ETV Bharat / bharat

ଛୋଟା ରାଜନର ସହଯୋଗୀ ଆବୁ ସାଓ୍ବନ୍ତ ଗିରଫ, ସିଙ୍ଗାପୁରରୁ ନୂଆଦିଲ୍ଲୀ ଆଣିଲା ସିବିଆଇ - ଭାରତ ଫେରିଲା ଛୋଟା ରାଜନର ସହଯୋଗୀ

ଅଣ୍ଡରଓ୍ବାର୍ଲ୍ଡ ଡନ ଛୋଟା ରାଜନର ସହଯୋଗୀ ଆବୁ ସାଓ୍ବନ୍ତକୁ ସିଙ୍ଗାପୁରରୁ ନୂଆଦିଲ୍ଲୀ ଆଣିଲା ସିବିଆଇ । 2010ରେ ସିଙ୍ଗାପୁରରେ ହୋଇଥିଲା ଗିରଫ । ଅଧିକ ପଢନ୍ତୁ

ଅଣ୍ଡରଓ୍ବାର୍ଲ୍ଡ ଡନ ଛୋଟା ରାଜନର ସହଯୋଗୀ ଆବୁ ସଓ୍ବାନ୍ତକୁ ସିଙ୍ଗାପୁରରୁ ନୂଆଦିଲ୍ଲୀ ଆଣିଲା ସିବିଆଇ

author img

By

Published : Apr 19, 2023, 5:28 PM IST

ମୁମ୍ବାଇ: କୁଖ୍ୟାତ ଅଣ୍ଡରଓ୍ବାର୍ଲ୍ଡ ଡନ ଛୋଟା ରାଜନର ଘନିଷ୍ଠ ସହଯୋଗୀ ଆବୁ ସାଓ୍ବନ୍ତକୁ ସିଙ୍ଗାପୁରରୁ ଭାରତ ଆଣିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) । ଆଜି ତାକୁ କୋର୍ଟରେ ହାଜର କରିବ କେନ୍ଦ୍ରୀୟ ଏଜେନ୍ସି । ତାକୁ 2010 ରେ ସିଙ୍ଗାପୁରରେ ଗିରଫ କରାଯାଇଥିଲା । ଦୀର୍ଘ ବର୍ଷର ପ୍ରକ୍ରିୟା ପରେ ତାକୁ ଭାରତକୁ ପ୍ରତ୍ୟାର୍ପଣ କରିଛି ସିଙ୍ଗାପୁର । ଆବୁ ସାଓ୍ବନ୍ତ ଛୋଟା ରାଜନ ଗ୍ୟାଙ୍ଗର ଜଣେ ସକ୍ରିୟ ଅପରାଧୀ । ତା’ ନାମରେ ହତ୍ୟା, ଦାଦାବଟି ପରି ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି । ରାଜନର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଆବୁ ସାଓ୍ବନ୍ତ ରାଜନର ଅପରାଧିକ ସାମ୍ରାଜ୍ୟର ଆର୍ଥିକ କାରବାର ସମ୍ଭାଳୁଥିବା ମଧ୍ୟ ସୂତ୍ରରୁ ସୂଚନା ମିଳିଛି ।

ଭାରତରୁ ଫେରାର ହେବା ପରେ ସେ ସିଙ୍ଗାପୁରରେ ଚାଲିଯାଇଥିଲା । ସେଠାରେ ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲା । 2010 ରେ ତାକୁ ସିଙ୍ଗାପୁର ପୋଲିସ ଗିରଫ କରିବା ପରେ, ଭାରତ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୋଲିସ ସୂତ୍ର ଅନୁସାରେ, ତା’ ବିରୋଧରେ ମୋଟ 6ଟି ପେଣ୍ଡଂ ଅପରାଧିକ ମାମଲା ରହିଛି । 2006ରେ ମୁମ୍ବାଇର ତିଲକ ନଗରରେ ଜଣେ ବିଲ୍ଡରଙ୍କୁ ଚାନ୍ଦା ମାଗିବା ଓ ହତ୍ୟା ଧମକ ଦେବା ମାମଲାରେ ଛୋଟା ରାଜନର ସ୍ତ୍ରୀ ସୁଜାତା ସମେତ 3ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଗିରଫଦାରିରେ ଆବୁ ସାଓ୍ବନ୍ତ ମଧ୍ଯ ସାମିଲ ରହିଥିଲା ।

2010ରେ ସେ ଭାରତରୁ ଫେରାର ହୋଇଯାଇଥିଲା । ସେହିବର୍ଷ ସେ ସେଠାରେ ପୋଲିସ ଦ୍ବାରା ଗିରଫ ମଧ୍ୟ ହୋଇଥିଲା । ପରେ ତାକୁ ଭାରତ ପ୍ରତ୍ୟାର୍ପଣ କରିବା ପାଇଁ ଦ୍ବିପାକ୍ଷିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହା ଦୀର୍ଘ ବର୍ଷ ପରେ ସଫଳ ହୋଇଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତାକୁ ଗିରଫ କରି ସିଙ୍ଗାପୁରରୁ ନୂଆଦିଲ୍ଲୀ ଆଣିଛି । ଆଜି ତାକୁ କୋର୍ଟରେ ହାଜର କରାଯିବ । ଅଣ୍ଡର ଓ୍ବାର୍ଲ୍ଡ ଡନ୍‌ ଛୋଟା ରାଜନ ମଧ୍ୟ ଇଣ୍ଡୋନେସିଆର ବାଲି ଦ୍ବୀପରୁ ଗିରଫ ହୋଇଥିଲା ।

90 ଦଶକରେ ମୁମ୍ବାଇ ଅଣ୍ଡରଓ୍ବାର୍ଲ୍ଡରେ ସାମ୍ରାଜ୍ୟ ବିସ୍ତାର କରିଥିବା ଏକାଧିକ କୁଖ୍ୟାତ ମାଫିଆ ଏବେ ଦେଶ ଛାଡି ପଳାୟନ କରି ବିଦେଶରେ ଆତ୍ମଗୋପନ କରିଛନ୍ତି । ଏହି ତାଲିକାରେ 1993 ମୁମ୍ବାଇ ସିରିଜ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଦାଉଦ୍‌ ଇବ୍ରାହିମ ମଧ୍ୟ ରହିଛି । ଦାଉଦ୍‌ ଏବେ ପାକିସ୍ତାନର କରାଚିରେ ଲୁଚିଥିବା ସୂଚନା ମିଳିଛି । ହେଲେ ଦାଉଦକୁ ପ୍ରତ୍ୟାର୍ପଣ କରିବା ତ ଦୂରର କଥା, ଆଶ୍ରୟ ଦେଇଥିବା ଅଭିଯୋଗକୁ ପାକିସ୍ତାନ ପ୍ରଥମରୁ ହିଁ ଖଣ୍ଡନ କରିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.