ETV Bharat / bharat

ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ହେବ ଭାରତ: ଧର୍ମେନ୍ଦ୍ର - IGNOU ସମାବର୍ତ୍ତନ ଉତ୍ସବ 2022

IGNOU ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଯୋଗ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଶିକ୍ଷା ଦ୍ୱାରା ହିଁ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ହୋଇ ପାରିବ ଭାରତ । ଅଧିକ ପଢନ୍ତୁ

ଶିକ୍ଷା ଦ୍ୱାରା ହିଁ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ହେବ ଭାରତ: ଧର୍ମେନ୍ଦ୍ର
ଶିକ୍ଷା ଦ୍ୱାରା ହିଁ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ହେବ ଭାରତ: ଧର୍ମେନ୍ଦ୍ରଶିକ୍ଷା ଦ୍ୱାରା ହିଁ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ହେବ ଭାରତ: ଧର୍ମେନ୍ଦ୍ର
author img

By

Published : Apr 26, 2022, 7:32 PM IST

ଭୁୁବନେଶ୍ବର: ଶିକ୍ଷା ଦ୍ୱାରା ହିଁ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ହେବ ଭାରତ । ସମାଜର ଶେଷ ଶ୍ରେଣୀରେ ଥିବା ଲୋକଙ୍କୁ ନବସୃଜନ ଦ୍ୱାରା ସଶକ୍ତ କରିବାକୁ ହେବ । ପାଠପଢ଼ା ସମୟରେ ରୋଜଗାର ପାଇଁ ପ୍ରୋତ୍ସାହିତ କରିବା ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେଉ । ଶିକ୍ଷାର ପରିଧିକୁ ଆହୁରି ବ୍ୟାପକ କରିବା ପାଇଁ IGNOUକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ନୂଆଦିଲ୍ଲୀରେ ଆଜି (ମଙ୍ଗଳବାର) ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର (IGNOU) ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।

ଶିକ୍ଷା ଦ୍ୱାରା ହିଁ ଭାରତ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ହେବ: ଧର୍ମେନ୍ଦ୍ର

ଏ ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତି ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବ । ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ଏକ ନୂଆ ସୁଯୋଗ ଭାବରେ ଉଭା ହୋଇଛି । ସବୁଠି ଶିକ୍ଷା ଉପଲବ୍ଧି କରିବାକୁ ହେବ ଏବଂ ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ ଓ ଇ-ଲର୍ଣ୍ଣିଂ ଏ ଉଦ୍ଦେଶ୍ୟରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଜାତୀୟ ଶିକ୍ଷା ନୀତିରେ ଥିବା ମଲଟିପଲ ଏଂଟ୍ରି, ମଲଟିପଲ ଏକ୍ସିଟରେ IGNOU ଏକ ପ୍ରମୁଖ ଉଦାହରଣ ଅଟେ । ଶିକ୍ଷା ଏବଂ ପାଠପଢ଼ା ସମୟରେ ରୋଜଗାର କରିବା ପାଇଁ ପ୍ରୋତ୍ସାହିତ କରିବା ଆମ ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେବା ଉଚିତ୍ ।

IGNOU ଶିକ୍ଷା ତଥା ଶିକ୍ଷାଦାନକୁ ଦେଶର ଦୁର୍ଗମ ଅଞ୍ଚଳ ଏବଂ ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପ୍ରଯୁକ୍ତିବିଦ୍ୟା, ନବସୃଜନ, ଇଣ୍ଟରନେଟ୍ ଏବଂ ଡ଼ିଜିଟାଲ ପ୍ଲାଟଫର୍ମକୁ ବ୍ୟବହାର କରି ଶିକ୍ଷାର ପରିଧିକୁ ଆହୁରି ବ୍ୟାପକ କରିବା ଦରକାର ।

ଇ-ପାଠ୍ୟକ୍ରମକୁ ଆହୁରି ସୁଦୃଢ଼ ଏବଂ ବିଶ୍ୱରେ ଜ୍ଞାନର କେନ୍ଦ୍ର ଭାବରେ ଏକ ବେଞ୍ଚମାର୍କ ଭାବରେ ଉଭା ହେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ IGNOU କୁ ଆହ୍ୱାନ କରିଛନ୍ତି । IGNOUର ଏହି ସମାବର୍ତ୍ତନ ସମାରୋହରେ ଦେଶର ୩୨ଟି ଆଞ୍ଚଳିକ କେନ୍ଦ୍ରର ୨ଲକ୍ଷ ୯୧ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ, ଡିପ୍ଲୋମା, ସାର୍ଟିଫିକେଟ, ପିଏଚଡ଼ି, ଏମ୍‌ଫିଲ ଓ ଗୋଲ୍ଡ ମେଡ଼ାଲ ପ୍ରଦାନ କରାଯାଇଥିଲା ।

ଭୁୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.