ETV Bharat / bharat

Union Cabinet: ଜାତୀୟ ଚିକିତ୍ସା ଉପକରଣ ନୀତିକୁ କ୍ୟାବିନେଟ ମଞ୍ଜୁରି

ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ର ଏକ ଉଦୀୟମାନ କ୍ଷେତ୍ର ଭାବେ ଦ୍ରୁତ ଗତିରେ ବିକଶିତ ହେଉଛି । ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ରର ବଜାର ଆକାର ୨୦୨୦ରେ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି) ଥିବା ବେଳେ ବିଶ୍ୱ ଚିକିତ୍ସା ଉପକରଣ ବଜାରରେ ଏହାର ଭାଗ ୧.୫% ରହିଛି । ଅଧିକ ପଢନ୍ତୁ

author img

By

Published : Apr 27, 2023, 10:56 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩କୁ ମଞ୍ଜୁରି ମିଳିଛି।

ଭାରତର ଚିକିତ୍ସା ଉପକରଣ କ୍ଷେତ୍ର ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅଭିନ୍ନ ଅଙ୍ଗ। କୋଭିଡ -୧୯ ମହାମାରୀ ସମୟରେ ଭାରତ ବ୍ୟାପକ ପରିମାଣରେ ଚିକିତ୍ସା ଉପକରଣ ଓ ନିଦାନ କିଟ୍ସ ଯଥା ଭେଣ୍ଟିଲେଟର୍ସ, ରାପିଡ୍ ଆଣ୍ଟିଜେନ ଟେଷ୍ଟ କିଟ୍ସ, ରିଅଲ-ଟାଇମ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମରେଜ୍‌ ଚେନ୍‌ ରିଆକ୍ସନ (ଆରଟି-ପିସିଆର) କିଟ୍ସ, ଇନଫ୍ରାରେଡ୍‌ (ଆଇଆର) ଥର୍ମୋମିଟର, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ସ ଏବଂ ଏନ-୯୫ ମାସ୍କ ଉତ୍ପାଦନ କରିବା ସହିତ ଘରୋଇ ଏବଂ ବିଶ୍ୱସ୍ତରରେ କୋଭିଡ-୧୯ ମହାମାରୀ ମୁକାବିଲାରେ ସମର୍ଥନ ଯୋଗାଇ ଦେଇଥିଲା।

ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ର ଏକ ଉଦୀୟମାନ କ୍ଷେତ୍ର ଭାବେ ଦ୍ରୁତ ଗତିରେ ବିକଶିତ ହେଉଛି । ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ରର ବଜାର ଆକାର ୨୦୨୦ରେ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି) ଥିବା ବେଳେ ବିଶ୍ୱ ଚିକିତ୍ସା ଉପକରଣ ବଜାରରେ ଏହାର ଭାଗ ୧.୫% ରହିଛି । ଭାରତୀୟ ଚିକିତ୍ସା ଉପକରଣ କ୍ଷେତ୍ର ବର୍ତ୍ତମାନ ପ୍ରଗତି ପଥରେ ରହିଛି ଏବଂ ଆତ୍ମନିର୍ଭରଶୀଳ ହେବା ଲାଗି ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟ ହାସଲ ଦିଗରେ ଏହି କ୍ଷେତ୍ର ଯୋଗଦାନ ଦେଇପାରିବ । ଭାରତ ସରକାର ଚିକିତ୍ସା ଉପକରଣ ପାଇଁ ପିଏଲଆଇ ଯୋଜନା କାର୍ଯ୍ୟକାରୀ କରିସାରିଛନ୍ତି ।

