ଡେରାଡୁନ: କଲେଜ୍ରେ ବସି ପିଲାଙ୍କ ସହ ପାଠ ପଢ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍ତରାଖଣ୍ଡ ହରିଦ୍ବାରର ଭେଲ୍ ଇଣ୍ଟର କଲେଜ୍କୁ ଅଚାନକ ଗସ୍ତ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏଠାରେ କଲେଜ୍ରେ ଶିକ୍ଷାଦାନ ମାନର ତଦାରଖ କରିଥିଲେ । ଏଥିସହିତ ଏହି କଲେଜ୍ରେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ଅଧ୍ୟାପକ ପ୍ରଦୀପ ନେଗୀଙ୍କ ସହ ଆଲୋଚନା କରିଥିଲେ । ଶିକ୍ଷା ଓ ଶିକ୍ଷାଦାନକୁ ନେଇ ନୂଆନୂଆ ପ୍ରୟୋଗକୁ ନେଇ କ୍ଲାସ୍ରେ ଉଭୟ ଆଲୋଚନା କରିଛନ୍ତି(Dharmendra Pradhan learned new system of education) ।
ଏହାକୁ ନେଇ କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଭାରତୀୟ ଶିକ୍ଷାନୀତିରେ ଆମେ ପିଲାଙ୍କୁ ଶିକ୍ଷା ଦେବାକୁ ନୂଆ ପ୍ରୟୋଗ କରୁଛୁ । ସଫଳ ହେଲେ ଏହାକୁ ଆଗାମୀ ଦିନରେ ଲାଗୁ ମଧ୍ୟ କରାଯିବ । ଭାରତୀୟ ଶିକ୍ଷାନୀତିରେ ପ୍ରତି ରାଜ୍ୟକୁ ୨୦୦ ଚ୍ୟାନେଲ ପ୍ରଶାରଣ ହେବ । ଉତ୍ତରାଖଣ୍ଡରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଚ୍ୟାନେଲ ଉପଲବ୍ଧ କରାଯିବ ।"
ଏହି କ୍ରମରେ ଅଧ୍ୟାପକ ପ୍ରଦୀପ ନେଗୀଙ୍କୁ ସମ୍ମାନିତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ଗସ୍ତରେ ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଧନସିଂହ ରାୱତ ମଧ୍ୟ ଉପସ୍ଥିତ ରହିଥିଲେ । କିଛି ଦିନ ପୂର୍ବରୁ ଅଧ୍ୟାପକ ପ୍ରଦୀପ ନେଗୀ ରାଷ୍ଟ୍ରପତି ସମ୍ମାନିତ ହୋଇଥିଲେ । ଏହାପରେ ଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ସମ୍ମାନର ସମ୍ମାନିତ ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସମସ୍ତ ଅଧ୍ୟାପକଙ୍କୁ ପ୍ରଦୀପ ନେଗୀଙ୍କ ତରିକାରେ ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ଜାତୀୟ ଶିକ୍ଷାନୀତିରେ ପିଲାଙ୍କୁ ଡିଜିଟାଲ କଣ୍ଟେଣ୍ଟ୍ ମାଧ୍ୟମରେ ପଢ଼ାଇାକୁ କହିଥିଲେ । ଏହାକୁ ଲାଣ୍ଡେଡ୍ ଲର୍ଣ୍ଣିଂ ବୋଲି କୁହାଯାଉଛି । ପ୍ରଦୀପ ନେଗୀ ଏକ ପ୍ରକାର ଏହାକୁ ଆରମ୍ଭ କରିଥିଲେ ।
ଅନଲାଇନ୍ ମାଧ୍ୟରେ କିଭଳି ପାଠ ପଢ଼ାଯିବା ଆବଶ୍ୟକ, କିଭଳି ଛାତ୍ରଛତ୍ରୀ ସମସ୍ତ ବିଷୟ ବୁଝି ପାରିବେ । ଏଥିପାଇଁ ପ୍ରଦୀପ ନେଗୀ ଏ ପରୀକ୍ଷା କିରଥିଲେ । ଏହି ପ୍ରୟାସ ପାଇଁ ତାଙ୍କୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ତେବେ ଏହି ପଦ୍ଧତିରେ ନିଜେ ପାଠ ପଢ଼ି ଆଜି ବିଷୟବସ୍ତୁ ବୁଝିବାକୁ ଚେଷ୍ଟା କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ସେ ଖୋଦ୍ କ୍ଲାସ୍ରୁମ୍ରେ ପିଲାଙ୍କ ସହ ବସିଥିଲେ । ଶ୍ରେଣୀଗୃହରେ ପ୍ରଦୀପ ନେଗୀଙ୍କ ପାଠ ବୁଝି ତାଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।