ନୂୂଆଦିଲ୍ଲୀ: ସଂସଦରେ ଚଳିତବର୍ଷର ସାଧାରଣ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହିି ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୩୯ ଳକ୍ଷ ୪୫ ହଜାର କୋଟି ବ୍ୟୟବରାଦ କରାଯାଇଛି । କୃଷି, ଶିକ୍ଷା, ପ୍ରତିରକ୍ଷା, ଭିତ୍ତିଭୂମି, ଯୋଗାଯୋଗ, ବାଣିଜ୍ୟ ବିଭିନ୍ନ କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦିଆଯାଇଛି ।
ଆସନ୍ତୁ ନଜର ପକାଇବା ଚଳିତବର୍ଷର ବଜେଟ ମୁଖ୍ୟାଂଶ ଉପରେ:-
ଆର୍ଥିକ ବର୍ଷ ୨୦୨୨ ପାଇଁ ଜିଡିପି ଅଭିବୃଦ୍ଧି ହାର 9.2%କୁ ବୃଦ୍ଧି ଲକ୍ଷ୍ୟ । ଯାହା ବୃହତ ଅର୍ଥନୀତିରେ ସର୍ବାଧିକ ।
ଆତ୍ମନିର୍ଭର ଭାରତ ଅଭିଯାନରେ ୬ କ୍ଷେତ୍ରକୁ ବିଶେଷ ଗୁରୁତ୍ବ । ୬ ମିଲିୟନ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ । ବ୍ୟୟବରାଦ ୧୯୫୦୦ କୋଟି ।
ଡିଜିଟାଲ ଇକୋନୋମିକୁ ପ୍ରୋତ୍ସାହନ ।
ଦେଶର ୭୫ ଜିଲ୍ଲାରେ ଆରମ୍ଭ ହେବ ୭୫ ଡିଜିଟାଲ ବ୍ୟାକିଂ ସିଷ୍ଟମ ।
ପୋଷ୍ଟ ଅଫିସରେ ଆରମ୍ଭ ହେବ କୋର ବ୍ୟାକିଂ ସର୍ଭିସ ।
ଦେଶରେ ଯୋଗାଯୋଗ ଓ ଗମନାଗମନକୁ ବଳ ଦେବ ପିଏମ ଗତିଶକ୍ତି ଯୋଜନା । ୭ ସୂତ୍ରୀ ଯୋଜନାରେ ଗମନା ଗମନ କ୍ଷେତ୍ରରେ ବିପ୍ଳବ ଆଣିବାକୁ ପ୍ରୟାସ । ବିକଶିତ ହେବ ୨୦୦୦ କିମି ରେଳପଥ । ୨୦୨୩ ସୁଦ୍ଧା ୨୫ ହଜାର କିମି ରାଜପଥ ନିର୍ମାଣ ସାରିବାକୁ ଲକ୍ଷ୍ୟ ।
୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତିଷ୍ଠା ହେବ ମଲ୍ଟିମୋଡାଲ ଲଜିଷ୍ଟିକ ପାର୍କ । ପିପିପି ମୋଡରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ।
ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ (ECLGS) ଅବଧି ୨୦୨୩ କୁ ବୃଦ୍ଧି । ଖର୍ଚ୍ଚ ହେବ ୫୦ ହଜାର କୋଟି ।
ପିଏମ ଆବାସ ଯୋଜନା (PM Awas yojana) ଅଧିନରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ 8 ମିଲିୟନ୍ ନୂତନ ବାସଗୃହ ନିର୍ମାଣ ଲକ୍ଷ୍ୟ ।
ଗହମ ଏବଂ ଧାନ ଚାଷୀଙ୍କୁ 2.37 ଟ୍ରିଲିୟନ୍ ମୂଲ୍ୟର ସିଧାସଳଖ MSP ପ୍ରଦାନ ଲକ୍ଷ୍ୟ ।
