ETV Bharat / bharat

ଆଜି ଜାତୀୟ କ୍ରେଡିଟ ଫ୍ରେମୱାର୍କ ସାର୍ବଜନୀନ ଆଲୋଚନା - ଜାତୀୟ କ୍ରେଡିଟ ଫ୍ରେମୱର୍କ ସାର୍ବଜନୀନ ଆଲୋଚନା

କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Education Minister Dharmendra Pradhan) ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜାତୀୟ କ୍ରେଡିଟ ଫ୍ରେମୱାର୍କ (National Credit Framework) ପ୍ରସ୍ତୁତ କରୁଥିବା କମିଟି ସହ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Oct 19, 2022, 7:41 AM IST

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Education Minister Dharmendra Pradhan) ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜାତୀୟ କ୍ରେଡିଟ ଫ୍ରେମୱାର୍କ (National Credit Framework) ପ୍ରସ୍ତୁତ କରୁଥିବା କମିଟି ସହ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସ୍କୁଲ ଶିକ୍ଷା ସଚିବ ଅନୀତା କରୱଲ, ଉଚ୍ଚ ଶିକ୍ଷା ସଚିବ ସଞ୍ଜୟ ମୂର୍ତ୍ତି, ଏନସିଭିଇଟି ଅଧ୍ୟକ୍ଷ ଡଃ ନିର୍ମଲଜିତ ସିଂହ କଲସି ଏବଂ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ସାମିଲ ହୋଇଥିଲେ ।

ଆଜି ଠାରୁ ଜାତୀୟ କ୍ରେଡିଟ ଫ୍ରେମୱର୍କ ସାର୍ବଜନୀନ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସାମିଲ ହେବେ ।୧୮ ନଭେମ୍ବର ୨୦୨୧ରେ ଭାରତ ସରକାର ଜାରି କରିଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ ଉଭୟ ଧନ୍ଦାମୂଳକ ଓ ସାଧାରଣ ଶିକ୍ଷା ପାଇଁ ଏକ ଜାତୀୟ କ୍ରେଡିଟ ଆକ୍ୟୁମୁଲେସନ ଓ ଟ୍ରାନ୍ସଫର ଫ୍ରେମୱର୍କ ବିକଶିତ କରିବାକୁ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ମଞ୍ଜୁରୀ ଦେଇଥିଲେ । ଏହି କ୍ରେଡିଟ ଫ୍ରେମୱର୍କ ଶୈକ୍ଷିକ ଓ ଧନ୍ଦାମୂଳକ କାର୍ଯ୍ୟକ୍ଷେତ୍ର/ଶିଖିବାର ଉପାଦାନଗୁଡିକୁ ଏକାଠି କରିବାକୁ ସକ୍ଷମ କରିବା ସହ ଏହି ଦୁଇଟି ମଧ୍ୟରେ ନମନୀୟତା ଓ ଗତିଶୀଳତା ସୁନିଶ୍ଚିତ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.