ETV Bharat / bharat

Ukraine war: ଥରୁଛି ଖାର୍କିଭ, ଋଷସେନାର ଭୟଙ୍କର ଆକ୍ରମଣ ଜାରି

author img

By

Published : Mar 2, 2022, 3:51 PM IST

ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଋଷର ଆକ୍ରମଣ ଜୋରଦାର । ଏକାଧିକ ଶକ୍ତିଶାଳୀ ବିସ୍ଫୋରଣରେ ଥରିଲା ସହର । ଜାରି ରହିଛି ଲଗାତାର ଆକ୍ରମଣ । ଅଧିକ ପଢନ୍ତୁ

Ukraine war: ଖାର୍କିଭ ଉପରେ ଋଷସେନାର ଭୟଙ୍କର ଆକ୍ରମଣ ଜାରି

କିବ: ଆକ୍ରମଣର ସପ୍ତମ ଦିନରେ ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଆକ୍ରମଣକୁ ଅତି ପ୍ରଚଣ୍ଡ କରିଛି ଋଷ ସେନା । ଆଜି ଖାର୍କିଭରେ ଏକାଧିକ ସରକାରୀ ମୁଖ୍ୟାଳୟ ଓ ଗୁରୁତ୍ବପୂର୍ଣ୍ଣ ଅଟ୍ଟାଳିକା ଉପରେ ଶକ୍ତିଶାଳୀ ମିସାଇଲ ମାଡ କରିଛି ଋଷସେନା । ପୋଲିସ ଓ ସେନା ମୁଖ୍ୟାଳୟ ମଧ୍ୟ ମିସାଇଲ ମାଡରେ ଧ୍ବସ୍ତବିଧ୍ବସ୍ତ ହୋଇଛି । ଫଳରେ ସମଗ୍ର ଖାର୍କିଭ ସହର ଏବେ ବିସ୍ଫୋରଣର ତାଣ୍ଡବରେ ଥରହର ହେବାରେ ଲାଗିଛି ।

ଆଜି ସକାଳୁ ଜାରି ରହିଥିବା ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ଯୁ ହୋଇ ସାରିଥିବା ଅନୁମାନ କରାଯାଉଥିବାବେଳେ ୨୧ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ସହରରେ ତୁହାକୁ ତୁହା ଆକ୍ରମଣ ମଧ୍ୟରେ ମଧ୍ୟ ଆହତଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ସମଗ୍ର ସହରରେ ଆକାଶ ମାର୍ଗରୁ ହମଲା ଚେତାବନୀ ସ୍ବରୂପ ଯୁଦ୍ଧ ସାଇରନ ଲଗାତର ଜାରି ରହିଛି ।

ସାଧାରଣ ଲୋକଙ୍କୁ କୌଣସି ବିଲ୍ଡିଂ ପରିବର୍ତ୍ତେ ବୋମା ନିରୋଧୀ ସେଲ୍ଟରରେ ଆତ୍ମଗୋପନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି କିଛି ସାଧାରଣ ଜନତା ମଧ୍ୟ ଖାର୍କିଭ ସହର ଛାଡି ପଳାୟନ କରିବା ଆରମ୍ଭ କରିସାରିଲେଣି । ତେବେ ଆଜି ରାତି ସୁଦ୍ଧା ହୁଏତ ଋଷସେନା ସମ୍ପୂର୍ଣ୍ଣ ଖାର୍କିଭ ସହରରେ ନିୟନ୍ତ୍ରଣ ପାଇଥିବା ଘୋଷଣା କରିପାରେ ।

ସେହିପରି ଖାର୍କିଭରେ ଭୟଙ୍କର ଆକ୍ରମଣ ପରେ ଋଷ ସେନା ରାଜଧାନୀ କିବ ଅଭିମୁଖେ ବଢିବାର ଆଶଙ୍କା ଯଥେଷ୍ଟ ଥିବାରୁ ସେଠାରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଆକାଶ ମାର୍ଗରୁ ଆକ୍ରମଣ ଆଶଙ୍କା ନେଇ ରାଜଧାନୀବାସୀଙ୍କୁ ସତର୍କ କରାଯାଇଛି । ଲୋକଙ୍କୁ ବାହାରକୁ ବାହାର କରିବା ପରିବର୍ତ୍ତେ ସୁରକ୍ଷିତ ସ୍ଥାନରେ ଆତ୍ମଗୋପନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେନା ସହ ସାଧାରଣ ୟୁକ୍ରେନୀୟ ନାଗରିକ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଛନ୍ତି ।

ସହର ମଧ୍ୟରେ ଋଷ ସେନା ପ୍ରବେଶ କରିବା ପୂର୍ବରୁ କିଛି ପ୍ରମୁଖ ରାସ୍ତାକୁ ୟୁକ୍ରେନ ସେନା ଖୋଳି ଦେଇଥିବା ସୂଚନା ମିଳିଛି । କିଛି ସଡକର ସାଇନବୋର୍ଡ ମଧ୍ୟ ହଟାଇ ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଋଷ ଖାର୍କିଭରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନିଜ ହାତକୁ ନେବା ପରେ ରାଜଧାନୀ କିବ ଆକ୍ରମଣକୁ ମଧ୍ୟ ଜୋରଦାର କରିପାରେ ବୋଲି ଆଶଙ୍କା କରାଯାଉଛି ।

ବ୍ୟୁରୋ ରପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.