ETV Bharat / bharat

ଚାଷୀଙ୍କ ଚେତାବନୀ ପରେ ଚାପରେ ସରକାର, ଶାହାଙ୍କୁ ଭେଟିଲେ କୃଷିମନ୍ତ୍ରୀ

author img

By

Published : Dec 9, 2020, 7:18 PM IST

ଦୀର୍ଘ 13 ଦିନରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଗକୁ ଏହା ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଏହାରି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଅଧିକ ପଢନ୍ତୁ...

ଚାଷୀଙ୍କ ଚେତାବନୀ ପରେ ଚାପରେ ସରକାର, ଶାହଙ୍କୁ ଭେଟିବାକୁ ପହଞ୍ଚିଲେ କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ମଧ୍ୟରେ 3ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ସରକାରଙ୍କ ଉପରେ ବଢିଚାଲିଛି ଚାପ । ଦୀର୍ଘ 13 ଦିନରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଗକୁ ଏହା ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଏହାରି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ 5 ବିରୋଧୀ ନେତା ରାଷ୍ଟ୍ରପତିଙ୍କୁ ଭେଟି କୃଷି ଆଇନକୁ ବରଖାସ୍ତ କରିବାକୁ ଦାବି କରିଛନ୍ତି । ଏନସିପି ମୁଖ୍ୟ ଶରଦ ପାୱାର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସିପିଆଇ ନେତା ଡି.ରାଜା, ସିପିଆଇଏମ ମୁଖ୍ୟ ସୀତାରାମ ୟେଚୁରୀ ଏବଂ ଟି.କେ. ଏଲାଙ୍ଗୋଭାନ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ପୂର୍ବରୁ ମଙ୍ଗଳବାର ରାତିରେ ଚାଷୀ ନେତାଙ୍କ ସହ ଦୀର୍ଘ ଘଣ୍ଟା ଧରି ବୈଠକ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାପରେ ବୁଧବାର ପ୍ରସ୍ତାବିତ ସରକାର ଓ ଚାଷୀଙ୍କ ବୈଠକ ବସିବ ନାହିଁ ବୋଲି ସ୍ଥିର ହୋଇଥିଲା । ତେବେ ଶାହାଙ୍କ ସହ ହୋଇଥିବା ବୈଠକରେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ କୃଷି ଆଇନରେ ସଂଶୋଧନ ନେଇ ଲିଖିତ ଆଶ୍ବସନା ଦିଆଯାଇଥିଲା । ହେଲେ 20 ପୃଷ୍ଠା ସମ୍ବଳିତ ସରକାରଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଚାଷୀ, ଯାହାକୁ ନେଇ ଚାପରେ ଆସିଛନ୍ତି ସରକାର ।

ସେପଟେ ଚାଷୀ ଓ ସରକାରଙ୍କ ମଧ୍ୟରେ ସରିଛି 5 ରାଉଣ୍ଡ ବୈଠକ । ହେଲେ ଏଯାଏଁ ବାହାରି ପାରୁନାହିଁ କୌଣସି ନିଷ୍କର୍ଷ । ବୁଧବାର ଷଷ୍ଠ ପର୍ଯ୍ୟାୟ ବୈଠକ ବସିବାର ଥିଲା । ଏହାରି ମଧ୍ୟରେ ବିରୋଧିଙ୍କ ଷଡଯନ୍ତ୍ର ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ପାଇଁ ଖୋଦ ଗୃହମନ୍ତ୍ରୀ ଅମିତ ଶାହ ସମ୍ଭାଳିଥିଲେ ମୋର୍ଚ୍ଚା । ତେବେ ଉଭୟ ସରକାର ଓ ଚାଷୀ ନିଜ ନିଜ ଜିଦରେ ଅଟଳ ଥିବା ବେଳେ ଆନ୍ଦୋଳନରୁ କଣ ସମାଧାନର ରାସ୍ତା ବାହାରି ପାରିବ ବୋଲି ଏବେ ବଡ ପ୍ରଶ୍ନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.