ETV Bharat / bharat

ମୋଦିଙ୍କୁ ଚିଠି ଲେଖିଲେ ଜେଲେନସ୍କି: ମାଗିଲେ ଅତିରିକ୍ତ ମାନବୀୟ ସହାୟତା - ୟୁକ୍ରେନକୁ ମାନବୀୟ ସହାୟତା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଅତିରିକ୍ତ ମାନବୀୟ ସହାୟତା ମାଗିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । 3 ଦିନିଆ ଭାରତ ଗସ୍ତରେ ଅଛନ୍ତି ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଜେଲେନକ୍ସି: ମାଗିଲେ ଅତିରିକ୍ତ ମାନବୀୟ ସହାୟତା

author img

By

Published : Apr 12, 2023, 5:28 PM IST

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଯୁଦ୍ଧ ସଙ୍କଟଗ୍ରସ୍ତ ୟୁକ୍ରେନକୁ ଅଧିକ ମାନବୀୟ ସାହୟତା ପ୍ରଦାନ କରିବା ପାଇଁ ଚିଠିରେ ଜେଲେନସ୍କି ନିବେଦନ କରିଛନ୍ତି । ଏବେ ମଧ୍ୟ ୟୁକ୍ରେନରେ ସଙ୍କଟପୂର୍ଣ୍ଣ ସ୍ଥିତି ଲାଗିରହିଛି । ତେଣୁ ଅଧିକ ମେଡିକାଲ ସହାୟତା ସାମଗ୍ରୀ ସହ ଅନ୍ୟ ମାନବୀୟ ଜରୁରୀ ସାମଗ୍ରୀ ପଠାଇବାକୁ ୟୁକ୍ରେନ ରାଷ୍ଟ୍ରପତି ଲେଖିଥିବା ଚିଠିରେ ଅନୁରୋଧ କରାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି ।

ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନେ ଢାଜାପାରୋଭା (Emine Dzhaparova) ଏବେ 3ଦିନିଆ ଭାରତ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଜେଲେନସ୍କି ଲେଖିଥିବା ଏହି ଚିଠିଟି ସେ ସାଙ୍ଗରେ ଆଣିଥିଲେ । ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନକ୍ଷୀ ଲେଖୀଙ୍କ ସହ ତାଙ୍କର ଦ୍ବିପାକ୍ଷିକ ଆଲୋଚନା ହୋଇଥିବା ବେଳେ ସେ ଏହି ଚିଠିଟିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ହସ୍ତାନ୍ତର ମଧ୍ୟ କରିଛନ୍ତି । ଆଜି ଉଭୟଙ୍କ ମଧ୍ୟରେ ବିଭିନ୍ନ ସାମ୍ପ୍ରତିକ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଉଭୟ ଦେଶର ସ୍ବାର୍ଥ ସମ୍ବଳିତ ମିଳିତ ପ୍ରସଙ୍ଗ ସହ ୟୁକ୍ରେନର ବର୍ତ୍ତମାନ ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ :- କେବଳ କୂଟନୈତିକ ଆଲୋଚନାରେ ୟୁକ୍ରେନ ବିବାଦର ସମାଧାନ ସମ୍ଭବ : ପ୍ରଧାନମନ୍ତ୍ରୀ ମୋଦି

ଋଷର ଏକ ଦୀର୍ଘକାଳୀନ ବନ୍ଧୁ ରାଷ୍ଟ୍ର ହୋଇଥିବାରୁ ଗତବର୍ଷ ଯୁଦ୍ଧ ଆରମ୍ଭରୁ ଭାରତର ଆଭିମୁଖ୍ୟ ପ୍ରତି ସମସ୍ତଙ୍କ ନଜର ରହିଥିଲା । କିନ୍ତୁ ଭାରତ ପ୍ରତ୍ୟେକ୍ଷ ଭାବେ ଋଷକୁ ସମାଲୋଚନା ନକରି ଶାନ୍ତି ପାଇଁ ଉଭୟ ଦେଶକୁ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ପ୍ରସ୍ତାବ ଦେଇଥିଲା । ଉଭୟ ଦେଶ ହିଂସା ଛାଡି ଆଲୋଚନା ଟେବୁଲକୁ ଆସନ୍ତୁ ବୋଲି ନୂଆଦିଲ୍ଲୀ କହିଥିଲା । ଯାହାକୁ ଅନ୍ୟ କିଛି ରାଷ୍ଟ୍ର ମଧ୍ୟ ପ୍ରଂଶସା କରିଥିଲେ । ସେତେବେଳେ ଉଭୟ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ଭୋଲୋଡମିର୍‌ ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଫୋନରେ ଆଲୋଚନା ମଧ୍ୟ କରିଥଲେ । ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ମଧ୍ୟରେ ସେଠାରେ ଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇବା ଉପରେ ମୋଦି ସରକାର ପ୍ରାଥମିକତା ଦେଇଥିଲେ ।

ସେହିପରି ଋଷ ବିରୋଧରେ ବହୁ ପଶ୍ଚିମ ରାଷ୍ଟ୍ରଙ୍କ ସମେତ ଅନ୍ତର୍ଜାତୀୟ ସମୂଦାୟ ଏକାଧିକ କଟକଣା ଜାରି କରିଛନ୍ତି । ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗରେ ଜାତିଂସଘରେ ଋଷ ବିରୋଧରେ ଭୋଟିଂରୁ ବିରତ ରହିଥିଲା ଭାରତ । ଭାରତର ନିରପେକ୍ଷ ତଥା ସନ୍ତୁଳିତ ବିଦେଶ ନୀତିକୁ ଅନେକ ଦେଶ ପ୍ରଶଂସା ମଧ୍ୟ କରିଥିଲେ । ଏବେ ମଧ୍ୟ ଭାରତ ତାର ସେହି ଆଭିମୁଖ୍ୟ ବଜାୟ ରଖିଛି । ଏବେ ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ବିତି ସାରିଥିବା ବେଳେ ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟ ଜାରି ରହିଛି । ଭାରତ ମଧ୍ୟ ୟୁକ୍ରେନକୁ ମାନବୀୟ ସହାୟତା ସାମଗ୍ରୀ ପଠାଇବା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.