ଭିଏନା: ଋଷ ବିରୋଧରେ ଆନ୍ତର୍ଜାତୀୟ ସମୂଦାୟର ବଡ କାର୍ଯ୍ୟାନୁଷ୍ଠାନ । ମିଳିତ ଜାତିସଂଘର ମାନବ ଅଧିକାର ପରିଷଦ (UNHRC)ରୁ ରୁଷକୁ ନିଲମ୍ବିତ କରାଯାଇଛି । ଋଷକୁ ନିଲମ୍ବିତ କରିବା ପାଇଁ 93ଟି ଦେଶ ଆଗତ ସଂକଳ୍ପ ସପକ୍ଷରେ ଭୋଟ୍ ଦେଇଛନ୍ତି । ହୋଇଥିବା ଭୋଟିଂ ଫଳାଫଳ ଆଧାରରେ ଋଷକୁ ପରିଷଦରୁ ନିଲମ୍ବିତ କରାଯାଇଛି ।
-
UN General Assembly suspends Russia from Human Rights Council
— ANI (@ANI) April 7, 2022 ଟ" class="align-text-top noRightClick twitterSection" data="
93 countries voted in favour of the draft resolution, 24 countries voted against it, 58 countries abstained pic.twitter.com/Glt34LrFOm
ଟ">UN General Assembly suspends Russia from Human Rights Council
— ANI (@ANI) April 7, 2022
93 countries voted in favour of the draft resolution, 24 countries voted against it, 58 countries abstained pic.twitter.com/Glt34LrFOm
ଟUN General Assembly suspends Russia from Human Rights Council
— ANI (@ANI) April 7, 2022
93 countries voted in favour of the draft resolution, 24 countries voted against it, 58 countries abstained pic.twitter.com/Glt34LrFOm
93ଟି ଦେଶ ଋଷ ବିରୋଧରେ ଆଗତ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ 24ଟି ଦେଶ ଏହା ବିରୋଧରେ ଭୋଟ୍ ଦେଇଥିଲେ । ଭାରତର ଆଭିମୁଖ୍ୟ ଉପରେ ନଜର ଥିବାବେଳେ ପୂର୍ବ ନୀତି ଆପଣାଇ ଭୋଟିଂରୁ ବିରତ ରହିଛି ଭାରତ । ସେହିପରି ମୋଟ 58ଟି ଦେଶ ଭୋଟିଂରୁ ନିବୃତ୍ତ ରହିଥିବା ସୂଚନା ମିଳିଛି ।
ୟୁକ୍ରେନ ଆକ୍ରମଣରେ ଏକାଧିକ ସହର ଓ ସାଧାରଣ ଜନବସତି ଉପରେ ଋଷ ସେନା ଆକ୍ରମଣ କରିଥିବା ଅଭିଯୋଗ କରିଥିଲା ୟୁକ୍ରେନ । ଖାର୍କିଭ ଓ ବୁଚ୍ଚା ପରି ସହରରେ ନରସଂହାରର ଚିତ୍ର ସମ୍ନାକୁ ଆସିବା ପରେ ମାନବାଧିକାର ଉଲଙ୍ଘନ ନେଇ ସାରା ବିଶ୍ବରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