ସେହିପରି ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ୪ଟି ଚିକିତ୍ସା ଉପକରଣ ପାର୍କ ପ୍ରତିଷ୍ଠା ପାଇଁ ସରକାର ସହାୟତା ଯୋଗାଇ ଦେଉଛନ୍ତି। ଚିକିତ୍ସା ଉପକରଣ ପାଇଁ ପିଏଲଆଇ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ମୋଟ ୨୬ ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି ଏବଂ ଏଥିପାଇଁ ୧୨୦୬ କୋଟି ଟଙ୍କାର ନିବେଶ ଲାଗି ଯୋଜନା ହୋଇଛି । ଏବେ ସୁଦ୍ଧା ୭୧୪ କୋଟି ଟଙ୍କାର ନିବେଶ ହୋଇସାରିଲାଣି। ପିଏଲଆଇ ଯୋଜନା ଅଧୀନରେ, ମୋଟ ୧୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ୩୭ଟି ଉତ୍ପାଦ ନିର୍ମାଣ ଆରମ୍ଭ ହୋଇସାରିଛି । ସେହିପରି ଉନ୍ନତ ମାନର ଚିକିତ୍ସା ଉପକରଣ ନିର୍ମାଣ ଆରମ୍ଭ ହୋଇସାରିଛି ଯେଉଁଥିରେ ଲିନିୟର ଆକ୍ସେଲରେଟର, ଏମଆରଆଇ ସ୍କାନ, ସିଟି-ସ୍କାନ, ମାମୋଗ୍ରାମ, ସି-ଆର୍ମ, ଏମଆରଆଇ କଏଲ, ହାଇଏଣ୍ଡ ଏକ୍ସ-ରେ ଟ୍ୟୁବ ଆଦି ସାମିଲ ରହିଛି । ଅବଶିଷ୍ଟ ୧୨ଟି ଉତ୍ପାଦ ନିକଟ ଭବିଷ୍ୟତରେ କାର୍ଯ୍ୟକ୍ଷମ ହେବ । ୮୭ଟି ଉତ୍ପାଦ/ଉତ୍ପାଦ ଉପକରଣର ଘରୋଇ ବିନିର୍ମାଣ ଲାଗି ବି ବର୍ଗ ଅଧୀନରେ ମୋଟ୍‌ ୨୬ଟି ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ପ୍ରକଳ୍ପକୁ ନିକଟରେ ଅନୁମୋଦନ କରାଯାଇଛି ।

ଏସବୁ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବା ସହିତ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଏହି କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଉଜାଗର କରିବା ଲାଗି ଏକ ସାମଗ୍ରିକ ନୀତିଗତ ଢାଞ୍ଚା ବର୍ତ୍ତମାନ ସମୟର ଆବଶ୍ୟକତା। ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି । ତେବେ ଏକ ସମନ୍ୱିତ ଢଙ୍ଗରେ ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକର ଏକ ବିସ୍ତୃତ ସେଟ୍‌ ପ୍ରସ୍ତୁତ କରିବା ଲାଗି ବର୍ତ୍ତମାନର ନୀତିରେ ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟତଃ, ଏହି କ୍ଷେତ୍ରର ବିବିଧତା ଏବଂ ବହୁ-ବିଷୟକ ପ୍ରକୃତିକୁ ଦେଖି ଚିକିତ୍ସା ଉପକରଣ ଉଦ୍ୟୋଗରେ ନିୟାମକ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି । କୌଶଳ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ଉଭୟ ସ୍ତରରେ ସରକାରଙ୍କ ଅନେକ ବିଭାଗ ମଧ୍ୟରେ ସମନ୍ୱୟ ଆଣିବାର ଆବଶ୍ୟକତା ରହିଛି । ତେବେ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପକୁ ଏକ ସୁସଙ୍ଗତ ଢଙ୍ଗରେ ଏକତ୍ରିତ କରିବାର ଆବଶ୍ୟକତା ରହିଛି ଯାହା ସମ୍ପୃକ୍ତ ଏଜେନ୍ସିମାନଙ୍କ ଦ୍ୱାରା ଏହି କ୍ଷେତ୍ର ପାଇଁ କେନ୍ଦ୍ରିତ ଓ କୁଶଳ ସମର୍ଥନ ସହିତ ସୁବିଧା ପ୍ରଦାନ କରିବ ।

