ETV Bharat / bharat

Education Minister In Australia: ସିଡନୀର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Education Minister Dharmendra Pradhan ) ଆଜି ସିଡନୀ (ଅଷ୍ଚ୍ରେଲିଆ) ଠାରେ ବିଭିନ୍ନ ସ୍କୁଲ, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକର ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 22, 2022, 10:00 PM IST

Etv Bharat
Etv Bharat

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Education Minister Dharmendra Pradhan ) ଆଜି ସିଡନୀ (ଅଷ୍ଚ୍ରେଲିଆ) ଠାରେ ବିଭିନ୍ନ ସ୍କୁଲ, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକର ପରିଦର୍ଶନ କରିଛନ୍ତି । ଶିକ୍ଷା, ଗବେଷଣା, ଏବଂ କୌଶଳ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ସୁଦୃଢ କରିବା ପାଇଁ ମନ୍ତ୍ରୀ ଚାରି ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ (Minister is on a four day visit to Australia) ଅଛନ୍ତି ।

ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ସ୍କୁଲର ଉତକୃଷ୍ଟ ସ୍ୱରୂପ ଏବଂ ସର୍ବୋତମ ବ୍ୟବସ୍ଥା ଗୁଡିକ ସମ୍ପର୍କରେ ଅନୁଧ୍ୟାନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ସାରା ମିଶେଲ, ଏମଏଲସି, ନ୍ୟୁ ସାଉଥ ୱେଲ୍ସ, ଶିକ୍ଷା ଏବଂ ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ମନ୍ତ୍ରୀଙ୍କ ସହିତ ନ୍ୟୁ ସାଉଥ ୱେଲ୍ସ ରାଜ୍ୟ ସ୍ଥିତ ଏକ ହୋମବୁଶ ୱେଷ୍ଟ ପବ୍ଲିକ ସ୍କୁଲ ପରିଦର୍ଶନ କରିଛନ୍ତି। ସ୍କୁଲର ଯୁବ ଛାତ୍ର ଏବଂ ଶିକ୍ଷକ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ କହିଛନ୍ତି ପିଲା ମାନଙ୍କ ନିମନ୍ତେ ଶସ୍ତା, ସୁଲଭ ଏବଂ ସାର୍ବଜନୀନ ପ୍ରାରମ୍ଭିକ ଶିକ୍ଷା ହିଁ ଉତ୍ତମ ଶିକ୍ଷଣର ପରିଣାମ। ସମସ୍ତ ଉଜ୍ଜ୍ୱଳ ଭବିଷ୍ୟତର ପୁଞ୍ଜି ଅଟେ । ଏନଏସଡବ୍ଲ୍ୟୁରେ ପ୍ରାରମ୍ଭିକ ଶିକ୍ଷା ଏବଂ ଡିଜିଟାଲ ଶିକ୍ଷଣର ସର୍ବୋତ୍ତମ ବ୍ୟବସ୍ଥା ଗୁଡିକୁ ଏବଂ ସକାରାତ୍ମକ ଅନୁଭବ ଗୁଡିକୁ ଭାରତରେ ମଧ୍ଯ କାର୍ଯ୍ୟକାରୀ କରାଯାଇପାରିବ ବୋଲି କହିଛନ୍ତି । ଫଳରେ ପ୍ରାରମ୍ଭିକ ବାଲ୍ୟ କାଳର ଯତ୍ନ ଏବଂ ଶିକ୍ଷାକୁ ସମାନ ଏବଂ ସୁଲଭ କରା ଯାଇପାରିବ । ବିଶେଷ ଭାବେ ସ୍କୁଲରେ ଦୈନିକ ପାଠ ସମ୍ପୂର୍ଣ୍ଣ କରାଯିବା ପରେ ମଧ୍ୟ ଛୋଟ ପିଲା ମାନଙ୍କର ଯତ୍ନର ବ୍ୟବସ୍ଥାକୁ ସୁଦୃ କରାଯାଇ ପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.