କୋଲକାତା: ପଶ୍ଚିମବଙ୍ଗର ଆସାନସୋଲରେ ଥିବା ମୁଥୁଟ ଫାଇନାନ୍ସ କାର୍ଯ୍ୟାଳୟରୁ ବଡ ଧରଣର ଲୁଟ । ବନ୍ଧୁକ ମୁନରେ ଭୟଭୀତ କରି ଶାଖାରେ ଜମାଥିବା 12 କେଜି ସୁନା ଏବଂ ନଗଦ 3 ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏନେଇ କାର୍ଯ୍ୟାଳୟର କର୍ମଚାରୀମାନେ ଥାନାରେ ଏତଲା ଦେବାପରେ ଛାନଭିନ ଆରମ୍ଭ କରିଛି ପୋଲିସ ।
କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ୪ ଜଣ ଅଜଣା ବନ୍ଧୁକଧାରୀ ଶାଖା କାର୍ଯ୍ୟାଳୟରେ ପଶିଥିଲେ । ଜଣେ ବ୍ୟକ୍ତି ବନ୍ଧୁକ ମୁନରେ ସମସ୍ତ କର୍ମଚାରୀଙ୍କୁ ବନ୍ଧକ ରଖିବା ସହ ଅନ୍ୟ ୩ ଦୁର୍ବୃତ୍ତ ଶାଖାରେ ଜମାଥିବା 12 କିଲୋଗ୍ରାମ ସୁନା ଏବଂ 3 ଲକ୍ଷ ଟଙ୍କା ନଗଦ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଏସମ୍ପର୍କରେ ଥାନାରେ ଏତଲା ହେବା ପରେ ଶାଖା କାର୍ଯ୍ୟାଳୟରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରା ଓ ଅନ୍ୟ ପାରିପାର୍ଶିକ ସ୍ଥିତିରୁ ତଦନ୍ତ ଜାରି ରଖିଛି ପୋଲିସ ।
@ANI