ଏହି କ୍ଷେତ୍ରରେ ନିବେଶକୁ ଆକୃଷ୍ଟ କରିବା : ଜାତୀୟ ଚିକିତ୍ସା ଉପକରଣ ନୀତି ସରକାରଙ୍କ ବର୍ତ୍ତମାନର ଯୋଜନା ଯଥା ମେକ ଇନ ଇଣ୍ଡିଆ, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ, ହିଲ ଇନ ଇଣ୍ଡିଆ, ଷ୍ଟାର୍ଟଅପ ମିଶନ ଭଳି ଯୋଜନା ଓ ନୀତିଗତ ହସ୍ତକ୍ଷେପ ଜରିଆରେ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବ। ଭେଞ୍ଚର କ୍ୟାପିଟାଲିଷ୍ଟ ଏବଂ ସରକାରୀ-ଘରୋଇ ଭାଗିଦାରୀ ଠାରୁ ମଧ୍ୟ ବାରମ୍ବାର ପୁଞ୍ଜିନିବେଶକୁ ମଧ୍ୟ ଆକୃଷ୍ଟ କରିବ ।

ମାନବ ସମ୍ବଳ ବିକାଶ : ବୈଜ୍ଞାନିକ, ନିୟାମକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ପରିଚାଳକ, ଟେକ୍ନିସିଆନ ଆଦିଙ୍କ ଭଳି ମୂଲ୍ୟଶୃଙ୍ଖଳାରେ କୁଶଳୀ ଶ୍ରମ ଶକ୍ତିଙ୍କ ନିରନ୍ତର ଯୋଗାଣ ଲାଗି ନୀତିରେ ପରିକଳ୍ପନା କରାଯାଇଛି :

ଚିକିତ୍ସା ଉପକରଣ କ୍ଷେତ୍ରରେ ପେସାଦାରମାନଙ୍କର କୌଶଳ ବିକାଶ, ପୁନଃକୌଶଳ ବିକାଶ ଏବଂ କୌଶଳ ଉନ୍ନତିକରଣ ଲାଗି ଆମେ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଉପଲବ୍ଧ ସମ୍ବଳକୁ ଉପଯୋଗ କରିପାରିବା।

ଭବିଷ୍ୟତ ପାଇଁ ପ୍ରସ୍ତୁତ ମେଡଟେକ ମାନବ ସମ୍ବଳର ଉପଲବ୍ଧ କରିବା ଏବଂ ଏହି କ୍ଷେତ୍ରରେ ଉଦୀୟମାନ ଆବଶ୍ୟକତାକୁ ପୂରଣ କରିବା ଲାଗି ଭବିଷ୍ୟତର ଚିକିତ୍ସା ପ୍ରଯୁକ୍ତି, ଅତ୍ୟାଧୁନିକ ନିର୍ମାଣ ଏବଂ ଗବେଷଣା ଭଳି କୁଶଳ ଶ୍ରମଶକ୍ତିର ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଏହି ନୀତି ବର୍ତ୍ତମାନର ପ୍ରତିଷ୍ଠାନଗୁଡ଼ିକରେ ଚିକିତ୍ସା ଉପକରଣ ଲାଗି ସମର୍ପିତ ବହୁ ବିଷୟକ ପାଠ୍ୟକ୍ରମକୁ ସମର୍ଥନ କରିବ । ବିଶ୍ୱ ବଜାର ସହିତ ତାଳ ଦେଇ ଚାଲିବା ଲାଗି ଚିକିତ୍ସା ପ୍ରଯୁକ୍ତିକୁ ବିକଶିତ କରିବା ନିମନ୍ତେ ବିଦେଶୀ ଶିକ୍ଷା/ଉଦ୍ୟୋଗ ସଂଗଠନ ସହିତ ସହଭାଗିତା ବିକଶିତ କରାଯିବ ।

ବ୍ରାଣ୍ଡ ପୋଜିସନିଂ ଏବଂ ସଚେତନତା ନିର୍ମାଣ : ଏହି ନୀତି ବିଭାଗର ଅଧୀନ କ୍ଷେତ୍ର ପାଇଁ ଏକ ସମର୍ପିତ ରପ୍ତାନି ପ୍ରୋତ୍ସାହନ ପରିଷଦର ନିର୍ମାଣ ପାଇଁ ପରିକଳ୍ପନା କରାଯାଇଛି ଯାହାକି ବିଭିନ୍ନ ବଜାର ପହଞ୍ଚ ସହ ଜଡ଼ିତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.