ଥିରୁଅନନ୍ତପୁରମ: "ଏହି ମୁଠାଏ ଲୁଣରେ ମୁଁ ବ୍ରିଟିଶ ସାମ୍ରାଜ୍ୟ ଭିତ୍ତିଭୂମିକୁ ଦୋହଲାଇ ଦେବି।" ୧୯୩୦ ମସିହା ଏପ୍ରିଲ ୬ ତାରିଖରେ ଗୁଜରାଟର ଦାଣ୍ଡି ବେଳାଭୁମିରା ଏହା କହିଥିଲେ ବାପୁ । ସେ ଏହା କରିକି ମଧ୍ୟ ଦେଖାଇଥିଲେ । ୧୯୩୦ ମାର୍ଚ୍ଚ ୧୨ ତାରିଖରେ ଅସହଯୋଗ ଆନ୍ଦୋଳନର ଏକ ଅଂଶ ସ୍ବରୂପ ଆରମ୍ଭ ହେଲା ଦାଣ୍ଡି ଯାତ୍ରା । ସାରା ଦେଶରେ ଏହାକୁ ସ୍ବାଗତ କରାଯିବାକୁ ଲାଗିଲା ।
୧୮୧୮ ମସିହା ବ୍ରିଟିଶ୍ମାନଙ୍କ ଲୁଣ ମାରିବା ନିୟମ ବିରୋଧରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ମହାତ୍ମାଗାନ୍ଧୀ ଚାହୁଁଥିଲେ ସଭିଁଙ୍କୁ ସୁଲଭ ଦରରେ ଲୁଣ ମିଳୁ । ଏଥିପାଇଁ ଆରମ୍ଭ କଲେ ସତ୍ୟାଗ୍ରହ । ଯାହା ଲବଣ ସତ୍ୟାଗ୍ରହ ନାମରେ ମଧ୍ୟ ପରିଚିତ । ଲୁଣ ଉପରେ ଗୋରା ସରକାର ଲଗାଇଥିବା କର ବିରୁଦ୍ଧରେ ଥିଲା ଏହି ଆନ୍ଦୋଳନର ଡାକରା ।
ଦାଣ୍ଡିମାର୍ଚ୍ଚରେ ମାଲାୟଲି ସଂଗ୍ରାମୀ
ମାଲାୟଲି ସ୍ବାଧୀନତା ସଂଗ୍ରାମୀ ସି କ୍ରିଷ୍ଣନ ନାୟର, ଟିଟୁସ୍, ରାଘବ ପୋଥୁଆଲ୍, ଶଙ୍କରଜୀ ଓ ତପନ ନାୟର ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ମାର୍ଚ୍ଚରେ ସାମିଲ ଥିଲେ । କେରଳରେ ଏହି ସତ୍ୟାଗ୍ରହର ମୁଖ୍ୟ ସ୍ଥାନ ଥିଲା ପୟାନୁର, କୌନ୍ନୁର ଓ କୋଝିକୋଡ଼ର ବେପୋର୍ । ସେହି ସମୟରେ କେ.କେଲପ୍ପନ କେରଳ ଗାନ୍ଧୀ ଭାବରେ ପରିଚିତ ଥିଲେ । ତାଙ୍କ ନେତୃତ୍ବରେ ପାୟାନୁର୍ରେ ଓ ମହମ୍ମଦ ଅବ୍ଦୁରହମାନଙ୍କ ନେତୃତ୍ବରେ ବେପୋରର୍ରେ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା ।
ଧୀରେଧୀରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ ଲବଣ ସତ୍ୟାଗ୍ରହର ପ୍ରଭାବ ବ୍ରିଟିଶ ଶାସନ ଉପରେ ପଡ଼ିବାରେ ଲାଗିଲା ।
ଇତିହାସ ସୃଷ୍ଟି କଲା ପାୟାନୁର୍
ପାୟାନୁର୍ର ଉଲିୟାଥୁ କେଦାଭୁରେ ହୋଇଥିଲା ଲବଣ ସତ୍ୟାଗ୍ରହ । କେ. କେଲାପ୍ପନ, ମୋୟାରଥ ଶଙ୍କର ମେନନ୍ ଓ ଗୋବନ୍ଦନ ନାମ୍ବିଆରଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ହେଉଥିଲା । ବେଦକାରାରେ ୧୯୩୦ ମାର୍ଚ୍ଚ ୯ ତାରିଖରେ ଏଠାରେ ଏକ ଆନ୍ଦୋଳନ ପାଇଁ କଂଗ୍ରେସର ବୈଠକ ହୋଇଥିଲା । ବୈଠକ ପରେ କୋଝିକୋଡରୁ କେ. କେଲାପ୍ପନ ଓ କୁଞ୍ଜିରମନ ନାମ୍ବିଆରଙ୍କ ନେତୃତ୍ବରେ ୩୨ ଜଣଙ୍କୁ ନେଇ ପ୍ରଥମେ ଶୋଭାଯାତ୍ରା ହୋଇଥିଲା ।
