ETV Bharat / bharat

ଆସାମ ପୋଲିସ ଗୁପ୍ତଚରକୁ ଧରିଲା ଉଲଫା - ପରେଶ ବରୁଆ

ଆସାମ ପୋଲିସର ଜଣେ ଗୁପ୍ତଚରକୁ ଧରିଲା ଉଗ୍ରବାଦୀ ସଂଗଠନ ଉଲଫା(Ulfa) । ସଂଗଠନରେ ରହି ଗୁଇନ୍ଦାଗିରି କରିବାକୁ ପୋଲିସ ସେହି ଯୁବକଙ୍କୁ ପଠାଇଥିବା ଦାବି କଲା ଉଲଫା । ଅଧିକ ପଢନ୍ତୁ

ଆସାମ ପୋଲିସ ଗୁପ୍ତଚରକୁ ଧରିଲା ଉଲଫା
ଆସାମ ପୋଲିସ ଗୁପ୍ତଚରକୁ ଧରିଲା ଉଲଫା
author img

By

Published : Apr 27, 2022, 9:58 AM IST

ଗୌହାଟୀ: ଉଗ୍ରବାଦୀ ସଂଗଠନ ଉଲଫା(Ulfa) ହାତରେ ଆସାମ ପୋଲିସର ଜଣେ ଗୁପ୍ତଚର ଧରାପଡିଛି । ପରେଶ ବରୁଆ ନେତୃତ୍ବାଧୀନ ଏହି ସଂଗଠନ ପୋଲିସ ଗୁପ୍ତଚରକୁ ଧରିଥିବାର ଦାବି କରିଛି ଏବଂ ସମ୍ପୃକ୍ତ ଯୁବକଙ୍କ ଏକ ଭିଡିଓ ରେକର୍ଡ କରି ଗଣମାଧ୍ୟମକୁ ପଠାଇଛି । ଆସାମ ପୋଲିସ ଉଲଫାକୁ ଦୁର୍ବଳ ଏବଂ ବିଭାଜିତ କରିବାକୁ କିଛି ଯୁବକଙ୍କୁ ତାଙ୍କ ସଂଗଠନରେ ସାମିଲ କରିଛି । ଯଦ୍ବାରା ସେମାନେ ସଂଗଠନରେ ରହି ଗୁଇନ୍ଦାଗିରି କରିପାରିବେ ଏବଂ ଜରୁରୀ ସୂଚନା ପୋଲିସକୁ ଦେଇପାରିବେ ବୋଲି ଦାବି କରିଛି ଉଲଫା ।

ଆସାମ ପୋଲିସ ଗୁପ୍ତଚରକୁ ଧରିଲା ଉଲଫା

ଉଲଫା ଜାରି କରିଥିବା ଭିଡିଓଟିରେ ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି । ତାଙ୍କର ନାମ ସଞ୍ଜୀବ ଶର୍ମା । ସଞ୍ଜୀବ ସ୍ବୀକାର କରିଛନ୍ତି ଯେ, ତାଙ୍କୁ ଆସାମ ପୋଲିସର ଏକ ବରିଷ୍ଠ ଅଧିକାରୀ ଉଲଫାରେ ସାମିଲ ହେବାକୁ ପଠାଇଥିଲେ । ଯଦି ସେ ନିଜ ମିଶନରେ ସଫଳ ହୋଇଥାନ୍ତେ ତେବେ ତାଙ୍କୁ ଏକ କୋଟି ଟଙ୍କା ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀ ଆଶ୍ବସନା ଦେଇଥିବା ସେ କହିଛନ୍ତି । ସଞ୍ଜୀବ ଆହୁରି ମଧ୍ୟ କହିଛନ୍ତି କି, ତାଙ୍କ ଭାଇ ଅପୂର୍ବ କୁମାର ଶର୍ମା ଭାରତୀୟ ସେନାରେ ପାରା କମାଣ୍ଡୋ ଥିଲେ । ଦୁଇ ମାସ ତଳେ ମଣିପୁରରେ ହୋଇଥିବା ଏକ ଆତଙ୍କୀ ଆକ୍ରମଣରେ ଅପୂର୍ବ ପ୍ରାଣ ହରାଇଥିଲେ ।

ସେ ନିଜର ଭାଇର ମୃତ୍ୟୁ ସମ୍ପର୍କରେ ଆସାମ ପୋଲିସ ଅଧିକାରୀ ପାର୍ଥ ସାରଥି ମହନ୍ତ(Parth Sarathi Mahanta)ଙ୍କୁ ଜଣାଇଥିଲେ । ଏହି ଆକ୍ରମଣ ପଛରେ ଉଲଫାର ହାତ ଥିବା ଅଧିକାରୀ ଜଣକ କହିଥିଲେ ଏବଂ ନିଜ ଭାଇ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ତାଙ୍କୁ ଉଲଫାରେ ସାମିଲ ହୋଇ ଗୁଇନ୍ଦାଗିରି କରିବାକୁ ସେ କହିଥିବାର ସଞ୍ଜୀବ କହିଛନ୍ତି । ସଞ୍ଜୀବ ଉଲଫାରେ ମିଶିଥିବା ଘଟଣା ସମ୍ପର୍କରେ କାଶ୍ମୀରର ଜଣେ ସେନା ଅଧିକାରୀ ଏବଂ ଦିଗଙ୍ଗତ ଭାଇଙ୍କ ଜଣେ ବନ୍ଧୁଙ୍କୁ ମଧ୍ୟ ଜଣାଇଥିବାର ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.