MSME କ୍ଷେତ୍ର ପାଇଁ 2 ଟ୍ରିଲିୟନ ଆଉଟଲେଟ, 13 ଏମଏସଏମଇ ପାଇଁ ଅତିରିକ୍ତ ଋଣ ବ୍ୟବସ୍ଥା ।
ଆର୍ଥିକ ବର୍ଷ ୨୦୨୩ରେ PM ହାଉସିଂ ସ୍କିମ ଅଧୀନରେ 48,000 କୋଟିର ବ୍ୟୟବରାଦ ଯୋଜନା । ଉତ୍ତର-ପୂର୍ବର ବିକାଶ ପାଇଁ 1,500 କୋଟିର ବ୍ୟୟବରାଦ । ଡିଜିଟାଲ ଇନଫ୍ରାକୁ ପ୍ରୋତ୍ସାହିତ କରିବା ପାଇଁ ଲାଗୁ ହେବ ଦେଶ ଷ୍ଟକ ଇ ପୋର୍ଟାଲ ।
2 ବର୍ଷ ମଧ୍ୟରେ ଅପଡେଟ୍ ରିଟର୍ଣ୍ଣ ଫାଇଲ କରିବାକୁ ନୂତନ ବ୍ୟବସ୍ଥା ।
କୋପରେଟିଭ ସୋସାଇଟି ପାଇଁ ବିକଳ୍ପ ସର୍ବନିମ୍ନ ଟିକସ 18.5% ରୁ 15% କୁ ହ୍ରାସ ।
ରାଜ୍ୟ ସରକାରଙକ କର୍ମଚାରୀଙ୍କ ପାଇଁ ଟିକସ ରିହାତି ସୀମା NPSକୁ 10% ରୁ 14% କୁ ବୃଦ୍ଧି କରାଯାଇଛି । କର୍ପୋରେଟ୍ ଟ୍ୟାକ୍ସ ଉପରେ ସରଚାର୍ଜ 12% ରୁ 7% କୁ ବୃଦ୍ଧି । ଦୀର୍ଘକାଳୀନ ପୁଞ୍ଜି ଲାଭ ଟ୍ୟାକ୍ସ ସ୍ଥାନାନ୍ତର ଉପରେ 15% ବୃଦ୍ଧି ।
ମାର୍ଚ୍ଚ 2023 ପର୍ଯ୍ୟନ୍ତ ଷ୍ଟାର୍ଟ ଅପ୍ ପାଇଁ ଟିକସ ଛାଡ ।
ଜାନୁଆରୀ 2022 ପାଇଁ ମୋଟ ଦ୍ରବ୍ୟ ଓ ସେବାକର( GST) ସଂଗ୍ରହରେ ରେକର୍ଡ । 1.41 ଟ୍ରିଲିୟନ ଛୁଇଁଛି ଚଳିତ ମାସର ସଂଗ୍ରହ ।
ଆୟକରରେ ନାହିଁ କୌଣସି ପରିବର୍ତ୍ତନ ।
ବୈଦ୍ୟୁତିକ ଯାନଗୁଡିକ ପାଇଁ ଆସିବ ବ୍ୟାଟେରୀ ସ୍ବାଇପିଂ ନୀତି ।
ପୁଞ୍ଜି ସାମଗ୍ରୀର ଆମଦାନୀ ଉପରେ ରିହାତି ଦେୟ ପର୍ଯ୍ୟାୟକ୍ରମେ ଶେଷ କରିବାକୁ ନିଷ୍ପତ୍ତି ।
ପଲିସି ହୋଇନଥିବା ହୀରା ଉପରେ ଡ୍ୟୁୁଟି ଚାର୍ଜ 5% କୁ ହ୍ରାସ କରିବାକୁ ନିଷ୍ପତ୍ତି ।
ଷ୍ଟିଲ୍ ସ୍କ୍ରାପ୍ ଉପରେ କଷ୍ଟମ୍ସ ଡ୍ୟୁଟି ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ।
ଭର୍ଚୁଆଲ୍ ଡିଜିଟାଲ୍ ସମ୍ପତ୍ତି ସ୍ଥାନାନ୍ତର ଉପରେ 1% TDS ଏବଂ ଆୟକର 30% ଟ୍ୟାକ୍ସ ଲାଗୁ ନିଷ୍ପତ୍ତି ।
ଘରୋଇ ପ୍ରତିରକ୍ଷା ଶିଳ୍ପ ପାଇଁ 68% ପୁଞ୍ଜି ବିନିଯୋଗ ।
ଆର୍ଥିକ ବର୍ଷ ୨୦୨୩ରେ ମୋଟ ଆନୁମାନିକ ଖର୍ଚ୍ଚ 39.45 ଟ୍ରିଲିୟନ୍ ହୋଇଥିବା ବେଳେ ସମୁଦାୟ ସମ୍ବଳ ସଂଗ୍ରହ 22.84 ଟ୍ରିଲିୟନ ହେବା ନେଇ ଲକ୍ଷ୍ୟ ରାଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