ଭୋପାଳ: କଟନି ଜିଲ୍ଲାର ସ୍ଲିମନାବାଦର ବରଗୀ ଅଣ୍ଡରଗ୍ରାଉଣ୍ଡ କେନାଲର ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 9 ଜଣ ଶ୍ରମିକ ଟନେଲ ମଧ୍ୟରେ ଫସି ରହିଥିଲେ । ସେଥିମଧ୍ୟରୁ ସେଥିରୁ 5 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ 4ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
-
मौके पर जिला प्रशासन की टीम है और SDRF की टीम भी सहायता के लिए घटनास्थल के लिए रवाना हो चुकी है।
— Shivraj Singh Chouhan (@ChouhanShivraj) February 12, 2022 " class="align-text-top noRightClick twitterSection" data="
मैं सतत प्रशासन के संपर्क में हूं। ईश्वर से सबके सकुशल होने की प्रार्थना करता हूं।
">मौके पर जिला प्रशासन की टीम है और SDRF की टीम भी सहायता के लिए घटनास्थल के लिए रवाना हो चुकी है।
— Shivraj Singh Chouhan (@ChouhanShivraj) February 12, 2022
मैं सतत प्रशासन के संपर्क में हूं। ईश्वर से सबके सकुशल होने की प्रार्थना करता हूं।मौके पर जिला प्रशासन की टीम है और SDRF की टीम भी सहायता के लिए घटनास्थल के लिए रवाना हो चुकी है।
— Shivraj Singh Chouhan (@ChouhanShivraj) February 12, 2022
मैं सतत प्रशासन के संपर्क में हूं। ईश्वर से सबके सकुशल होने की प्रार्थना करता हूं।
ସୂଚନାନୁସାରେ, ଗତ ଶନିବାର ରାତିରେ କଟନି ଜିଲ୍ଲାର 30 ନଂ ଜାତୀୟ ରାଜପଥରେ ନିର୍ମାଣଧୀନ ଅଣ୍ଡରଗ୍ରାଉଣ୍ଡ ଟନେଲର କାର୍ଯ୍ୟ ଚାଲୁଥିବା ସମୟରେ ଟନେଲ ଏକ ଅଶଂ ଭୁଶୁଡି ପଡିଥିଲା । ଯାହା ଫଳରେ ଏଠାରେ କାମ କରୁଥିବା 9 ଜଣ ଶ୍ରମିକ ମାଟି ଭିତରେ ପୋତି ହୋଇଯାଇଥିଲେ । ତେବେ ଏହାର ଖବର ପାଇଁ ଜିଲ୍ଲାପାଳ ଓ ପୋଲିସ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଏନଏଚଆଇ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ 4 ଜଣ ଶ୍ରମିକ ଏବେ ବି ଗାତ ଫସି ରହିଛନ୍ତି । ଏବଂ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଉଦ୍ଧାର କରାଯାଇଥିବା 5 ଜଣ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ କେବଳ ଜଣଙ୍କ ଗୋଡ଼ ଭାଙ୍ଗି ଯାଇଛି ।
ଏହି ଘଟଣାରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି କଟନି ଜିଲ୍ଲାରେ ଟନେଲ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହି ଦୁର୍ଘଟଣା ନେଇ ଦୁଃଖିତ । ଆଶ୍ବସ୍ତିକର କଥା ଏହାକି ଯେ, ସେମାନଙ୍କ ମଧ୍ୟରୁ 4ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