୟ ଶିକ୍ଷା ନୀତି ଏବଂ ସମୂହ ଜ୍ଞାନ ଏବଂ ଦ୍ବିପାକ୍ଷିକ ଗତିଶୀଳତା ପାଇଁ ଆଣିଥିବା ଅପାର ସୁଯୋଗ ବିଷୟରେ ଆଲୋଚନା କରିଛି । ଭାରତୀୟ ବିଶ୍ବବିଦ୍ୟାଳୟ ଏବଂ ନାନିଆଙ୍ଗ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ ଉଭୟ ପାର୍ଟନର ହୋଇପାରିବେ । ବିଶେଷ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଜଳବାୟୁ ପରିବର୍ତ୍ତନ, ସ୍ଥାୟୀତ୍ବ, ଫିନ-ଟେକ କ୍ଷେତ୍ରରେ ବିଶ୍ବର ସୁଯୋଗ ତଥା ଆମ ଦେଶର କଲ୍ୟାଣ ପାଇଁ ଅଂଶୀଦାର ହୋଇପାରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Last Updated : May 30, 2023, 8:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.