ETV Bharat / bharat

ପ୍ରଥମ ଥର ରାଷ୍ଟ୍ରପତି ଭବନରେ ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ

author img

By

Published : Sep 14, 2021, 8:58 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ର ମନ୍ତ୍ରୀପରିଷଦର ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ରାଷ୍ଟ୍ରପତି ଭବନ କଲଚର ସେଣ୍ଟରରେ ଅପରାହ୍ନ ୩.୪୫ ମିନିଟରେ ବସିବ ବୈଠକ । ଅଧିକ ପଢନ୍ତୁ...

ଆଜି କେନ୍ଦ୍ର ମନ୍ତ୍ରୀପରିଷଦ ବୈଠକ;
ଆଜି କେନ୍ଦ୍ର ମନ୍ତ୍ରୀପରିଷଦ ବୈଠକ;

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ର ମନ୍ତ୍ରୀପରିଷଦର ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ରାଷ୍ଟ୍ରପତି ଭବନ କଲଚର ସେଣ୍ଟରରେ ଅପରାହ୍ନ ୩.୪୫ ମିନିଟରେ ବସିବ ବୈଠକ । କେନ୍ଦ୍ର କ୍ୟାବିନଟେ ପୁନର୍ଗଠନ ପରେ ଏହା ତୃତୀୟ ମନ୍ତ୍ରୀ ପରିଷଦ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମାନଙ୍କ କାର୍ଯ୍ୟକଳାପ ସମୀକ୍ଷା କରିବେ । ଏହାବାଦ ମନ୍ତ୍ରୀ ମାନେ ଆଗକୁ କଣ କରିବେ ତାହାର ନିର୍ଦ୍ଦେଶନାମା ଜାରି କରିବେ ।

ବୈଠକ ପରେ ରାତି ୮ ଟାରେ ରାଷ୍ଟ୍ରପତି ଭବନରେ ମନ୍ତ୍ରୀ ମାନଙ୍କ ପାଇଁ ରାତ୍ରି ଭୋଜନର ବ୍ୟବସ୍ଥା କରିଛନ୍ତି ସରକାର । ରାଷ୍ଟ୍ରପତି ଭବନରେ ହେବାକୁ ଯାଉଥିବା ମନ୍ତ୍ରୀ ପରିଷଦ ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ପ୍ରଧାନମନ୍ତ୍ରୀଙ୍କ ବାସଭବନ, ସଂସଦୀୟ ପରିସର, ବିଜ୍ଞାନ ଭବନ, ନିର୍ମାଣ ଭବନ ସାଉଥ ବ୍ଲକ ପରେ ପ୍ରଥମଥର ରାଷ୍ଟ୍ରପତି ଭବନରେ ବସିବାକୁ ଯାଉଛି ବୈଠକ ।

ତେବେ ମନ୍ତ୍ରୀ ପରିଷଦ ବୈଠକରେ କଣ ଏଜେଣ୍ଡା ଆସିବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଦେଶର ମହାମାରୀ ମୁକାବିଲା, ଟିକା କରଣ, ସୀମା ସୁରକ୍ଷା, ବୃହତ ପ୍ରକଳ୍ପ, କୃଷି ଓ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନେଇ ବଡ ପ୍ରସ୍ତାବ ଆସିପାରେ । ଏହାବାଦ ବିଭିନ୍ନ ରାଜ୍ୟରେ କୋଭିଡ ମୁକାବିଲା, ଟିକା କରଣ ନେଇ ମନ୍ତ୍ରୀମାନଙ୍କ ଭୂମିକା ଓ ଦାୟିତ୍ବ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସମୀକ୍ଷା କରିବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.