ETV Bharat / bharat

ଆଜି କେନ୍ଦ୍ର କ୍ୟାବିନେଟ ବୈଠକ, ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦୁଇ ଦିନ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ଅଧିକ ପଢନ୍ତୁ

author img

By

Published : Jan 18, 2023, 9:49 AM IST

union cabinet meeting
ଆଜି କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ଏହା ବର୍ଷର ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକ । ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦୁଇ ଦିନ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ବୈଠକ ବସିବ । ଗୁଜୁରାଟରେ ବିପୁଳ ବିଜୟ ପରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ କରିଛି ଦଳ । ତେବେ ଆଜି ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇପାରେ ।

ପ୍ରଧାନମନ୍ତ୍ରୀଙ୍କ ସମେତ ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପିର ମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ରହିବେ । ମନ୍ତ୍ରୀମଣ୍ଡଳ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ଆଗକୁ ବଜେଟ ଆସୁଛି ସେ ନେଇ ମଧ୍ୟ କିଛି ଆଲୋଚନା ହୋଇପାରେ । ଶେଷ ଥର ପାଇଁ ଗତବର୍ଷ ଡିସେମ୍ବର 16 ତାରିଖରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା ।

ଏହା ବି ପଢନ୍ତୁ...ସାଂସଦ ଖେଳ ମହାକୁମ୍ଭର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, 2024 ମିଶନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ନୂଆଦିଲ୍ଲୀରେ ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଗତକାଲି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ'ରେ ହଜାର ହଜାର କର୍ମୀ ଓ ଦଳୀୟ ନେତା ଉପସ୍ଥିତ ହୋଇ 2024 ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଚଳିତବର୍ଷ ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ଛତିଶଗଡ ସହ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ସହିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ମଧ୍ୟ ନିର୍ବାଚନ ହେବାର ସମ୍ଭାବନା ରହିଛି । ଏ ସବୁ ରାଜ୍ୟରେ ଯେପରି ପଦ୍ମ ଫୁଟିବ ସେନେଇ ମାନସ ମନ୍ଥନ କରିଛି ବିଜେପି । ବିଧାନସଭା ନିର୍ବାଚନ ଫଳ 2024 ଲୋକସଭା ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ ।

ନଡ୍ଡାଙ୍କ ନେତୃତ୍ବରେ ନିର୍ବାଚନ ଲଢିବ ଦଳ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ 2024 ଯାଏ ବୃଦ୍ଧି କରାଯାଇଛି । କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେପି ନଡ୍ଡାଙ୍କ ନେତୃତ୍ବରେ ବିଜେପି 2023 ଲୋକସଭା ନିର୍ବାଚନ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ମୋଦିଜୀ ପୁଣି ଦେଶର ପ୍ରଧାନମନ୍ତ୍ରୀ ଭାବେ ନେତୃତ୍ବ ନେବେ ବୋଲି କହଥିଲେ ଗୃହମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.