କ୍ରୀଷ୍ଣା ପିଲାଇଙ୍କ ବ୍ରିଟିଶ ବିରୋଧୀ ସଙ୍ଗୀତ ସହ ୧୯୩୦ ଏପ୍ରିଲ ୧୩ ତାରିଖରେ ଶୋଭାଯାତ୍ରାକୁ ବିପୁଳ ମାତ୍ରାରେ ସମର୍ଥନ ମିଳିବାରେ ଲାଗିଲା । ଏହି ଶୋଭାଯାତ୍ରା ସମୟରେ ମୋୟାରଥ କୁଞ୍ଜି ଶଙ୍କର ମେନନ୍, ପି କୁମାରନ ଓ ସି.ଏଚ୍ ଗୋବିନ୍ଦନ ଏକ ଭୋଜିଭାତର ଆୟୋଜନ କରିଥିଲେ । ଏପ୍ରିଲ ୨୧ ତାରିଖରେ ଏହି ଶୋଭାଯାତ୍ରା ପାୟାନୁର୍ରେ ପହଞ୍ଚିଥିଲା । ଏହା ପରଦିନ ଉଲିୟାଥୁ କେଦାଭୁରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା ।
ଶୋଭାଯାତ୍ରାରେ ବ୍ରିଟିଶ ଅତ୍ୟାଚାର
ସାରା ଦେଶରେ ଲବଣ ସତ୍ୟାଗ୍ରହକୁ ଏତେମାତ୍ରାରେ ସମର୍ଥନକୁ ନେଇ ବ୍ରିଟିଶଙ୍କୁ କ୍ରୋଧାନ୍ବିତ କରିଥିଲା । ଏଥିପାଇଁ ବ୍ରିଟିଶମାନଙ୍କ ଉପରେ ସତ୍ୟାଗ୍ରହୀଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲା । ଏହି କ୍ରମରେ କେତେ କଂଗ୍ରେସ କର୍ମୀ ଗିରଫ ମଧ୍ୟ ହୋଇଥିଲେ । ଉଲ୍ଲିୟାଥୁ କେଦାଭୁ ନଦୀକୂଳରେ ଜମୁଥିବା ଲୁଣକୁ ଆନ୍ଦୋଳନକାରୀମାନେ ସଂଗ୍ରହ କଲେ । ପୋଲିସ ସବୁ କାର୍ଯ୍ୟକଳାପକୁ ଦେଖୁଥିଲା । ଏହାପରେ ସେମାନେ ମୁଣିରେ ଲୁଣକୁ ସଂଗ୍ରହ କରି କ୍ୟାମ୍ପକୁ ନେଇଥିଲେ । ତା’ପରେ ଏହାକୁ ନିଲାମ କରି ବ୍ରିଟିଶର ଲବଣ ଆଇନକୁ ଭାଙ୍ଗିଥିଲେ । ପୟାନ୍ନୁରରୁ ଆରମ୍ଭ ହୋଇଥିବା ଏହି ଲବଣ ସତ୍ୟାଗ୍ରହ ପରବର୍ତ୍ତୀ ସମୟରେ କନ୍ନୁର, କୋଝିକୋଡ଼, କାନହାଙ୍ଗଡରେ ପହଞ୍ଚିଥିଲା ।
ବର୍ତ୍ତମାନ ସୁ୍ଦ୍ଧା ମିଳିନି ମାନ୍ୟତା
ଗତ ବର୍ଷ ଲବଣ ସତ୍ୟାଗ୍ରହକୁ ୯୦ ବର୍ଷ ପୂର୍ତ୍ତି ହେଲା । କିନ୍ତୁ ଦୁଃଖର ବିଷୟ ଐତିହାସିକ ଉଲିୟାଥୁ କେଦେଭୁକୁ ବର୍ତ୍ତମାନ ଏହି ସତ୍ୟାଗ୍ରହର ସାକ୍ଷୀ ମାନ୍ୟତା ମିଳିପାରିନାହିଁ । ପାୟାନୁରରେ ଥିବା ଗାନ୍ଧୀ ସ୍ମୁତି ଭବନରେ ଏଠାରେ ହୋଇଥିବା ସତ୍ୟାଗ୍ରହର ସମସ୍ତ ତଥ୍ୟ ସାଇତା ହୋଇ ରହିଛି । ଏହି ସ୍ଥାନଟି ଧ୍ବସ୍ତ ହେବାକୁ ବସିଥିବା ବେଳେ ଏହାକୁ ମାନ୍ୟତା ଦେଇ ଏହାକୁ ବଞ୍ଚାଇ ରଖିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